Plus 2 commerce result: ଆଜି ପ୍ରକାଶ ପାଇବ ରାଜ୍ୟର ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ

ଯଦି କୌଣସି ପରୀକ୍ଷାର୍ଥୀ ତିନିଟି ବିଷୟରେ ପରୀକ୍ଷା ଦେଇଛନ୍ତି ତେବେ ତାଙ୍କର ଶ୍ରେଷ୍ଠ ଦୁଇଟି ବିଷୟର ଓ ଯଦି ତିନିଟିରୁ ଅଧିକରେ ପରୀକ୍ଷା ଦେଇଛନ୍ତି ତେବେ ଶ୍ରେଷ୍ଠ ତିନିଟି ବିଷୟର ମାର୍କକୁ ଆଧାର କରାଯାଇ ଅନ୍ୟ ବିଷୟରେ ମାର୍କିଂ ହୋଇଛି ।

Plus 2 commerce result: ଆଜି ପ୍ରକାଶ ପାଇବ ରାଜ୍ୟର ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ
ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
  • News18 Odia
  • Last Updated: August 19, 2020, 1:13 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଚିଶି ହଜାର ଛାତ୍ରଛାତ୍ରୀଙ୍କ ଅପେକ୍ଷାରର ଅନ୍ତ ହେବାକୁ ଯାଉଛି । ଆଜି (ଅଗଷ୍ଟ ୧୯, ବୁଧବାର) ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଉଚ୍ଚ ଶିକ୍ଷା ପରିଷଦ ପରିସରରେ ପୂର୍ବାହ୍ନ ୧୧ଟା ସମୟରେ ବିଧିବଦ୍ଧ ଭାବେ ଫଳ ଉନ୍ମୋଚନ ହେବ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉନ୍ମୋଚନ କରିବା ପରେ ସି.ଏଚ.ଏସ.ଇ. (CHSE) ୱେବସାଇଟରେ ଏହା ଉପଲବ୍ଧ ହେବ। www.odisharesults.nic.in ରେ ଫଳ ପ୍ରକାଶିତ ହେବ। ଛାତ୍ରଛାତ୍ରୀମାନେ ନିଜ ରୋଲ ନମ୍ବର ସହ ରେଜିଷ୍ଟ୍ରେସନ ନମ୍ବର ଦେଇ ଦେଖିପାରିବେ ରେଜଲ୍ଟ । କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ପରୀକ୍ଷା ଆୟୋଜନ ଓ ଖାତା ଦେଖାରେ ଅନେକ ବ୍ୟାଘାତ ସୃଷ୍ଟି ହୋଇଥିଲେ ବି ସଠିକ ସମୟରେ ଫଳ ପ୍ରକାଶ କରିବା ପାଇଁ ସରକାରଙ୍କ ଲକ୍ଷ ପୂରଣ ହେବାକୁ ଯାଉଛି ।

‘‘ବିଜ୍ଞାନ ଫଳ ଯେମିତି ପ୍ରକାଶ ହୋଇଥିଲା ସେହି ସମାନ ଢଙ୍ଗରେ ବାଣିଜ୍ୟ ରେଜଲ୍ଟ ବି ପ୍ରକାଶ କରାଯିବ। ପୂର୍ବରୁ କୁହାଯାଇଥିଲା ଯେ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ବିଷୟର ଫଳ ପ୍ରକାଶ ପାଇବ। ପ୍ରସ୍ତୁତି ଶେଷ ହୋଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଗୋଟିଏ ଖାତା ଦେଖା କେନ୍ଦ୍ରରେ ଚାଲିଥିବା ସାନିଟାଇଜେସନ୍ କାର୍ଯ୍ୟର ଦୃଶ୍ୟ


ଚଳିତ ବର୍ଷ ଯୁକ୍ତ୨ ବାଣିଜ୍ୟରେ ୨୫,୭୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟର ମୋଟ ୧,୧୪୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ମାର୍ଚ୍ଚ ୨୮ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ ୨୧ ତାରିଖରୁ କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବାତିଲ କରାଯାଇଥିଲା। ବାଣିଜ୍ୟରେ ଛଅଟି ବିଷୟର ପରୀକ୍ଷା ବାତିଲ ହୋଇଥିଲା । କଷ୍ଟ ଆକାଉଣ୍ଟାନ୍ସି, ବିଜନେସ ଷ୍ଟଡିଜ୍‌, ଏଫ.ଏମ.ଏ., କମ୍ପୁଟର ଆପ୍ଲିକେସନ, ଇକୋନୋମିକ୍ସ, ଷ୍ଟାଟିଷ୍ଟିକସ ବିଷୟର ପରୀକ୍ଷା ।

ଜୁନ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା, ହେଲେ ବାଣିଜ୍ୟ ବିଭାଗର ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଥିଲା। ସେଇଥି ପାଇଁ ଚଳିତ ବର୍ଷ ରେଜଲ୍ଟ ପ୍ରକାଶନରେ ମଧ୍ୟ ବିଳମ୍ବ ହୋଇଛି । ବାତିଲ୍‌ ହୋଇଥିବା ପରୀକ୍ଷାର ବିଷୟ ଗୁଡିକୁ ଆଭରେଜ ମାର୍କିଂ କରାଯାଇ ଫଳ ପ୍ରକାଶ କରିବାକୁ ନିଷ୍ପତି ନେଇଥିଲା ସି.ଏଚ.ଏସ.ଇ. । ଏ ଥର ପରୀକ୍ଷା ଦେଇଥିବା ଯେକୌଣସି ତିନିଟି ବିଷୟରେ ଥିବା ସର୍ବୋଚ୍ଚ ନମ୍ବରକୁ ଆଧାର କରି ବାକି ବିଷୟରେ ମାର୍କିଂ ହୋଇଛି।

ଏହା ବି ପଢ଼ନ୍ତୁ | MS Dhoni Retirement: ଧୋନୀଙ୍କ ଅବସର ଦିନ ପଛରେ ‘୩୯୩୯’ ସଂଖ୍ୟାର ବିଶେଷ ମହତ୍ୱ ରହିଛି

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଯଦି କୌଣସି ପରୀକ୍ଷାର୍ଥୀ ତିନିଟି ବିଷୟରେ ପରୀକ୍ଷା ଦେଇଛନ୍ତି ତେବେ ତାଙ୍କର ଶ୍ରେଷ୍ଠ ଦୁଇଟି ବିଷୟର ଓ ଯଦି ତିନିଟିରୁ ଅଧିକରେ ପରୀକ୍ଷା ଦେଇଛନ୍ତି ତେବେ ଶ୍ରେଷ୍ଠ ତିନିଟି ବିଷୟର ମାର୍କକୁ ଆଧାର କରାଯାଇ ଅନ୍ୟ ବିଷୟରେ ମାର୍କିଂ ହୋଇଛି ।



ଗତ ବର୍ଷ ଯୁକ୍ତ୨ ବାଣିଜ୍ୟରେ ୭୦.୨୬% ଛାତ୍ରଛାତ୍ରୀ ପାସ କରିଥିଲେ। ଚଳିତ ବର୍ଷ ରେଜଲ୍ଟ କଣ ହେବ ସେ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକଙ୍କ ମନରେ ବି ଉତ୍ସାହ ରହିଛି ।
Published by: Anand Shankar Thankur Das
First published: August 17, 2020, 8:57 PM IST
corona virus btn
corona virus btn
Loading