କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

ଗବେଷଣାରୁ ଜଣାପଡ଼ିଛି ଯେ କୋଭିଡ-୧୯ ସଂକ୍ରମଣର ଗମ୍ଭୀରତାର ସ୍ତର ଯାହା ହେଉ ନା କାହିଁକି, ସୁସ୍ଥ ହେବା ପରେ ରୋଗୀ ଲଗାତର ଥକା ଅନୁଭବ କରନ୍ତି । ସଂକ୍ରମଣର ତୀବ୍ରତା ଓ ଥକାପଣ ମଧ୍ୟରେ କୌଣସି ସମ୍ପର୍କ ନାହିଁ ।

କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 18, 2020, 9:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଅଧାରୁ ଅଧିକ ରୋଗୀଙ୍କ ଠାରେ କ୍ରମାଗତ ଭାବେ ଥକା ଅନୁଭବ କରୁଥିବା ଦେଖାଯାଉଛି । ସେମାନଙ୍କର ସଂକ୍ରମଣର ପରିମାଣ ଯାହା ହୋଇଥାଉ ନା କାହିଁକି, ସେମାନେ ଥକା ଅନୁଭବ କରୁଛନ୍ତି ବୋଲି ଏକ ପ୍ରମୁଖ ଅଧ୍ୟୟନରୁ ଗବେଷଣାକାରୀମାନେ ଜାଣିବାକୁ ପାଇଛନ୍ତି (COVID patients feel tired after recovery)।

‘‘କରୋନା ଭାଇରସ୍‌ ରୋଗରେ (SARS-CoV-2) ସଂକ୍ରମଣର ଉପସ୍ଥାପନା ବା ବୈଶିଷ୍ଟ୍ୟଗୁଡ଼ିକ ଭଲ ଭାବରେ ବର୍ଣ୍ଣିତ ହୋଇଥିବା ବେଳେ ସଂକ୍ରମଣର ମଧ୍ୟମ ଓ ଦୀର୍ଘକାଳୀନ ପରିଣାମ ଉପରେ ଗବେଷଣା କରାଯାଇ ନାହିଁ,’’ କହିଛନ୍ତି ଆୟର୍ଲାଣ୍ଡର ସେଣ୍ଟ ଜେମ୍ସ ହସପିଟାଲର ଅଧ୍ୟୟନ ଲେଖକ ଲିଆମ୍ ଟାଉନ୍ସେଣ୍ଡ କହିଛନ୍ତି ।

ଏହି ଅଧ୍ୟୟନ ପାଇଁ ଗବେଷଣାକାରୀ ଦଳ ରୋଗୀମାନଙ୍କର ଥକା ନିର୍ଣ୍ଣୟ କରିବା ପାଇଁ ସାଧାରଣ ଭାବେ ବ୍ୟବହୃତ ସ୍କେଲ୍‌ ବ୍ୟବହାର କରିଥିଲେ । ଏହି ସ୍କେଲକୁ ଚାଲଡର ଥକା ସ୍କୋର (Chalder Fatigue Score. CFQ-11) କୁହାଯାଏ ।

ସେମାନେ ରୋଗୀର ପ୍ରାରମ୍ଭିକ ସଂକ୍ରମଣର ଗମ୍ଭୀରତା (ହସପିଟାଲରେ ଆଡମିଶନର ଆବଶ୍ୟକତା, ଗୁରୁତର / ତୀବ୍ର ଚିକିତ୍ସା), ଓ ସେମାନଙ୍କର ସ୍ୱାସ୍ଥ୍ୟର ପୂର୍ବ ସ୍ଥିତି ଓ ଉଦାସୀନତାକୁ ମଧ୍ୟ ଦେଖିଥିଲେ । ସେମାନେ ରୋଗ ପ୍ରତିରୋଧକ ଶକ୍ତିର ବିଭିନ୍ନ ମାର୍କର (ଧଳା କୋଷ ଗଣନା, ସି-ପ୍ରତିକ୍ରିୟାଶୀଳ ପ୍ରୋଟିନ୍, ଇଣ୍ଟରଲୁକିନ୍-୬, ଏବଂ sCD25) ଆଦିକୁ ମଧ୍ୟ ଦେଖିଥିଲେ ।

ଏହି ଅଧ୍ୟୟନରେ ୧୨୮ ଜଣ ଅଂଶଗ୍ରହଣକାରୀ (ହାରାହାରି ବୟସ ୫୦ ବର୍ଷ; ୫୪ ପ୍ରତିଶତ ମହିଳା) ଅନ୍ତର୍ଭୁକ୍ତ ହୋଇଥିଲେ । ସେମାନଙ୍କୁ SARS-CoV-2 ସଂକ୍ରମଣରୁ (କରୋନା ସଂକ୍ରମଣରୁ) କ୍ଲିନିକାଲ୍ ରୂପେ ସୁସ୍ଥ ହେବାର ୧୦ ସପ୍ତାହ ମଧ୍ୟରେ କ୍ରମାଗତ ଭାବରେ ମନିଟରିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ସୁସ୍ଥ ଲୋକେ କ୍ରମାଗତ ଥକାପଣ (୫୨.୩ ପ୍ରତିଶତ; ୬୭/୧୨୮) ଅନୁଭବ କରୁଥିବା ଜଣାପଡ଼ିଥିଲା ।

“ଜଣେ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇ ଭଲ ହୋଇଥାନ୍ତୁ ବା ହସପିଟାଲ୍‌ ନ ଯାଇ ଘରେ ଆଇସୋଲେସନରେ ରହି ଭଲ ହୋଇଥାଆନ୍ତୁ, ତାଙ୍କ ଠାରେ ଥକାପଣ ଦେଖିବାକୁ ମିଳିଥିଲା,’’ କହିଛନ୍ତି ଟାଉନସେଣ୍ଡ ।

ଏହା ବି ପଢ଼ନ୍ତୁ | ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ସେ ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ କୋଭିଡ-୧୯ର ଗମ୍ଭୀରତାର (ହସପିଟାଲରେ ଆଡମିଶନ, ସପ୍ଲିମେଣ୍ଟାରୀ ଅମ୍ଳଜାନ ଯୋଗାଣ ବା ଗୁରୁତର ଯତ୍ନର ଆବଶ୍ୟକତା) ସ୍ତର ଯାହା ହେଉ ନା କାହିଁକି ସୁସ୍ଥ ହେବା ପରେ ରୋଗୀ ଥକା ଅନୁଭବ କରିବା ଦେଖାଯାଇଥିଲା । ସଂକ୍ରମଣର ଗମ୍ଭୀରତା ଓ ଥକାପଣ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।



ଗବେଷଣାରୁ ଏହା ବି ଜଣାପଡିଛି ଯେ ମହିଳା କରୋନା ରୋଗୀମାନେ ଓ ଅବସାଦ / ଚିନ୍ତାରେ ପୀଡ଼ିତ ରୋଗୀମାନେ ଅଧିକ ଥକାପଣ ଅନୁଭବ କରନ୍ତି ।
Published by: Anand Shankar Thankur Das
First published: September 18, 2020, 9:21 PM IST
corona virus btn
corona virus btn
Loading