ଦୁବାଇରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ଫ୍ଲାଇଟ୍ ୧୪ରେ ଦୁବାଇରୁ ଉଡ଼ିବ

ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ୧୭୯ ଜଣ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ବିମାନ ଉଡ଼ାଣ ଭରିବ । ଏ ନେଇ ଦୁବାଇର ଓଡ଼ିଆ ସମାଜ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରାଳୟ ଓ ଦୁବାଇ ବାଣିଜ୍ୟିକ ଦୂତାବାସ ସହ ଚୂଡ଼ାନ୍ତ କଥାବାର୍ତ୍ତା ସରିଛି ।

ଦୁବାଇରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ଫ୍ଲାଇଟ୍ ୧୪ରେ ଦୁବାଇରୁ ଉଡ଼ିବ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୁବାଇରୁ ଭୁବନେଶ୍ବର ଫେରିବେ ପ୍ରବାସୀ ଓଡ଼ିଆ । ପ୍ରଥମ ଥର ପାଇଁ ଦୁବାଇରୁ ସିଧାସଳଖ ଭୁବନେଶ୍ବରକୁ ଉଡ଼ିବ ବିମାନ । ଲକଡାଉନ୍ ଯୋଗୁଁ ଦୁବାଇରେ ଫସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଫ୍ଲାଇଟ୍ ଆସନ୍ତା ୧୪ ତାରିଖରେ ଦୁବାଇ ଛାଡ଼ିବ ।

ପ୍ରସିଦ୍ଧ ଖବରକାଗଜ ‘ଖଲିଜ୍ ଟାଇମ୍ସ’କୁ ଏହି ସୂଚନା ଦେଇଛନ୍ତି ଦୁବାଇରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସର ଜଣେ ବରିଷ୍ଠ ଅଧିକାରୀ । ଏହି ଫ୍ଲାଇଟରେ ଯେଉଁମାନେ ଓଡ଼ିଶା ଫେରିବେ ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ମଧ୍ୟବର୍ଗ କର୍ମଚାରୀ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଚାକିରି ହରାଇଥିବା ବ୍ୟକ୍ତି ।

ଦୁବାଇରେ ଥିବା ଓଡ଼ିଆ ସମାଜର ସଭାପତି ଅମିୟ କୁମାର ମିଶ୍ର ‘ଖଲିଜ୍ ଟାଇମ୍ସ’କୁ କହିଛନ୍ତି ଯେ ଆସନ୍ତା ୧୪ ତାରିଖ ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ୧୭୯ ଜଣ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ବିମାନ ଉଡ଼ାଣ ଭରିବ । ଏ ନେଇ ଦୁବାଇର ଓଡ଼ିଆ ସମାଜ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରାଳୟ ଓ ଦୁବାଇ ବାଣିଜ୍ୟିକ ଦୂତାବାସ ସହ ଚୂଡ଼ାନ୍ତ କଥାବାର୍ତ୍ତା ସରିଛି ।

ଏହା ବି ପଢ଼ନ୍ତୁ: ଲକଡାଉନ୍ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ଏହି ବିମାନ ଉଡ଼ାଣ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦିଶକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଓ ଦୁବାଇ ବାଣିଜ୍ୟିକ ଦୂତାବାସ ଅଧିକାରୀ ଭିପୁଲ ସମସ୍ତ ପ୍ରକାର ପଦକ୍ଷେପ ନେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛି ଓଡ଼ିଆ ସମାଜ ।

ଏହା ବି ପଢ଼ନ୍ତୁ:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହେଲା; ଆଜି ୪ଟି ଟ୍ରେନରେ ଆସିଲେ ୪,୭୦୦ ପ୍ରବାସୀ

ଦୁବାଇରୁ ଓଡ଼ିଶା ଫେରିବା ପାଇଁ ପ୍ରାୟ ୩୦୦ ଜଣ ପ୍ରବାସୀ ଦୁବାଇ ବାଣିଜ୍ୟିକ ଦୂତାବାସ ଅଧିକାରୀଙ୍କ ପାଖରେ ନାମ ପଞ୍ଜୀକରଣ କରିସାରିଛନ୍ତି ।  ଭୁବନେଶ୍ବର ବିମାନ ବନ୍ଦରରେ ଆରମ୍ଭ ହେବ 'ଟଚ୍‌ ଫ୍ରି ସ୍କ୍ରିନିଂ' ବ୍ୟବସ୍ଥା । ଯାତ୍ରୀମାନଙ୍କୁ ଛୁଇଁବେ ନାହିଁ CISF ଯବାନ । ମୋବାଇଲ ଫୋନରେ ଇ-ଟିକେଟ୍‌ ଦେଖାଇବେ ଯାତ୍ରୀ । ଏଆରପୋର୍ଟ ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ  କରାଯାଇଛି ।

ଏହା ବି ପଢ଼ନ୍ତୁ: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ
First published: May 11, 2020, 10:49 PM IST
corona virus btn
corona virus btn
Loading