ନିର୍ଦ୍ଦିଷ୍ଟ କେତେକ ବ୍ଲଡ ଗୃପ୍ ଓ ମେଦ ବହୁଳତା ଯୋଗୁଁ କରୋନା ସଂକ୍ରମଣ ହୋଇପାରେ ଘାତକ

ଲୋକଙ୍କ ଦେହରେ ଥିବା ବ୍ଲଡ଼ର ଗୃପ ଅନୁସାରେ ବି କୋଭିଡ ସଂକ୍ରମଣର ସମ୍ଭାବନା ଓ ତୀବ୍ରତା କମ୍ କିମ୍ବା ବେଶୀ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଧିକ ମୋଟା ଲୋକଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ସମ୍ଭାବନା ଯଥେଷ୍ଟ ଅଧିକ ।

ନିର୍ଦ୍ଦିଷ୍ଟ କେତେକ ବ୍ଲଡ ଗୃପ୍ ଓ ମେଦ ବହୁଳତା ଯୋଗୁଁ କରୋନା ସଂକ୍ରମଣ ହୋଇପାରେ ଘାତକ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 19, 2020, 5:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆପଣଙ୍କ ବ୍ଲଡ଼ ଗୃପ A କିମ୍ବା AB ପଜିଟିଭ କି? କିମ୍ବା ଆପଣ ମେଦ ବହୁଳତାର ଶିକାର ହୋଇଛନ୍ତି କି? ଯଦି ଉଭୟ କ୍ଷେତ୍ରରେ ଆପଣଙ୍କ ଉତ୍ତର ହଁ, ତେବେ ସାବଧାନ । ଉଭୟ କ୍ଷେତ୍ରରେ କୌଣସି ମୁହୂର୍ତ୍ତରେ ବି ଆପଣ କୋଭିଡ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଅଧିକ । କେବଳ ସଂକ୍ରମଣ ସମ୍ଭାବନା ନୁହେଁ, ଏହା ମଧ୍ଯ ଘାତକ ହୋଇପାରେ। ଏଭଳି କିଛି ଅଧ୍ୟୟନ ରିପୋର୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌।

ଲୋକଙ୍କ ଦେହରେ ଥିବା ବ୍ଲଡ଼ ଗୃପ ଅନୁସାରେ ବି କୋଭିଡ ସଂକ୍ରମଣର  ସମ୍ଭାବନା ଓ ତୀବ୍ରତା କମ୍‌ କିମ୍ବା ବେଶୀ ହୋଇପାରେ । ରିପୋର୍ଟ ଅନୁସାରେ A ଓ AB ବ୍ଲଡ଼ ଗୃପ ଥିବା ଲୋକଙ୍କ ଦେହରେ କୋଭିଡ ସଂକ୍ରମଣ ସମ୍ଭାବନା ଅନ୍ୟ ବ୍ଲଡ ଗୃପ ତୁଳନାରେ ଅଧିକ। ସେହି ଭଳି ଅଧିକ ମୋଟା ଥିବା ଲୋକଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ  ସମ୍ଭାବନା ଯଥେଷ୍ଟ ଅଧିକ। ଏହା ଏଭଳି ଲୋକଙ୍କ ପାଇଁ ଘାତକ ହୋଇପାରେ ।

ଏହି ଗବେଷଣା ରିପୋର୍ଟ ଅନୁସାରେ ଯେଉଁମାନଙ୍କର ବ୍ଲଡ ଗୃପ A କିମ୍ବା AB ପଜିଟିଭ ସେମାନେ ସାବଧାନ ରହିବା ଜରୁରୀ । କାରଣ ସେମାନେ ଯେକୌଣସି ମୁହୂର୍ତ୍ତରେ କୋଭିଡ-୧୯ ଭୂତାଣୁ ସଂକ୍ରମଣର ଶିକାର ହୋଇ ପାରନ୍ତି । ଅର୍ଥାତ ଏହି ଦୁଇଟି ବ୍ଲଡ ଗୃପ ଅଧିକ କୋଭିଡ ସମ୍ବେଦନଶୀଳ । ରିପୋର୍ଟ ଅନୁସାରେ ଏଭଳି ବ୍ଲଡ ଗ୍ରୁପ ଥିବା ଲୋକେ ଶୀଘ୍ର କୋଭିଡ ସଂକ୍ରମିତ ହେବା ସହିତ ସେମାନଙ୍କ ଦେହରେ ଥିବା ଅନ୍ୟ ଛୋଟବଡ଼ ରୋଗ  ମାରାତ୍ମକ ହୋଇଥାଏ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

