କରୋନା ଚିକିତ୍ସା ପାଇଁ ରାଜ୍ୟରେ ପ୍ଲାଜମା ସଂଗ୍ରହ ବଢ଼ୁଛି; କ୍ୟାପିଟାଲ ହସପିଟାଲରେ ୧୫ ଜଣ ଦେଲେଣି

ଜଣେ ସୁସ୍ଥ ବ୍ୟକ୍ତି ଯାହାଙ୍କ ବୟସ ୧୮ରୁ ୬୦ ମଧ୍ୟରେ ଏବଂ ଓଜନ ୫୫ କିଲୋରୁ ଅଧିକ ହୋଇ ନ ଥିବ, ପୂର୍ବରୁ କୋଭିଡ-୧୯ ସଂକ୍ରମିତ ହୋଇ ୨୮ ଦିନ ପୂର୍ବରୁ ନେଗେଟିଭ ବୋଲି ପରୀକ୍ଷାରୁ ଚିହ୍ନଟ ହୋଇଥିବେ ସେ ହିଁ ପ୍ଲାଜମା ଦାନ କରିପାରିବେ ।

ଜଣେ ଯୋଗ୍ୟ ବ୍ୟକ୍ତି ଥରକେ କେବଳ ୪୦୦ ମିଲି ପ୍ଲାଜମା ଦେଇପାରିବ।

ଜଣେ ଯୋଗ୍ୟ ବ୍ୟକ୍ତି ଥରକେ କେବଳ ୪୦୦ ମିଲି ପ୍ଲାଜମା ଦେଇପାରିବ।

  • Share this:
News18 Odia Digital

ଭୁବନେଶ୍ୱର: ପ୍ଲାଜମା ଥେରାପି ଦ୍ୱାରା କରୋନା ଚିକିତ୍ସା ଉପରେ ଏବେ ଜୋର ଦିଆଯାଉଛି । ସରକାରୀ ହସ୍ପିଟାଲମାନଙ୍କ ମଧ୍ୟରୁ ଭୁବନେଶ୍ୱରର ବଡ଼ ହସ୍ପିଟାଲ ଭାବେ ସେବା ଯୋଗାଉଥିବା କ୍ୟାପିଟାଲ ହସ୍ପିଟାଲକୁ ବର୍ତ୍ତମାନ ସୁଦ୍ଧା ୧୩ ଜଣ ପ୍ଲାଜମା ଦାନ କରି ସାରିଛନ୍ତି ।

ପ୍ଲାଜମା ଫେରୋସିସ ପ୍ରକ୍ରିୟା ଦ୍ୱାରା ଜଣେ କୋଭିଡ-୧୯ ଆକ୍ରାନ୍ତ ଯିଏ ସୁସ୍ଥ ହେବା ପରେ ତାଙ୍କ ଶରୀରରେ କୋଭିଡ-୧୯ ଆଣ୍ଟିବଡି ସୃଷ୍ଟି ହୋଇଥାଏ ତାଙ୍କର ପ୍ଲାଜମା ନେଇ ଜଟିଳ କୋଭିଡ ରୋଗୀକୁ ଦେଇ ଚିକିତ୍ସା କରାଯାଇଥାଏ। ଫଳରେ ପୀଡ଼ିତ ରୋଗୀ ଶୀଘ୍ର ଆରୋଗ୍ୟ ହେବାର ଆଶା ଥାଏ।

