ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଏଷ୍ଟିଲଙ୍କର ଜଣେ ସହକର୍ମୀ ସେହି ସେକ୍ସ କ୍ରିୟାକୁ ରେକର୍ଡ଼ କରିଥିଲେ । ତାହା ଅନଲାଇନରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା ଓ ଫେସବୁକରେ ୨୦ ଲକ୍ଷରୁ ଅଧିକ ଭ୍ୟୁ ପାଇଥିଲା । ଏଷ୍ଟିଲଙ୍କ ନିଲମ୍ବନ ପାଇଁ ଲୋକଙ୍କ ଦାବି ବଢ଼ୁଛି ।

ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ
ସେହି ଜୁମ୍ ଭିଡିଓ କନଫେରେନ୍ସିଂ ବୈଠକର ଏକ ଦୃଶ୍ୟ
  • News18 Odia
  • Last Updated: September 1, 2020, 4:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୋଟିଏ ଜୁମ୍ ଭିଡିଓ କନଫେରେନ୍ସିଂ ବୈଠକ (Zoom meeting) ସମୟରେ ଫିଲିପାଇନ୍ସର (Philippines) ଜଣେ ସରକାରୀ ଅଧିକାରୀ ନିଜ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବାର ଦେଖାଯାଇଛନ୍ତି (Philippines official caught having sex) କ୍ୟାଭାଇଟ୍ ସ୍ଥିତ ଫାତିମା ଡୋସ୍ ଗ୍ରାମ ପରିଷଦ ଅନଲାଇନରେ କରୁଥିବା ଏକ ନିୟମିତ ବୈଠକ ସମୟରେ ସେମାନଙ୍କ ଶୀର୍ଷ ଅଧିକାରୀ ଜିଝସ୍‌ ଏଷ୍ଟିଲ୍ ଏହି ମିଟିଂରେ ଜଣେ ମହିଳାଙ୍କ ସହ ସେକ୍ସ କରୁଥିବାର ଦେଖାଯାଇଥିଲେ । ପରେ ସେହି ମହିଳା ତାଙ୍କ ସେକ୍ରେଟାରୀ ଭାବେ ଚିହ୍ନଟ ହୋଇଥିଲେ ।

ମିଟିଂ ସରିଆସିବା ସମୟରେ ପରିଷଦର ସଦସ୍ୟମାନେ ଏଷ୍ଟିଲଙ୍କୁ ତାଙ୍କ କୋଠରୀର ପଛ ପଟକୁ ଯାଇ ଜଣେ ମହିଳାଙ୍କ ସହ ସେକ୍ସ ଆରମ୍ଭ କରିବା ଦେଖି ଚକିତ ହୋଇଯାଇଥିଲେ । ନ୍ୟୁଜ୍ ୱେବସାଇଟ୍ KENH14 ଅନୁଯାୟୀ ଏଷ୍ଟିଲ୍ ମିଟିଂ ସରିଯାଇଛି ଭାବି ଚାଲିଯିବା ପୂର୍ବରୁ କ୍ୟାମେରା ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ହେଲେ କ୍ୟାମେରା ଯେ ବନ୍ଦ ହୋଇନାହିଁ ଓ ତାଙ୍କ ସହକର୍ମୀମାନେ ତାଙ୍କୁ ଦେଖୁଛନ୍ତି ତାହା ସେ ଜାଣିପାରି ନ ଥିଲେ ।

ଏଷ୍ଟିଲଙ୍କର ଜଣେ ସହକର୍ମୀ ସେହି ସେକ୍ସ କ୍ରିୟାକୁ ରେକର୍ଡ଼ କରିବାରେ ସଫଳ ହୋଇଥିଲେ । ତାହା ଅନଲାଇନରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା । ଏହି ଭିଡିଓଟିକୁ ଫିଲିପାଇନ୍ସର ସାମ୍ବାଦିକ ଏରୱିନ୍ ଟୁଲଫୋ ଫେସବୁକରେ ସେୟାର କରିଥିଲେ । ସେଠି ଏହା ୨୦ ଲକ୍ଷରୁ ଅଧିକ ଭ୍ୟୁ ପାଇଥିଲା ଓ ଏଷ୍ଟିଲଙ୍କ ନିଲମ୍ବନ ପାଇଁ ଲୋକଙ୍କ ଦାବି ବଢ଼ିଥିଲା ।

କ୍ୟାମେରା ବନ୍ଦ ହୋଇନାହିଁ ବୋଲି ଏଷ୍ଟିଲ୍ ଜାଣିପାରି ନ ଥିଲେ ।


ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଫିଲିପାଇନ୍‌ସର ଆଭ୍ୟନ୍ତରୀଣ ଓ ସ୍ଥାନୀୟ ସରକାର (ଡିଏଲଜି) ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ‘‘ଯଦି ଏହି ଆରୋପ ସତ ବୋଲି ଜଣାପଡ଼େ, ତେବେ ଏହା ଜଣେ ନିର୍ବାଚିତ ସରକାରୀ ଅଧିକାରୀଙ୍କ ଦ୍ୱାରା ହୋଇଥିବା ଗର୍ହିତ କାର୍ଯ୍ୟ । ଆମେ ନିଶ୍ଚିତ କରିବୁ ଯେ ଏହି ଘଟଣାର ଅନୁସନ୍ଧାନ କରାଯିବ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ଏହା ବି ପଢ଼ନ୍ତୁ ଭାରତ-ପାକିସ୍ତାନ ସୀମାରେ BSF ଖୋଜି ପାଇଲା ସୁଡ଼ଙ୍ଗ; ବାଲି ବସ୍ତାରେ ଲେଖାଅଛି ‘କରାଚୀ’

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ସେହି ଭିଡିଓଟି ସାର୍ବଜନୀନ ହେବା ପର ଠାରୁ ଏଷ୍ଟିଲ ଓ ତାଙ୍କ ସେକ୍ରେଟାରୀ କାର୍ଯ୍ୟାଳୟକୁ ଆସି ନାହାଁନ୍ତି ।



କରୋନା ଭାଇରସ୍ ମହାମାରୀ ସମୟରେ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଘରୁ କାମ କରୁଥିବାରୁ ଭର୍ଚୁଆଲ୍ ମିଟିଂ ଏକ ନୂଆ ସ୍ୱାଭାବିକ ଘଟଣା ହୋଇଯାଇଛି । ହେଲେ ମଝିରେ ମଝିରେ ଏହି ମିଟିଂ ସମୟରେ ଅଭାବନୀୟ ଘଟଣା ଘଟୁଥିବା ଦେଖାଯାଉଛି । ମେ ମାସରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସହ ଜୁମ୍ କନଫରେନ୍ସ କଲ୍ ସମୟରେ ଜଣେ ବ୍ୟବସାୟୀ ହଠାତ୍ ଉଲଗ୍ନ ହୋଇଥିବା ଦେଖାଯାଇଥିଲେ ।
Published by: Anand Shankar Thankur Das
First published: September 1, 2020, 4:43 PM IST
corona virus btn
corona virus btn
Loading