ଗଞ୍ଜାମର କୋଭିଡ ହସପିଟାଲମାନଙ୍କରେ ଗୁରୁତର ଆକ୍ରାନ୍ତଙ୍କୁ ଦିଆଗଲା କଟକରୁ ଯାଇଥିବା ପ୍ଲାଜମା

କଟକ ବଡ଼ ମେଡିକାଲରେ ଗତ ୬ ଦିନରେ ମୋଟ ୨୦ ୟୁନିଟ ପ୍ଲାଜମା ସଂଗୃହିତ ହୋଇଛି । ସେଥିରୁ ୧୨ ୟୁନିଟ ପ୍ଲାଜମା କୋଭିଡ ରୋଗୀଙ୍କୁ ଦିଆଗଲାଣି । SCBରେ ବଢ଼ୁଥିବା ପ୍ଲାଜମା ଦାତାଙ୍କ ସଂଖ୍ୟାକୁ ଦେଖି ପ୍ଲାଜମା ବ୍ୟାଙ୍କକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ କରାଯିବ ।

ଗଞ୍ଜାମର କୋଭିଡ ହସପିଟାଲମାନଙ୍କରେ ଗୁରୁତର ଆକ୍ରାନ୍ତଙ୍କୁ ଦିଆଗଲା କଟକରୁ ଯାଇଥିବା ପ୍ଲାଜମା
ଏସ୍.ସି.ବି. ହସପିଟାଲର ପ୍ଲାଜମା ଦାତାମାନଙ୍କୁ ସମ୍ବୋଧିତ କରୁଛନ୍ତି ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏସ୍‌.ସି.ବି. ହସପିଟାଲର ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ସଂଗ୍ରହ କାର୍ଯ୍ୟ ଚାଲିଥିବା ବେଳେ ଏଠାରେ ସଂଗୃହିତ ହେଉଥିବା ପ୍ଲାଜମାକୁ ରାଜ୍ୟର ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଗୁରୁତର ରୋଗୀଙ୍କ ପାଇଁ ପଠାଇବା କାର୍ଯ୍ୟ ଜାରି ରହିଛି । ଏସ.ସି.ବି.ରୁ ପଠାଯାଇଥିବା ୬ ୟୁନିଟ ପ୍ଲାଜମାକୁ କରୋନା ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଛଅ ଜଣ ଗୁରୁତର ରୋଗୀଙ୍କୁ ଦିଆଯାଇଛି ।

‘‘ପ୍ରଥମ ପର୍ଯ୍ୟାୟରେ ଆମେ ୬ ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦେଇ ତା’ର ସୁଫଳ ପାଇଛୁ । ଏଥର ମଧ୍ୟ ସମାନ ସଫଳତା ମିଳିବ ବୋଲି ଆମେ ଆଶା କରୁଛୁ । ଏହା କେତେ ଫଳପ୍ରଦ ହେଉଛି ତାହା ଆସନ୍ତା ୭୨ ଘଣ୍ଟା ପରେ ଜଣା ପଡିବ,’’ କହିଛନ୍ତି କୋଭିଡ ବୈଷୟିକ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

ଏସ.ସି.ବି. ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ସଂଗ୍ରହ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ଗତ କାଲି ୪ ଜଣ ଏନ.ଡି.ଆର.ଏଫ ଜବାନ ପ୍ଲାଜମା ଦାନ କରିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କ ପ୍ଲାଜମା ସଂଗ୍ରହ କରାଯାଇଛି । ଫଳରେ ୬ ଦିନ ମଧ୍ୟରେ ମୋଟ ୨୦ ୟୁନିଟ ପ୍ଲାଜମା ସଂଗୃହିତ ହୋଇ ସାରିଥିବା ବେଳେ ସେଥି ମଧ୍ୟରୁ ୧୨ ୟୁନିଟ ପ୍ଲାଜମା କୋଭିଡ ରୋଗୀଙ୍କୁ ଦିଆଯାଇ ସାରିଲାଣି । ଏସସିବି ବଢ଼ୁଥିବା ପ୍ଲାଜମା ଦାତାଙ୍କ ସଂଖ୍ୟାକୁ ଦେଖି ପ୍ଲାଜମା ବ୍ୟାଙ୍କକୁ ୧୬ ଘଣ୍ଟା ବଦଳରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି କହିଛି ଏସସିବି ପ୍ରଶାସନ ।

ଏସ୍.ସି.ବି. ହସପିଟାଲର ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ତାଲିମ ଦିଆଯାଉଛି ।


‘‘ଅନେକ ପ୍ଲାଜମା ଦାତା ନିଜ ନିଜର ପ୍ଲାଜମା ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥବାରୁ ଆମେ ସେମାନଙ୍କର ଏକ ସୂଚୀ ପ୍ରସ୍ତୁତ କରିଛୁ । ଆବଶ୍ୟକତାକୁ ଦେଖି ଆମେ ପ୍ଲାଜମା ଦାତାଙ୍କ ଠାରୁ ପ୍ଲାଜମା ସଂଗ୍ରହ କରିବୁ ଓ ସେଗୁଡ଼ିକୁ ଯେଉଁ ହସ୍ପିଟାଲକୁ ପଠାଇବା ପାଇଁ ନିର୍ଦ୍ଦେଶ ଆସିବ ଆମେ ସେଠାକୁ ପଠାଇବା ଲାଗି ବ୍ୟବସ୍ଥା କରିବୁ,’’ କହିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

କଟକର ବିଭିନ୍ନ ହସ୍ପିଟାଲରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେଠାକାର କର୍ମଚାରୀମାନଙ୍କୁ ତାଲିମ ଦେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫଙ୍କୁ ତାଲିମ ଦେବା ପରେ ଏବେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି କ୍ରମରେ ଏସସିବି ପରିସରରେ ଆଜି ସିଟି ହସ୍ପିଟାଲର ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ତାଲିମ ଦିଆଯାଇଛି ।

ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ

ଏହା ବି ପଢ଼ନ୍ତୁ: ଆଉ ନାହାନ୍ତି ପ୍ରିୟ ଅଭିନେତା ବିଜୟ ମହାନ୍ତି; ଭୁବନେଶ୍ୱରର ଘରୋଇ ହସପିଟାଲରେ ଦେହାନ୍ତ ହେଲା

‘‘କୋଭିଡ ହସ୍ପିଟାଲ ଅପେକ୍ଷା ଅଣ-କୋଭିଡ଼ ହସ୍ପିଟାଲରେ ସଂକ୍ରମଣ ବ୍ୟାପିବା ଆଶଙ୍କା  ଅଧିକ ରହିଛି। ସେଥି ପାଇଁ ହସ୍ପିଟାଲରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ଆମେ ତାଲିମ ଦେଉଛୁ। ସେମାନେ ସତର୍କ ହୋଇ କାମ କଲେ ହସ୍ପିଟାଲରେ ଅଣ-କୋଭିଡ ରୋଗୀଙ୍କ ଚିକିତ୍ସା ଠିକ ଭାବେ ଚାଲିବ ଆଉ ସଂକ୍ରମଣ ବ୍ୟାପିବାର ଭୟ ବି କମିବ,’’ କହିଛନ୍ତି କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ।
Published by: Anand Shankar Thankur Das
First published: July 21, 2020, 4:17 PM IST
corona virus btn
corona virus btn
Loading