ତାହା ତୁଳନାରେ O ଓ B ପଜିଟିଭ ଥିବା ଲୋକେ ଅଧିକ ସୁରକ୍ଷିତ । ଅର୍ଥାତ ଏହି ବ୍ଲଡ ଗ୍ରୁପଧାରୀ ଲୋକଙ୍କ ଠାରେ ସଂକ୍ରମିତ ହେବା ସମ୍ଭାବନା କମ୍‌ । ତେବେ ଆମ ରାଜ୍ୟରେ ଏଭଳି ଗବେଷଣା ହୋଇ ନ ଥିବା ବେଳେ ଏହାର ବିସ୍ତୃତ ତର୍ଜମା ହେବା ଜରୁରୀ ବୋଲି ରକ୍ତ ଭଣ୍ଡାର ଅଧିକାରୀ ମତ ଦେଇଛନ୍ତି ।

‘‘ଓଡ଼ିଶାରେ କୋଭିଡ ମହାମାରୀ ସମୟରେ  ନିର୍ଦ୍ଦିଷ୍ଟ ଭାବେ କେଉଁ ବ୍ଲଡ ଗୃପର  କେତେ ଲୋକ ସଂକ୍ରମିତ ହୋଇଛନ୍ତି ତା’ର ହିସାବ କରାଯାଇ ନାହିଁ । ତେବେ A ଓ AB ଗ୍ରୁପର ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି କି ନାହିଁ ତାହା ପରୀକ୍ଷା ପରେ ହିଁ ସ୍ପଷ୍ଟ ହେବ,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର ।

କେବଳ ବ୍ଲଡ ଗ୍ରୁପ ନୁହେଁ, ଅନ୍ୟ ଏକ ଗବେଷଣା ରିପୋର୍ଟ ଅନୁସାରେ ମେଦ ବହୁଳତା ଥିବା ଲୋକମାନେ ମଧ୍ୟ କୋଭିଡ ସଂକ୍ରମିତ ହେବା ସମ୍ଭାବନା ଅଧିକ ।  ଅନେକ କ୍ଷେତ୍ରରେ ସେମାନେ ଗୁରୁତର ହେବା ସମ୍ଭାବନା ଅଧିକ ବୋଲି ଗବେଷଣା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏଭଳି ରିପୋର୍ଟ ର ବାସ୍ତବତା ଅଛି ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

ଡାକ୍ତରଙ୍କ ମତରେ ଶରୀରରେ ମେଦ ବହୁଳତା ଏକାଧିକ ରୋଗକୁ ଆମନ୍ତ୍ରଣ କରିଥାଏ। ବିଶେଷ ଲରି ଏହା ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ ଆମନ୍ତ୍ରଣ କରିଥାଏ, ଯାହା ସମୟ କ୍ରମେ ଘାତକ ହୋଇଥାଏ । ଏ କ୍ଷେତ୍ରରେ ଏହା ହୃଦଘାତ ଘଟାଇଥାଏ । ତେଣୁ ମେଦ ବହୁଳତା ଥିବା ଲୋକେ ଅଧିକ ଯତ୍ନବାନ ହେବା ଉଚିତ।

‘‘କେବଳ କୋଭିଡ ନୁହେଁ, ଅଧିକାଂଶ ରୋଗର ମୂଳ କାରଣ ହେଲା ମେଦ ବହୁଳତା ବା ମୋଟାପା । ଏହି କାରଣରୁ ଛୋଟ ଛୋଟ ରୋଗ ଅନେକ ସମୟରେ ଘାତକ ସାଜୁଛି । ଏ ଦିଗରେ ସମସ୍ତେ ବିଶେଷ ଯତ୍ନଶୀଳ ହେବା ଦରକାର,’’ କହିଛନ୍ତି ଡାକ୍ତର ଶୋଭନ ରଥ ।



ବିଶେଷଜ୍ଞଙ୍କ ମତରେ ଏ ସବୁ ଦିଗ ଉପରେ ଅଧିକ ଅନୁଶୀଳନ ହେବା ଜରୁରୀ । ମୁଖ୍ୟତଃ ଏହି ରିପୋର୍ଟ ଆଧାରରେ ଲୋକେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।
Published by: Anand Shankar Thankur Das
First published: October 19, 2020, 5:21 PM IST
corona virus btn
corona virus btn
Loading