ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେ

ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେ

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ଘୁଞ୍ଚିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ନିୟମ ଅନୁଯାୟୀ କେବଳ କଂଗ୍ରେସ ପ୍ରାର୍ଥୀ ଦେବ । ଅନ୍ୟ ଦଳର ପ୍ରାର୍ଥୀ ଅପରିବର୍ତ୍ତିତ ରହିବେ ।

ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେ
ଅଜିତ ମଙ୍ଗରାଜ (ଡାହାଣ); ତାଙ୍କ ମୃତ ଦେହକୁ ହସପିଟାଲରୁ ବାହାରକୁ ଅଣାଯାଉଛି
  • News18 Odia
  • Last Updated: April 14, 2021, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣରେ ପରଲୋକଗାମୀ ହୋଇଥିବା ପିପିଲି ବିଧାନ ସଭା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଏହି ଉପନିର୍ବାଚନର ପ୍ରାର୍ଥୀମାନଙ୍କ ମଧ୍ୟରେ ସବୁ ଠାରୁ ଧନୀ ଥିଲେ । ଉପନିର୍ବାଚନର ତିନି ଦିନ ପୂର୍ବରୁ ବୁଧବାର ଦିନ ଭୁବନେଶ୍ୱରର ଆପୋଲୋ ହସପିଟାଲରେ ତାଙ୍କର ପରଲୋକ ହୋଇଛି ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ପ୍ରାର୍ଥୀମାନଙ୍କ ଆଫିଡାଭିଟ୍‌ ଅନୁସାରେ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ମୋ’ଟ ସମ୍ପତ୍ତିର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ । ତାଙ୍କର ଚଳ ସମ୍ପତ୍ତିର ମୂଲ୍ୟ ୧.୭ କୋଟି ଟଙ୍କାରୁ ଅଧିକ । ତାଙ୍କ ସହଧର୍ମିଣୀଙ୍କ ମୋ’ଟ ସମ୍ପତ୍ତିର ମୂଲ୍ୟ ୭,୨୦,୧୨,୮୦୪ ଟଙ୍କା । ଏଥିରେ ଥିବା ଚଳ ସମ୍ପତ୍ତିର ମୂଲ୍ୟ ହେଉଛି ୯୭,୭୮,୯୨୯ ଟଙ୍କା ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ଶାସକ ଦଳ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ପାଣିଗ୍ରାହୀଙ୍କ ସମ୍ପତ୍ତିର ମୂଲ୍ୟ ୪.୮୬ କୋଟିରୁ ଅଧିକ । ତାଙ୍କର ଚଳ ସମ୍ପତ୍ତିର ମୂଲ୍ୟ ୬୩,୭୬,୪୧୧.୦୫ ଟଙ୍କା ହୋଇଥିବା ବେଳେ ତାଙ୍କ ଅସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ହେଉଛି ୧.୨୨କୋଟି ଟଙ୍କା । ସେ ଉତ୍ତରାଧିକାରୀ ଭାବେ ପାଇଥିହା ସମ୍ପତ୍ତିର ବଜାର ମୂଲ୍ୟ ହେଉଛି ୩.୦୧ କୋଟି ଟଙ୍କା । ତାଙ୍କ ପତ୍ନୀ ଜାଗୃତି ପଣ୍ଡାଙ୍କ ଚଳ ସମ୍ପତ୍ତିର ମୂଲ୍ୟ ହେଉଛି ୨୧.୨୧ ଲକ୍ଷ ଟଙ୍କା । ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୧୬.୫୦ ଲକ୍ଷ ଟଙ୍କା ।

ଅଜିତ ମଙ୍ଗରାଜ (ଡାହାଣ)


ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ୧ କୋଟି ଟଙ୍କା ଛୁଉଁ ନାହିଁ । ତାଙ୍କର ଉଭୟ ଚଳନଶୀଳ ଓ ଅସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ହେଉଛି ୮୭.୩୪ ଲକ୍ଷ ଟଙ୍କା ।ତାଙ୍କର ଚଳ ସମ୍ପତ୍ତିର ମୂଲ୍ୟ ହେଉଛି ୪୩.୬୭ ଲକ୍ଷ ଟଙ୍କା ।ତାଙ୍କ ପତ୍ନୀଙ୍କର ମୋଟ ସମ୍ପତ୍ତି (ସବୁ ଚଳନଶୀଳ) ହେଉଛି ୩୧.୪୧ ଲକ୍ଷ ଟଙ୍କା ।

ଏହା ବି ପଢ଼ନ୍ତୁ |ସୈନ୍ୟମାନେ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ଘୁଞ୍ଚିବ ବୋଲି ଜଣାପଡ଼ିଛି । ଜନପ୍ରତିନିଧିତ୍ବ ଆଇନ୍ ୧୯୫୧ର ସେକ୍ସନ୍‌ ୫୨ର କ୍ଲଜ୍ ୧ ଅନୁଯାୟୀ ଏହି ଉପନିର୍ବାଚନ ଘୁଞ୍ଚିବ । ନିୟମ ଅନୁଯାୟୀ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନ ଘୁଞ୍ଚିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏହି ପଦକ୍ଷେପ ନିଆଯିବ ଓ ପୁଣି ଘୋଷଣା ହେବ ନିର୍ବାଚନର ସାନି ତାରିଖ । ୨୦୧୯ ମସ୍ହାରେ ପାଟକୁରା ନିର୍ବାଚନରେ ହୋଇଥିଲା ସମାନ ସ୍ଥିତି ।  ନିୟମ ଅନୁଯାୟୀ ଏବେ ପିପିଲିରେ କେବଳ କଂଗ୍ରେସ ପ୍ରାର୍ଥୀ ଦେବ । ଅନ୍ୟ ଦଳର ପ୍ରାର୍ଥୀ ଅପରିବର୍ତ୍ତିତ ରହିବେ ।

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପାଇ ମୁଖ୍ୟ ମନ୍ତ୍ରୀଙ୍କ ଟ୍ୱିଟ୍‌


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

କରୋନାରେ ଆକ୍ରାନ୍ତ ହୋଇ ଅଜିତ ମଙ୍ଗରାଜ ଭୁବନେଶ୍ବରର ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ତଳେ ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଅଜିତ । କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ଏପ୍ରିଲ ୭ ତାରିଖରେ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

ଆପୋଲୋ ହସପିଟାଲ୍‌ ସୂତ୍ରରୁ କୁହାଯାଇଛି ଯେ ମଙ୍ଗରାଜ ‘ସିଭିୟର କୋଭିଡ୍ ନିମୋନିଆ’ରେ ପୀଡ଼ିତ ଥିଲେ । ସାତ ଦିନର ଚିକିତ୍ସା ପରେ ବୁଧବାର ଅପରାହ୍‌ଣ ୪ଟାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୫୨ ବର୍ଷ ବୟସ । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକ ବ୍ୟକ୍ତ କରିବା ସହ ଅଜିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟ ମନ୍ତ୍ରୀ ନବାନ ପଟ୍ଟନାୟକ ଅଜିତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଓ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଯେ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ସେ ଦୁଃଖିତ ଓ ମର୍ମାହତ । ‘‘ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି,’’ କହିଛନ୍ତି ଧର୍ମେନ୍ଦ୍ର ।



ଅଜିତଙ୍କ ବିୟୋଗରେ ମର୍ମାହତ ହୋଇପଡ଼ିଛି କଂଗ୍ରେସ । ଦଳ ପକ୍ଷରୁ ଅଜିତଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା ଜଣାଇଛି ରାଜ୍ୟ କଂଗ୍ରେସ । ଅଜିତ ପୁରୀ ଜିଲ୍ଲା କଂଗ୍ରେସର ସଭାପତି ବି ଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Published by: Anand ST Das
First published: April 14, 2021, 9:05 PM IST