ମଣିଷ ରକ୍ତରେ ଶ୍ୱେତ ରକ୍ତକଣିକା, ଲୋହିତ ରକ୍ତକଣିକା ଏବଂ ପ୍ଲେଟଲେଟ ଯେଉଁଥିରେ କି ପ୍ଲାଜମାଗୁଡିକ ଥାଆନ୍ତି ସେ ସବୁ ରକ୍ତର ବିବିଧ ଉପାଦାନ। ଅନ୍ୟାନ୍ୟ ଚିକିତ୍ସା ଭଳି ମଧ୍ୟ ରକ୍ତରୁ ବିବିଧ ଉପାଦାନ ସଂଗ୍ରହ କରାଯାଇ କୋଭିଡ ଚିକିତ୍ସା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଏବେକାର ବ୍ୟବସ୍ଥା ଅନୁସାରେ ଜଣେ ଯୋଗ୍ୟ ବ୍ୟକ୍ତି ଯଦି ପ୍ଲାଜମା ଦାନ କରିବାକୁ ଚାହାନ୍ତି, ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୋର୍ଟାଲକୁ ଯାଇ ତାଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ ପଡିବ। ଏହି ପଞ୍ଜିକରଣ ପରେ ସେହି ବ୍ୟକ୍ତିଙ୍କର ବିଭିନ୍ନ ପରୀକ୍ଷା ଥରକୁ ଥର କରାଯିବା ପରେ ବିବରଣୀକୁ ଭିତ୍ତି କରି ପ୍ଲାଜମା ସଂଗ୍ରହ କରାଯିବ । ଏବେ ରାଜ୍ୟ ସରକାର ଏହାକୁ ଏକ ଫ୍ଲାଗସିପ୍ ପ୍ରୋଗ୍ରାମ ଭାବେ ଗ୍ରହଣ କରି ପ୍ଲାଜମା ଦାନକୁ ଉତ୍ସାହିତ କରୁଛନ୍ତି।

ଯଦି କୌଣସି ବ୍ୟକ୍ତି ଡାଇବେଟିସ ପାଇଁ ଇନସୁଲିନ ଉପରେ ନିର୍ଭରଶୀଳ ହୋଇଥିବେ, ରକ୍ତଚାପ ଅଧିକ ଥିବ ଏବଂ ଗତ ୨୮ ଦିନ ମଧ୍ୟରେ ଅସୁସ୍ଥ ଥିବେ, ସେ ଏ କ୍ୟାନସର ରୋଗୀ, ବୃକକ ରୋଗୀ, ହୃଦ ରୋଗୀ, ଯକୃତ ରୋଗୀ ଓ ଗର୍ଭଧାରଣ କରି ନ ଥିବା ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ ନାହିଁ ।

ଏହା ବି ପଢ଼ନ୍ତୁ | ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ୯ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ ହେଲେ

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

‘‘ଜଣେ ଯୋଗ୍ୟ ବ୍ୟକ୍ତି ଥରକେ କେବଳ ୪୦୦ ମିଲି ପ୍ଲାଜମା ଦେଇପାରିବ। ତେବେ କେଉଁ କୋଭିଡ-୧୯ ସଂକ୍ରମିତଙ୍କୁ ପ୍ଲାଜମା ଦିଆଯିବ ତାହା ଚିକିତ୍ସକଙ୍କ ଉପରେ ନିର୍ଭର କରେ। ଲକ୍ଷଣବିହୀନ ରୋଗୀଙ୍କୁ ଏହା ଦିଆଯାଇନଥାଏ। ଗ୍ରେଡ-୨ ରୋଗୀମାନେ ଯେଉଁମାନଙ୍କୁ ଅମ୍ଳଜାନ ଦିଆଗଲେ ମଧ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୁଏ ନାହିଁ ସେଠାରେ ପ୍ଲାଜମା ଚିକିତ୍ସା କାର୍ଯ୍ୟ କରିପାରେ ଯାହାକି ସମ୍ପୃକ୍ତ ଚିକିତ୍ସକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର।



ଏହା ବି ପଢ଼ନ୍ତୁ | ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଏହା ବି ପଢ଼ନ୍ତୁ | Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’

ରକ୍ତ ସଂଗ୍ରହ ଓ ରକ୍ତଦାନ ତଥା ଏହାର ପରିଚାଳନାରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ ଏଥିରେ ନିଜର କ୍ରିୟାଶୀଳତା ପ୍ରତିପାଦନ କରିଆସିଛି । ୨୦୦୧ରୁ ଏହି କେନ୍ଦ୍ରରେ ପ୍ଲେଟଲେଟ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ୨୦୦୪ରୁ ଓଡ଼ିଶାର ପ୍ରଥମ ବ୍ଲଡ଼ ବ୍ୟାଙ୍କ ଭାବେ ଏହି କେନ୍ଦ୍ରରେ ସିଙ୍ଗଲଡୋନର ପ୍ଲେଟଲେଟ ସେପାରେସନ ଆରମ୍ଭ ହୋଇଛି ।
Published by:Anand Shankar Thankur Das
First published: