ପିପିଲି Bypoll: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନା ସଂକ୍ରମଣରେ ପରଲୋକ; ଘୁଞ୍ଚିବ ଉପନିର୍ବାଚନ

ଅଜିତ ମଙ୍ଗରାଜ ଏପ୍ରିଲ୍ ୧୦ରେ ଜଣେଇଥିଲେ ଯେ ସେ କରୋନା ପଜିଟିଭ୍ ହୋଇଛନ୍ତି । ଅକ୍ଟୋବର ୨୦୨୦ରେ ପିପିଲିର ବହୁ ବର୍ଷର ବିଜେଡି ବିଧାୟକ ପ୍ରଦୀପ ମହାରାଥଙ୍କର କରୋନା ସଂକ୍ରମଣ ଯୋଗୁଁ ଦେହାନ୍ତ ପରେ ଏହି ଉପନିର୍ବାଚନ ଆବଶ୍ୟକ ହୋଇଥିଲା ।

ପିପିଲି Bypoll: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନା ସଂକ୍ରମଣରେ ପରଲୋକ; ଘୁଞ୍ଚିବ ଉପନିର୍ବାଚନ
ଅଜିତ ମଙ୍ଗରାଜ (ଡାହାଣ)
  • News18 Odia
  • Last Updated: April 14, 2021, 5:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପିପିଲି ବିଧାନ ସଭା ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର (Ajit Mangaraj) ବୁଧବାର ଦିନ କରୋନା ଭାଇରସ୍‌ ସଂକ୍ରମଣ (COVID-19) ଯୋଗୁଁ ପରଲୋକ ହୋଇଛି । ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ (Apollo Hospital Bhubaneswar) ଚିକିତ୍ସିତ ହେଉଥିଲେ । ହସ୍ପିଟାଲ ପକ୍ଷରୁ ଏହି ଦୁଃଖଦ ଖବର ଦିଆଯାଇଛି ।

ଉପନିର୍ବାଚନ ପାଇଁ ମତଦାନର ମାତ୍ର ତିନି ଦିନ ପୂର୍ବରୁ ଆସିଥିବା ଏହି ଖବର ପିପିଲି ସମେତ ସାରା ଓଡ଼ିଶାରେ ଦୁଃଖ ସୃଷ୍ଟି କରିଛି । ଉପନିର୍ବାଚନ (Pipili Assembly Bypoll) ଏପ୍ରିଲ ୧୭ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ସବୁ ଦଳ ପକ୍ଷରୁ ପ୍ରଚାର ଜୋରସୋର୍‌ ଚାଲିଛି । ହେଲେ ଏକ ରାଷ୍ଟ୍ରୀୟ ଦଳର ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ଉପନିର୍ବାଚନ ତାରିଖ ଘୁଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି (Pipili Congress candidate Ajit Mangaraj passes away)।

ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଶନିବାର ଦିନ (ଏପ୍ରିଲ୍‌ ୧୦) ଜଣେଇଥିଲେ ଯେ ସେ କରୋନା ପଜିଟିଭ୍ ହୋଇଛନ୍ତି । ନିଜ ଫେସବୁକ୍‌ ଆକାଉଣ୍ଟରେ ସେ ଲେଖିଥିଲେ ଯେ ସେ କରୋନା ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି । ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଏକଜୁଟ ରହିବାକୁ ଓ କୌଣସି ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ସେ ନିବେଦନ କରିଥିଲେ ।

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପାଇ ମୁଖ୍ୟ ମନ୍ତ୍ରୀଙ୍କ ଟ୍ୱିଟ୍‌


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ (Pipili Assembly Byelection) ଘୁଞ୍ଚିବାର ପ୍ରବଳ ସମ୍ଭାବନା ସୃଷ୍ଟି ହୋଇଛି । ନିୟମ ଅନୁଯାୟୀ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନ ତାରିଖ ଘୁଞ୍ଚିଥାଏ  । ତେଣୁ ପୁଣି ଘୋଷଣା ହେବ ନିର୍ବାଚନର ସାନି ତାରିଖ । ୨୦୧୯ ପାଟକୁରା ନିର୍ବାଚନରେ ହୋଇଥିଲା ସମାନ ସ୍ଥିତି ।  ନିୟମ ଅନୁଯାୟୀ ଏବେ ପିପିଲିରେ କେବଳ କଂଗ୍ରେସ ପ୍ରାର୍ଥୀ ଦେବ । ଅନ୍ୟ ଦଳର ପ୍ରାର୍ଥୀ ଅପରିବର୍ତ୍ତିତ ରହିବେ ।

ଏହା ବି ପଢ଼ନ୍ତୁ | ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

ଅକ୍ଟୋବର ୨୦୨୦ରେ ପିପିଲିର ବହୁ ବର୍ଷର ବିଜେଡି ବିଧାୟକ ପ୍ରଦୀପ ମହାରାଥଙ୍କର (Pradeep Maharathy) କରୋନା ସଂକ୍ରମଣ ଯୋଗୁଁ ଦେହାନ୍ତ ହେବା ପରେ ଏହି ଉପନିର୍ବାଚନ ଆବଶ୍ୟକ ହୋଇଥିଲା । ଓଡ଼ିଶାର ଶାସକ ଦଳ ବିଜେଡି ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ (Rudra Pratap Maharathy) ଏହି ଆସନରୁ ଦଳର ଟିକେଟ୍‌ ଦେଇଛି । ବିଜେପି ଏଠାରୁ ଗତ ନିର୍ବାଚନର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ (Ashrit Patnaik) ପୁଣି ଥରେ ପ୍ରାର୍ଥୀ କରିଛି । ୨୦୧୯ର ନିର୍ବାଚନରେ ପ୍ରଦୀପ ମହାରଥୀ ପିପିଲି ଆସନକୁ ୧୫,୭୮୭ ଭୋଟ ବ୍ୟବଧାନରେ ଜିତିଥିଲେ ।



ଅଜିତ ମଙ୍ଗରାଜ ହସପିଟାଲରେ କରୋନା ସଂକ୍ରମଣ ପାଇଁ ଚିକିତ୍ସିତ ହେଉଥିବା ବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ମଙ୍ଗରାଜଙ୍କ ଦେହାନ୍ତ ଖବର ଜାଣି ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟର ସବୁ ଦଳର ନେତାମାନେ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।
Published by: Anand ST Das
First published: April 14, 2021, 5:20 PM IST