ପିପିଲି Bypoll: ମେ ୧୩ରେ ହେବ ଭୋଟ୍; ଅଜିତ ମଙ୍ଗରାଜ ଚାଲିଯିବାର ୨ ଦିନ ପରେ ତାଙ୍କ ମା’ ଚାଲିଗଲେ

ପିପିଲି ଉପନିର୍ବାଚନ ପାଇଁ କେବଳ କଂଗ୍ରେସ ଦଳକୁ ନାମାଙ୍କନର ସୁଯୋଗ ଦିଆଯିବ । ଦଳମତ ନିର୍ବିଶେଷରେ ରାଜନେତମାନେ ଅଜିତ ମଙ୍ଗରାଜଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ପିପିଲି Bypoll: ମେ ୧୩ରେ ହେବ ଭୋଟ୍; ଅଜିତ ମଙ୍ଗରାଜ ଚାଲିଯିବାର ୨ ଦିନ ପରେ ତାଙ୍କ ମା’ ଚାଲିଗଲେ
ଅଜିତ ମଙ୍ଗରାଜ; (ଡାହାଣ) ତାଙ୍କସ ମା’ କ୍ଷେତ୍ରମଣି ଦେବୀ
  • News18 Odia
  • Last Updated: April 17, 2021, 9:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପିପିଲି ବିଧାନ ସଭା ଉପନିର୍ବାଚନର ସାନି ତାରିଖ ଘୋଷଣା ହୋଇଛି । ମେ ମାସ ୧୩ ତାରିଖରେ ଭୋଟ୍ ଗ୍ରହଣ ହେବ ଓ ମେ ୧୬ ତାରିଖରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଘୋଷଣା କରାଯାଇଛି ।

କରୋନା ସଂକ୍ରମଣରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ମୃତ୍ୟୁ ଯୋଗୁଁ ଏପ୍ରିଲ୍‌ ୧୭ ତାରିଖରେ ହେବାକୁ ଥିବା ଭୋଟ୍‌ ଗ୍ରହଣକୁ ସ୍ଥଗିତ ରଖାଯାଇଥିଲା । ଏପ୍ରିଲ୍‌ ୧୪ ତାରିଖରେ ମୃତ୍ୟୁ ବରଣ କରିଥିବା ଅଜିତ ମଙ୍ଗରାଜଙ୍କ ପରିବାର ଉପରେ ଦୁଃଖର ଆଉ ଏକ ପାହାଡ଼ ନଇଁ ଆସିଛି । ମଙ୍ଗରାଜଙ୍କ ଚାଲିଯିବାର ଦୁଇ ଦିନ ପରେ ତାଙ୍କ ମା’ କ୍ଷେତ୍ରମଣି ଦେବୀ ମୃତ୍ୟୁ ବରଣ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଶାହିଦ କପୁର୍ଙ୍କ ମାନୀଳିମା ଅଜିମ୍କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?

ଅଜିତ ମଙ୍ଗରାଜ ଓ ତାଙ୍କ ମା’ଙ୍କ ମୃତ୍ୟୁ ଯୋଗୁଁ ସ୍ତବ୍ଧ ହୋଇଯାଇଛି ଡେଲାଙ୍ଗର ଆଙ୍କୋଇ ଗାଁ । ଦିବଙ୍ଗତ ନେତା ଅଜିତଙ୍କ ପରଲୋକରେ ଶୋକର ଛାୟା ହଟି ନ ଥିବା ବେଳେ ମାଆ କ୍ଷେତ୍ରମଣିଙ୍କ ବିୟୋଗ ପୂରା ଅଞ୍ଚଳବାସୀଙ୍କୁ କରିଛି ମର୍ମାହତ । ହୃଦଘାତରେ ଗୁରୁତର ହୋଇ ପଡ଼ିଥିବା କ୍ଷେତ୍ରମଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ସେ କରୋନାରେ ଆକ୍ରାନ୍ତ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି । ପୁଅ ପରେ ମାଆଙ୍କ ଦେହାନ୍ତ ପରିବାରକୁ ଡୁବାଇ ଦେଇଛି ଶୋକରେ । ଜନ୍ମ ମାଟି ଆଙ୍କୋଇ ଗାଁ ସହିତ ନିରବି ଯାଇଛି ଭୁବନେଶ୍ବର ନୟାପଲ୍ଲୀରେ ଥିବା ଅଜିତଙ୍କ ବାସଭବନ ।  ପୂର୍ବରୁ ଅଜିତଙ୍କ ବାପା ଚାଲିଯାଇଥିଲେ ।

ଅଜିତଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟୁଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ ।


ଶୋକାକୁଳ ପରିବାର ସଦସ୍ୟମାନଙ୍କୁ ଭେଟି ଶାନ୍ତ୍ୱନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସମେତ କଂଗ୍ରେସର ତୁଙ୍ଗ ନେତା । ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ମଧ୍ୟ ମଙ୍ଗରାଜଙ୍କ ପରିବାରକୁ ଏହି ଗଭୀର ଦୁଃଖ ପାଇଁ ହାର୍ଦ୍ଦିକ ସମବେଦନା ଜଣେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPL 2021: KKR ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ନୀତିଶ ରାଣାଙ୍କ ସ୍ତ୍ରୀ ଇଣ୍ଟେରିୟର ଡିଜାଇନର୍; କୋହଲିଙ୍କ ଫ୍ୟାନ୍

‘‘ମୁଁ ଜାଣିପାରୁଛି ତାଙ୍କ ପରିବାର ଉପରେ ଏବେ କ’ଣ ବିତୁଥିବ । ଭଗବାନ ତାଙ୍କର ଓ ତାଙ୍କ ମା’ଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ, ଆଉ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାକୁ ଶକ୍କତି ଦିଅନ୍ତୁ,’’ କହିଛନ୍ତି ରୁଦ୍ରପ୍ରତାପ ମହାରଥୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

ଦଳମତ ନିର୍ବିଶେଷରେ ରାଜନେତମାନେ ଶୋକ ସନ୍ତପ୍ତ ପରିବାରକୁ ଜଣାଇଛନ୍ତି ସମବେଦନା । ଆଗାମୀ ଉପନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ମତ ଦେଇଛନ୍ତି ରାଜନେତା ଓ ବୁଦ୍ଧିଜୀବୀମାନେ ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ୍ ତାରିଖ ଘୋଷଣା ହେବା ପରେ କେବଳ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଦିଆଯିବ । ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନ ଭରିଥିବା ବେଳେ ବିଜେପିର ପୂର୍ବ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥି ପତ୍ର ଦାଖଲ କରିସାରିଛନ୍ତି ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ପକ୍ଷରୁ ଜୋରଦାର କ୍ୟାମ୍ପେନ ମଧ୍ୟ କରାଯାଇଥିଲା । ଭୋଟ୍‌ ଗ୍ରହଣକୁ ମାତ୍ର ତିନି ଦିନ ବାକି ଥିବା ବେଳେ ଆଖି ବୁଜିଥିଲେ ଅଜିତ ମଙ୍ଗରାଜ । ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍ ଆକ୍ଟ-୧୯୫୧ ଅନୁଯାୟୀ ନାମାଙ୍କନ ଭରିଥିବା କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କର ଯଦି ମୃତ୍ୟୁ ହୁଏ ତେବେ ନିର୍ବାଚନକୁ ସ୍ଥଗିତ କରାଯାଏ । ସେହି ନିୟମ ବଳରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ ମୁଖ୍ୟ ନିର୍ବାଚନ କମିଶନ ।



ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୧୯ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏପ୍ରିଲ ୨୬ରେ କେବଳ କଂଗ୍ରେସ ଦଳକୁ ନାମାଙ୍କନର ସୁଯୋଗ ଦିଆଯିବ । ଏପ୍ରିଲ ୨୭ରେ ମନୋନୟନ ପତ୍ର ଯାଞ୍ଚ ହେବ ଓ ୨୯ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ।
Published by: Anand ST Das
First published: April 17, 2021, 9:11 PM IST