News18 Odia Digital
କଟକ: କୋଭିଡ ମୁକାବିଲା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେଉଥିବା ପ୍ଲାଜମା ଥେରାପି ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରେ ଦେଶର ଚତୁର୍ଥ ରାଜ୍ୟ ଭାବେ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ଏସସିବି ହସପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡ଼ିସିନ୍ ବିଭାଗ ଅଧିନରେ ଥିବା ରକ୍ତ ଭଣ୍ଡାରରେ ଏଥି ପାଇଁ ହୋଇଥିବା ସ୍ବତନ୍ତ୍ର ବ୍ୟବସ୍ଥାକୁ ମୁଖ୍ୟ ମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦଘାଟନ କରିବେ ।
ପ୍ଲାଜମା ଥେରାପି ପାଇଁ ଏସସିବି ହସପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡ଼ିସିନ୍ ବିଭାଗକୁ ନୋଡ଼ାଲ ସେଣ୍ଟର ଭାବେ ଘୋଷଣା କରାଯାଇଛି । ବିଭାଗ ଅଧୀନରେ ଥିବା ରକ୍ତ ଭଣ୍ଡାରରେ ଏଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ଠାରୁ ରକ୍ତ ସଂଗହ କରାଯାଇ ଏଥିରୁ ପ୍ଲାଜମାକୁ ଅଲଗା କରାଯିବ । ସେହି ପ୍ଲଜମାକୁ କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲ ସହିତ କିମ୍ସ ଓ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ସଂକ୍ରମିତ ରୋଗୀଙ୍କୁ ଦିଆଯିବ ।
‘‘କୋଭିଡ଼ରୁ ସୁସ୍ଥ ହୋଇ ଡ଼ିସଚାର୍ଜ ହୋଇଥିବା ଏବଂ ଡ଼ିସଚାର୍ଜକୁ ୨୮ ଦିନ ପୂରିଥିବା ଲୋକ ଠାରୁ ସେମାନଙ୍କ ସମ୍ମତି ପରେ ରକ୍ତ ସଂଗୃହିତ ହେବ। ଦୈନିକ ଶହେ ୟୁନିଟ ପ୍ଲାଜମା ପ୍ରସ୍ତୁତ କରାଯିବା ପାଇଁ ଟ୍ରାନ୍ସଫ୍ୟୁଜନ୍ ମେଡ଼ିସିନ୍ ବିଭାଗରେ ବ୍ୟବସ୍ଥା ହୋଇଛି । ଏ ନେଇ ଆମେ କୋଭିଡରୁ ସୁସ୍ଥ ହୋଇ ଡ଼ିସଚାର୍ଜ ହୋଇଥିବା ଲୋକଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରି ଦେଇଛୁ । ବୁଧବାର ଦିନ ଚାରି ଜଣ ଲୋକଙ୍କ ରକ୍ତ ସଂଗୃହୀତ ହେବ,’’କହିଛନ୍ତି କୋଭିଡ ବୈଷ୍ୟୟିକ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା।

କଟକରେ ଥିବା ଏସସିବି ହସପିଟାଲ
ଏସସିବି ହସପିଟାଲକୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୭,୦୦୦ ଆଣ୍ଟିଜେନ କିଟ୍ ମିଳିଥିବା ବେଳେ ଖୁବ ଶୀଘ୍ର ଏକ ଲକ୍ଷ କିଟ୍ ମିଳିବ ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି । ଏହାରି ଭିତରେ କରୋନାର ପ୍ରତିକୂଳ ପରିସ୍ଥିତିରେ ପ୍ରଭାବିତ ହୋଇଥିବା ଅଣ-କୋଭିଡ଼ ରୋଗୀଙ୍କ ଚିକିତ୍ସାକୁ ପୁଣି ଥରେ ପୂର୍ବ ସ୍ତରକୁ ଆଣିବା ପାଇଁ ଏସସିବି ହସପିଟାଲରେ ଯୁଦ୍ଧକାଳୀନ ପଦକ୍ଷେପମାନ ଗ୍ରହଣ କରାଯାଉଛି ।

କୋଭିଡ ବୈଷ୍ୟୟିକ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା
ଏହି କ୍ରମରେ ମଙ୍ଗଳବାର ସନ୍ଧ୍ୟାରେ ଏସସିବି ହସପିଟାଲର ପ୍ରତ୍ୟେକ ବିଭାଗର ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫଙ୍କୁ କିଭଳି ସଂକ୍ରମଣରୁ ଦୂରେଇ ରହି ଅଣ-କେଭିଡ଼ ରୋଗୀଙ୍କ ଚିକିତ୍ସାକୁ ତ୍ବରାନ୍ବିତ କରିହେବ ସେନେଇ ପ୍ରଶିକ୍ଷଣ ଦିଆଯାଇଛି ।
ଏହା ବି ପଢ଼ନ୍ତୁ:
ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେଏହା ବି ପଢ଼ନ୍ତୁ:
ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ‘‘ପୂର୍ବରୁ ମିଳିଥିବା ଆଣ୍ଟିଜେନ କିଟ ଯୋଗୁଁ ଏସସିବିରେ କୋଭିଡ଼ ସଂକ୍ରମଣକୁ ଆମେ ବହୁ ମାତ୍ରାରେ ରୋକିବାରେ ସଫଳ ହୋଇଛୁ । ହସପିଟାଲ କୁ ଆସୁଥିବା ରୋଗୀଙ୍କୁ ସ୍କ୍ରିନିଂ କରି କୋଭିଡ ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା ଆଣ୍ଟିଜେନ କିଟ୍ ଜରିଆରେ ହେଉଛି । ଏହା ଛଡ଼ା ଭିଡ଼ କମାଇବା ପାଇଁ ଆମେ ପୂର୍ବରୁ ଗୋଟିଏ ଜାଗାରେ ଥିବା ଓପିଡିକୁ ବିକେନ୍ଦ୍ରିକରଣ କରି ପ୍ରତି ବିଭାଗରେ ନିଜସ୍ୱ ଓପିଡି କରିଛୁ,’’ କହିଛନ୍ତି ଏସସିବି ହସପିଟାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।