୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଆସନ୍ତା ୨୦ ତାରିଖରେ ମାଲେସିଆରୁ ଆଉ ଏକ ବିମାନ ଭୁବନେଶ୍ବରକୁ ଆସିବ । ମେ ୩୦ରେ ଆମେରିକାରୁ ଭୁବନେଶ୍ବରକୁ ଉଡ଼ିବ ଏକ ସ୍ବତନ୍ତ୍ର ବିମାନ । ମେ ୧୬ରୁ ୨୨ ସୁଦ୍ଧା ବିଦେଶରୁ ଭାରତକୁ ଆସିବ ୧୪୯ଟି ବିମାନ ।

୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ
ଓଡ଼ିଆମାନେ ବିମାନରେ ଚଢ଼ିବାକୁ ଦୁବାଇ ବିମାନ ବନ୍ଦରରେ ପ୍ରବେଶ କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିସନରେ ଓଡ଼ିଶାକୁ ଆସିବ ତିନିଟି ବିମାନ । ଆଜି ରାତି ୯ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବ ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ । ଅପରାହ୍ଣ ୩ଟାରେ ଏହା ଦୁବାଇରୁ ଉଡ଼ିବ ।

ଏହି ବିମାନରେ ଓଡ଼ିଶାକୁ ଆସିବେ ମୋଟ ୧୪୯ ଜଣ ଯାତ୍ରୀ । ପ୍ରବାସୀ ଓଡ଼ିଆଙ୍କ ଫେରିବା ନେଇ ଦୁବାଇରେ ଅବସ୍ଥାପିତ ଭାରତୀୟ ବାଣିଜ୍ୟ ଦୂତାବାସ ଓ ସେଠାରେ ଥିବା ପ୍ରବାସୀ ଓଡ଼ିଆ ସମାଜ ସହାୟତା କରୁଛନ୍ତି । ଦୁବାଇ ଫେରନ୍ତାଙ୍କ ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଆସନ୍ତା ୨୦ ତାରିଖରେ ମାଲେସିଆରୁ ଆଉ ଏକ ବିମାନ ଭୁବନେଶ୍ବରକୁ ଆସିବ । ମେ ୩୦ରେ ଆମେରିକାରୁ ଭୁବନେଶ୍ବରକୁ ଉଡ଼ିବ ଏକ ସ୍ବତନ୍ତ୍ର ବିମାନ । ବିଦେଶରେ ଫସିଥିବା ଭାରତୀୟଙ୍କୁ ନେଇ ଫେରିବ ବିମାନ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ମେ ୧୬ରୁ ୨୨ ମଧ୍ୟରେ ୧୪୯ଟି ବିମାନରେ ୩୦,୦୦୦ ଭାରତୀୟ ୩୧ଟି ଦେଶରୁ ଫେରିବେ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ


ଏହି ପର୍ଯ୍ୟାୟରେ ଦିଲ୍ଲୀ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ସମେତ ୧୬ଟି ରାଜ୍ୟରୁ ପ୍ରବାସୀମାନେ ବିଦେଶରୁ ଫେରିବେ । ତେବେ ଏହି ପର୍ଯ୍ୟାୟରେ ପଶ୍ଚିମ ବଙ୍କ ପାଇଁ କୌଣସି ବିମାନ ଉଡ଼ାଣ ଧାର୍ଯ୍ୟ କରାଯାଇ ନାହିଁ ।

ସାଉଦି ଆରବ, କତାର, ଓମାନ, କୁଏତ, ବାହାରିନ ଓ ସଂଯୁକ୍ତ ଆରବ ଏମିରେଟ୍ସ ବ୍ୟତୀତ ଏହି ଯୋଜନାବଦ୍ଧ ବାଣିଜ୍ୟିକ ବିମାନଗୁଡ଼ିକ କାଜାଖସ୍ତାନ, ତାଜିକିସ୍ତାନ, କିର୍ଗିଜସ୍ଥାନ, ୟୁକ୍ରେନ, ଜର୍ଜିଆ ଏବଂ ଆର୍ମେନିଆରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବ ।

ସୂତ୍ରରୁ ପ୍ରକାଶ ଯେ ଏହି ପର୍ଯ୍ୟାୟରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ପ୍ରାୟ ୩୧ଟି ଦେଶ, ଗଲ୍ଫ ଅଞ୍ଚଳ, ୟୁରାସିଆ ଅଞ୍ଚଳ ଓ ଉତ୍ତର ଆମେରିକାକୁ ଅନ୍ତର୍ଭୁକ୍ତ କରାଯିବ |

ଯଦିଓ ପଶ୍ଚିମ ବଙ୍ଗ ବନ୍ଦେ ଭାରତ ମିଶନର ଅଂଶ ନୁହେଁ, ଆସନ୍ତା ସପ୍ତାହରୁ କୋଲକାତା ବିମାନ ବନ୍ଦରରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏଥି ପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପରିମଳ କାର୍ଯ୍ୟ ଚାଲିଛି ଏବଂ ସାମାଜିକ ଦୂରତା ନିୟମର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ବିମାନ ବନ୍ଦରରେ ମାର୍କିଂ କାର୍ଯ୍ୟ ମଧ୍ୟ କରାଯାଉଛି ।

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

 
First published: May 14, 2020, 2:39 PM IST
corona virus btn
corona virus btn
Loading