ରାଜ୍ୟରେ ଭରସା ବଢ଼ାଉଛି ପ୍ଲାଜମା ଥେରାପି; ନିଜ ଆଡ଼ୁ ଆଗେଇ ଆସୁଛନ୍ତି ପ୍ଲାଜମା ଦାତା

କରୋନା ମୁକାବିଲାରେ ପ୍ଲାଜମା ଚକିତ୍ସା ପଦ୍ଧତି ଏବେ ଲାଭଦାୟକ ହେଉଥିବାରୁ ପ୍ଲାଜମା ଦାତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପଦ୍ଧତି ଦ୍ୱାରା ସୁସ୍ଥ ହୋଇ ସାରିଥିବା ଓ ଧୀରେ ଧୀରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ଅଛି ।

ଭୁବନେଶ୍ୱରରେ ଏକ ପ୍ଲାଜମା ବ୍ୟାଙ୍କରେ ଜଣେ ବ୍ୟକ୍ତି ପ୍ଲାଜମା ଦାନ କରୁଛନ୍ତି ।

ଭୁବନେଶ୍ୱରରେ ଏକ ପ୍ଲାଜମା ବ୍ୟାଙ୍କରେ ଜଣେ ବ୍ୟକ୍ତି ପ୍ଲାଜମା ଦାନ କରୁଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲାରେ ଭରସା ବଢ଼ାଉଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା ରାଜ୍ୟରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ସୂଚନା ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୩୩ରୁ ଅଧିକ ରୋଗୀଙ୍କ ଠାରେ  ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଥିବା ବେଳେ ସେ ଭିତରୁ ସୁସ୍ଥ ହୋଇ ସାରିଥିବା ଓ ଧୀରେ ଧୀରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ।

ରାଜ୍ୟରେ ଏବେ ସୁଦ୍ଧା ୩ଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ଥିବା ବେଳେ ଖୁବ ଶୀଘ୍ର ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ । ପ୍ଲାଜମା ଥେରାପି ଗ୍ରହଣ କ୍ଷେତ୍ରରେ ଦେଶରେ ଓଡ଼ିଶା ତୃତୀୟ ସ୍ଥାନ ନେବାକୁ ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ କୋଭିଡରୁ ସୁସ୍ଥ ହେଉଥିବା ଅନେକ ଲୋକ ନିଜ ଆଡ଼ୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସୁଛନ୍ତି ।

ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ରହୁଥିବା ମୂଳତଃ ବାଲେଶ୍ବର ବାସିନ୍ଦା ଚିତ୍ତରଞ୍ଜନ ବେହେରା ଗତ ଜୁନ ୨୪ ତାରିଖରେ ବାଲେଶ୍ୱରରୁ ଫେରିବା ପରେ କ୍ୱାରେଣ୍ଟଇନରେ ରହିଥିଲେ । ତା’ପରେ ଏହି ୩୮ ବର୍ଷୀୟ ଯୁବକ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା । ବୃତ୍ତିରେ ବଣିଆ କାମ କରୁଥିବା ଚିତ୍ତରଞ୍ଜନ ୧୫ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏବେ ସେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଜ ଆଡୁ ପ୍ଲାଜମା ଦାନ କରି ଚର୍ଚ୍ଚାରେ ଅଛନ୍ତି।

କୋଭିଡରୁ ମୁକ୍ତ ହେବାର ୨୮ ଦିନ ପରେ ପ୍ଲାଜମା ଦାନ କରିବାର ନିୟମ ଅଛି ।


‘‘ପ୍ରଥମେ ଯେତେବେଳେ ମୁଁ କରୋନା ଆକ୍ରାନ୍ତ ବୋଲି ଜାଣିଲି ମତେ ଭୀଷଣ ଡର ଲାଗୁଥିଲା । ଅନେକ କଥା ମନକୁ ଆସିଲା । ସବୁ ସରିଗଲା ବୋଲି ଭାବିଲି। ହେଲେ ସମ୍‌ କୋଭିଡ ହସ୍ପିଟାଲରେ ପହଞ୍ଚିବା ପରେ ମୋର ସବୁ ଆଶଙ୍କା ଦୂର ହେଲା। ମୁଁ ସୁସ୍ଥ ହୋଇଗଲି। ଗୋଟିଏ କଥା କହିବି ଯେ ଚିକିତ୍ସା ପରେ ମୁଁ ଏହି ରୋଗକୁ ନେଇ ଆଉ ଭୟଭୀତ ନୁହେଁ। ସେଥି ପାଇଁ ମୁଁ ପ୍ଲାଜମା ଦାନ ପାଇଁ ଆଗେଇ ଆସିଲି,’’ କହିଛନ୍ତି ଚିତ୍ତରଞ୍ଜନ ।

ସେ ପ୍ରଥମେ ମୁଁ ନିଜ ଆଡୁ ପ୍ଲାଜମା ଦାନ ପାଇଁ ଆଗ୍ରହ ଦେଖାଇଥିଲେ । ‘‘ହେଲେ ରୋଗମୁକ୍ତ ହେବାର ୨୮ ଦିନ ପରେ ପ୍ଲାଜମା ଦାନ କରିବାର ନିୟମ ଥିବାରୁ ମୁଁ ପ୍ଲାଜମା ଦାନ କରିପାରିଲି ନାହିଁ। ତେଣୁ ଏଇ ଗୁରୁବାର ଦିନ ପ୍ଲାଜମା ଦାନ କଲି, ସେ କହିଛନ୍ତି ।

କରୋନା ମୁକାବିଲାରେ ପ୍ଲାଜମା ଚକିତ୍ସା ପଦ୍ଧତି ଏବେ ଲାଭଦାୟକ ହେଉଥିବାରୁ ପ୍ଲାଜମା ଦାତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୩୩ରୁ ଅଧିକ ରୋଗୀଙ୍କଠାରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଛି ।

ସୁଖର କଥା ଯେ ସେ ଭିତରୁ ସୁସ୍ଥ ହୋଇ ସାରିଥିବା ଓ ଧୀରେ ଧୀରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୭୫ ପ୍ରତିଶତରୁ ଅଧିକ। ରାଜ୍ୟରେ ଏବେ ସୁଦ୍ଧା ତିନିଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ଥିବା ବେଳେ ଖୁବ ଶୀଘ୍ର ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହେବାକୁ ଯାଉଛି। କଟକ ଏସ.ସି.ବି. ମେଡ଼ିକାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ଥିବା ବେଳେ ଆଇ.ଜି.ଏଚ. ରାଉରକେଲାରେ ସଦ୍ୟ ଉଦଘାଟିତ ହୋଇଛି ତୃତୀୟ ପ୍ଲାଜମା  ବ୍ୟାଙ୍କ।

‘‘ପ୍ଲାଜମା ଥେରାପି ପ୍ରୟୋଗ କ୍ଷେତ୍ରରେ ଦେଶରେ ଓଡ଼ିଶା ତୃତୀୟ ସ୍ଥାନ ନେବାକୁ ଯାଉଛି। ସାମଗ୍ରୀକଭାବେ ଜାତୀୟ ସ୍ତରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ନିର୍ଦେଶକ ଡାକ୍ତର ଦେବାଶିଷ ମିଶ୍ର । ଡି.ଏମ.ଇ.ଟି. ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି, ‘‘ଆଗକୁ ପ୍ଲାଜମା ଥେରାପିର ସଫଳତା ବ୍ୟାପକ ହେବ ବୋଲି ଆମେ ଆଶା କରୁଛୁ ।’’

ଏହା ବି ପଢ଼ନ୍ତୁ: ଆନ୍ଧ୍ରରେ ମଦ ପିଇବାକୁ ନ ମିଳିବାରୁ ଲୋକେ ସାନିଟାଇଜର୍ ପିଇଲେ; ୯ ଜଣଙ୍କ ମୃତ୍ୟୁ ହେଲାଣି

ଏହା ବି ପଢ଼ନ୍ତୁ: ପଞ୍ଜାବରେ ବିଷାକ୍ତ ମଦ ପିଇ ୩୨ ଜଣଙ୍କ ମୃତ୍ୟୁ; ତଦନ୍ତ ଆଦେଶ ଦେଲେ CM ଅମରିନ୍ଦର ସିଂ



କରୋନା ମୁକାବିଲାରେ ନିଜ ଆଡୁ ପ୍ଲାଜମା ଦାନ ପାଇଁ ଅନେକ ଆଗେଇ ଆସୁଥିବା ବେଳେ ଏହାକୁ ଏକ ସ୍ବେଚ୍ଛାକୃତ ଆନ୍ଦୋଳନ ଭାବେ ଗଢ଼ି ତୋଳିବାକୁ  ଆହ୍ବାନ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
Published by:Anand Shankar Thankur Das
First published: