ଢେଙ୍କାନାଳରେ ଟ୍ରେନିଂ ବିମାନ କ୍ରାଶ୍ ହେଲା; ସେଥିରେ ଥିବା ମହିଳା ଟ୍ରେନି ଓ ତାଙ୍କ ଶିକ୍ଷକଙ୍କ ମୃତ୍ୟୁ

Training plane crash kills 2 in Dhenkanal, Odisha | ଏହି ବିମାନଟି ଗୋଟିଏ ଥର ଉଡ଼ାଣ ଅଭ୍ୟାସ କରି ସାରି ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୨୯ ବର୍ଷୀୟା ପାଇଲଟ ଛାତ୍ରୀ ଓ ତାଙ୍କ ୪୫ ବର୍ଷୀୟ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଛି ।

ମୃତ ପାଇଲଟ ଛାତ୍ରୀ ଅନିଶ୍ ଫାତିମା ଏମ୍. ଓ (ଡାହାଣ) ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ

ମୃତ ପାଇଲଟ ଛାତ୍ରୀ ଅନିଶ୍ ଫାତିମା ଏମ୍. ଓ (ଡାହାଣ) ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ

  • Share this:
News18 Odia Digital

ଢେଙ୍କାନାଳ: ବିମାନ ଉଡ଼ାଣ ଟ୍ରେନିଂ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ଥିବା ଜଣେ ମହିଳା ଛାତ୍ରୀ ଓ ତାଙ୍କ ଶିକ୍ଷକ (ଇନଷ୍ଟ୍ରକ୍ଟର୍‌) ମୃତ୍ୟୁ ବରଣ କରିଛନ୍ତି । ଏହି ଦୁର୍ଘଟଣା ଘଟିଛି ଢେଙ୍କାନାଳ (Dhenkanal) ଜିଲ୍ଲା ବିରାଶାଳ ଏୟାରଷ୍ଟ୍ରିପ (Birasal airstrip)ରେ ।

ଆଜି ଉଡ଼ାଣ ଅଭ୍ୟାସ ବେଳେ ଏହି ଦୁଇଟି ସିଟ୍‌ ଥିବା ଟ୍ରେନିଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଇଲଟ ଟ୍ରେନିଂ ଚାଲିଥିବା ବେଳେ ଟେକନିକାଲ୍‌ ତ୍ରୁଟି କାରଣରୁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ମୃତ ପାଇଲଟ ଛାତ୍ରୀ ଜଣକ ହେଲେ ଅନିଶ୍‌ ଫାତିମା ଏମ୍‌. (୨୯ ବର୍ଷ)। ତାଙ୍କ ଘର ତାମିଲନାଡୁ (Tamil Nadu)ର କାଞ୍ଚିପୁରମ (Kancheepuram)ର ମଡ଼ମ୍ବକ୍କମରେ । ପ୍ରଶିକ୍ଷକ ଜଣକ ହେଉଛନ୍ତି କ୍ୟାପଟେନ୍‌ ସଞ୍ଜୀବ କୁମାର ଝା (୪୫ ବର୍ଷ)। ସେ ଝାରଖଣ୍ଡ (Jharkhand)ର ଜାମଶେଦପୁର (Jamshedpur)ର ବାସିନ୍ଦା ।

ଦୁର୍ଘଟଣା ବିଷୟରେ ସୂଚନା ଦେଉଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଅନୁପମା ଜେମସ୍ ।


କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳରେ ଥିବା ସରକାରୀ ଉଡ଼ାଣ ଶିକ୍ଷା ସଂସ୍ଥାନ (Government Aviation Training Institute, GATI) ଠାରେ ଦୀର୍ଘ ଦିନର ବ୍ୟବଧାନ ପରେ ତାଲିମ ପାଇଁ ଆଜି ସକାଳ ପାଖାପାଖି ୬ଟା ୩୦ରେ ଉଡାଣ ଭରିଥିଲା ଏହି ବିମାନ । ମାତ୍ର ଶହେ ଫୁଟ ଉଚ୍ଚରୁ କୌଣସି ତ୍ରୁଟି ବଶତଃ ବିମାନଟି ତଳକୁ ଖସି ପଡିଥିଲା । ଉଭୟ ପାଇଲଟ୍‌ ଓ ଛାତ୍ରୀଙ୍କୁ ବିମାନ ଦୁର୍ଘଟଣା ପରେ କାମାକ୍ଷାନଗର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଉଡ଼ାଣ ପ୍ରଶିକ୍ଷକ କ୍ୟାପଟେନ୍ ସଞ୍ଜୀବ କୁମାର ଝା (୪୫ ବର୍ଷ)


‘‘ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବିମାନଟି ଗୋଟିଏ ଥର ଉଡ଼ାଣ ଅଭ୍ୟାସ କରି ସାରି ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଟେକନିକାଲ୍‌ ଅନୁସନ୍ଧାନରୁ ଜଣାପଡ଼ିବ,’’ କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଅନୁପମା ଜେମସ୍‌ । ଲକଡାଉନ୍‌ ଚାଲିଥିବା ବେଳେ ଜୁନ୍‌ ୧ ତାରିଖରୁ ଏହି ଉଡ଼ାଣ ପ୍ରଶିକ୍ଷଣ ସଂସ୍ଥାନ ଖୋଲିଯାଇଥିଲା ଓ ଏଆରଷ୍ଟ୍ରିପରେ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଥିଲା ।

ଏହା ବି ପଢ଼ନ୍ତୁ: 

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: