News18 Odia Digital
ବ୍ରହ୍ମପୁର: କରୋନା ଟିକା ନେବା ପାଇଁ କିଛି ଲୋକ ରାତି ସାରା ଅନିଦ୍ରା ରହୁଥିବା ବେଳେ କିଏ ରାତି ୧୨ଟାରେ ତ ଆଉ କିଏ ଭୋର୍ ୪ଟାରୁ ଆସି ଟିକା ନେବା ପାଇଁ ଅପେକ୍ଷା କରୁଥିବା ଦେଖାଯାଉଛି । ଘଣ୍ଟା ଘଣ୍ଟା ଅନିଦ୍ରା ହୋଇ ଟିକା କେନ୍ଦ୍ରରେ ଅପେକ୍ଷା କରିବା ପରେ ସକାଳ ୮ଟାରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଟିକା ମିଳୁଛି । ଅନ୍ୟମାନେ ପୁଣି ଆସନ୍ତା କାଲିକୁ ଅପେକ୍ଷା କରୁଛନ୍ତି ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଲୋକମାନଙ୍କ ମଧ୍ୟରେ ଭୀଷଣ ଆଗ୍ରହ ସହ ଏକ ପ୍ରକାର ବ୍ୟାକୁଳତା ଦେଖିବାକୁ ମିଳୁଛି। ହେଲେ ରାତି ଅନିଦ୍ରା ହେଇ ଟିକା ନେଉଥିଲେ ବି ଅଧିକାଂଶ ଲୋକ ଟିକାକରଣ କେନ୍ଦ୍ରମାନଙ୍କରେ ନା ସାମାଜିକ ଦୂରତା ରଖୁଛନ୍ତି ନା ସଠିକ୍ ଭାବେ ମାସ୍କ ପିନ୍ଧୁଛନ୍ତି । ଖଲ୍ଲିକୋଟ ଅଞ୍ଚଳକୁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସି ଲୋକେ ଟିକା ନେଉଥିବା ଯୋଗୁଁ ଭିଡ଼ ବଢ଼ୁଛି ବୋଲି ଅଭିଯୋଗ ହେଉଛି ।
ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତଟିକା ନେବା ପାଇଁ ଅସାଧାରଣ ଆଗ୍ରହ ମଧ୍ୟରେ ଲୋକେ କରୋନା କଟକଣାକୁ ଫୁ କରି ପରସ୍ପର ସହ ଠେଲାପେଲା ହୋଇ ପ୍ରତିଯୋଗିତା ଚଳାଇଛନ୍ତି ଲୋକେ । ଖଲ୍ଲିକୋଟ ଅଞ୍ଚଳର ଟିକାକରଣ କେନ୍ଦ୍ରଗୁଡ଼ିକରେ ରାତି ୧୨ଟାରୁ ହିଁ ଟିକା ନେବା ପାଇଁ ଲାଇନ୍ ଆରମ୍ଭ ହୋଇଯାଉଛି । ଯିଏ ଯେତେ ରାତିରୁ ଆସି ଲାଇନରେ ଠିଆ ହେବ ସେ ସକାଳେ ପ୍ରଥମେ ଟିକା ନେବ । ଏ ଭଳି ପ୍ରତିଯୋଗିତାରେ ମାତି ଲୋକେ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି ।

ଲୋକଙ୍କୁ ସକାଳ ୮ଟାରେ ଟିକା ପାଇଁ ଟୋକନ୍ ମିଳୁଛି ।
ଅନେକ ଲୋକ ରାତି ୧୨ଟାରୁ ଲାଇନରେ ଠିଆ ହୋଇ ସକାଳ ୮ଟାରେ ଟିକା ପାଇଁ ଟୋକନ୍ ପାଉଥିବା ଦେଖାଯାଉଛି । ମେଡ଼ିକାଲ୍ କର୍ମଚାରୀମାନେ ଆସିବା ପରେ ଟୋକନ୍ ଅନୁସାରେ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଟିକା ଦେଉଛନ୍ତି ।
ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ ଖବରର ସତ‘‘ଏତେ ଭିଡ଼ ହେବାର କାରଣ ହେଉଛି ଖାଲି ଖଲ୍ଲିକୋଟ ଅଞ୍ଚଳର ଲୋକେ ଏଠାକୁ ଟିକା ନେବା ପାଇଁ ଆସୁଛନ୍ତି ତାହା ନୁହେଁ । ବରଂ ପଡ଼ୋଶୀ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ରୁ ବି ଲୋକେ ଏଠାକୁ ଆସୁଛନ୍ତି । ସେଠାରେ ସେମାନଙ୍କୁ ଟିକା ମିଳି ନ ଥିବା ଯୋଗୁଁ ଖଲ୍ଲିକୋଟକୁ ରାତିରେ ଆସି ଟିକାକରଣ କେନ୍ଦ୍ରରେ ଅପେକ୍ଷା କରି ରହୁଛନ୍ତି ଲୋକେ,’’ କହିଛନ୍ତି ଖୋର୍ଦ୍ଧାରୁ ଟିକା ନେବା ପାଇଁ ଆସିଥିବା କାମିନୀ ପ୍ରଧାନ ।
ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେଗୋଟିଏ ଲମ୍ବା ଲାଇନରେ ଠିଆହୋଇଥିବା ଖଲ୍ଲିକୋଟ ଅଞ୍ଚଳର ମହିଳା କୁନି ଦଳେଇ କହିଛନ୍ତି, ‘‘ଟିକା ପାଇବା ପାଇଁ ଲୋକେ ନିଜ ଘର ଓ ପରିବାରକୁ ଛାଡ଼ି ରାତି ସାରା ଅନିଦ୍ରା ହୋଇ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବସି ରହୁଛନ୍ତି । ବର୍ତ୍ତମାନ ଟିକା ନେବା ଜରୁରୀ ହୋଇଥିବାରୁ ଯେତେ କଷ୍ଟ ହେଲେ ବି ଲୋକେ ଟିକା ନେଇ ସୁରକ୍ଷିତ ରହିବାକୁ ମନସ୍ଥ କରିଛନ୍ତି ।’’
ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ନ ଥିଲା, ହେଲେ ତାଙ୍କର ଓ ସାଇରାଙ୍କର ସେଥି ପାଇଁ ଦୁଃଖ ନ ଥିଲା‘‘ଟିକାକୁ ବର୍ତ୍ତମାନ ସଞ୍ଜିବନୀ ଭାବେ ଧରି ନିଆଯାଇଥିବା ବେଳେ ସମସ୍ତେ କେମିତି ଟିକା ନେବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣକୁ ବ୍ୟାପକ କରାଯାଇଛି । ପ୍ରତ୍ୟେକ ବ୍ଳକ୍ ଅଞ୍ଚଳରେ ଅଧିକରୁ ଅଧିକ ଟିକାକରଣ କେନ୍ଦ୍ର କରାଯାଇ ଟିକା ଦିଆଯାଉଛି । ପୂର୍ବରୁ ଲୋକେ ଟିକା ନେବାକୁ ଭୟ କରୁଥିଲେ, କିନ୍ତୁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଟିକା ନେବା ପାଇଁ ପ୍ରବଳ ଉତ୍ସାହ ରହିଛି । ଟିକାକରଣ କେନ୍ଦ୍ରରେ ଏତେ ମାତ୍ରାରେ ଭିଡ଼ ଲାଗୁଛି ଯେ ତାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଉଛି । ତଥାପି ଟିକାକରଣ କେନ୍ଦ୍ରରେ କିଭଳି ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହେବ ଓ ସମସ୍ତେ ମାସ୍କ ପିନ୍ଧିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି,’’ କହିଛନ୍ତି ଲଙ୍ଗଳେଶ୍ବରର ଅଙ୍ଗନଓ୍ବାଡ଼ି ଦିଦି ବିରାଜିନୀ ଦାସ ।
ଏହା ବି ପଢ଼ନ୍ତୁ | ଆକ୍ସନରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: କର୍ମଚାରୀମାନଙ୍କୁ ୨ଟି ସିଫ୍ଟରେ କାମ କରିବାକୁ କହିଲେଖଲ୍ଲିକୋଟର ବୁଦ୍ଧିଜୀବୀ ଅଭିମନ୍ୟୁ ରାଉଳ କହିଛନ୍ତି ଯେ ପୂର୍ବରୁ ଖଲ୍ଲିକୋଟର ଟିକାକରଣ କେନ୍ଦ୍ରମାନଙ୍କରେ ସୁରୁଖୁରୁରେ ଟିକାଦାନ ପ୍ରକ୍ରିୟା ଜାରି ରହିଥିଲା । ‘‘କିନ୍ତୁ ଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ଲୋକେ ଟିକା ନେବା ପାଇଁ ଖଲ୍ଲିକୋଟ ଆସୁଛନ୍ତି । ବିଳମ୍ବିତ ରାତିରେ ଖଲ୍ଲିକୋଟରେ ପହଞ୍ଚିବା ପରେ ଲାଇନରେ ରହୁଛନ୍ତି । ଏହା ଫଳରେ ସ୍ଥାନୀୟ ବାସିନ୍ଦାମାନେ ସକାଳୁ ଯିବା ବେଳକୁ ଟିକା ସରିଯାଉଛି । ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ବି କାଳେ ଟିକା ନ ମିଳିବ ସେହି ଭୟରେ ରାତି ଅନିଦ୍ରା ହୋଇ ଟିକାକରଣ କେନ୍ଦ୍ରକୁ ଆସୁଛନ୍ତି,’’ କହିନ୍ତି ଖଲ୍ଲିକୋଟର ବୁଦ୍ଧିଜୀବୀ ଅଭିମନ୍ୟୁ ରାଉଳ ।
‘‘ଟିକାକକରଣ କେନ୍ଦ୍ରରେ ପ୍ରବଳ ଭିଡ଼ ରହିଥିବା ବେଳେ କିଭଳି ଲୋକେ କଟକଣା ପାଳନ କରିବା ଉଚିତ ସେ ନେଇ ସଚେତନ କରାଯାଉଛି । ଟିକା ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆସୁଥିବା ବେଳେ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଯୋଗୁଁ ଏଭଳି ଭିଡ଼ ହେଉଛି । ତଥାପି ଟିକାଦାନ କାର୍ଯ୍ୟ ଶାନ୍ତିଶୃଙ୍ଖଳାରେ ଚାଲୁ ରହିଛି,’’ କହିଛନ୍ତି ଟିକାକରଣ ଦାୟିତ୍ବରେ ରହିଥିବା ଅଧିକାରୀ ସୁରେନ୍ଦ୍ର ବେହେରା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।