News18 Odia Digital
ନୂଆ ଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ (Coronavirus) ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ପ୍ରତି ଦିନ ମୃତ୍ୟୁର ସଂଖ୍ୟା ବଢ଼ିଚାଲିଥିବାରୁ ଲୋକେ ଭୟଭୀତ ହେଉଛନ୍ତି । ଏସବୁ ମଧ୍ୟରେ କରୋନାର (Corona) ମାରାତ୍ମକ ଭାଇରସ୍ ସହ ଜଡ଼ିତ ଆଉ ଏକ ଚକିତକାରୀ ତଥ୍ୟ ସାମନାକୁ ଆସିଛି । ଆମେରିକାରେ କରୋନା ଭୂତାଣୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଦଳ ଜାଣିବାକୁ ପାଇଛନ୍ତି ଯେ କରୋନା ଭାଇରସ୍ SARS CoV-2 ଗୁରୁତର ଅବସ୍ଥାରେ ରହି ସୁସ୍ଥ ହେଉଥିବା ରୋଗୀମାନଙ୍କ ଦେହରେ ସେମାନେ ସୁସ୍ଥ ହେବା ଠାରୁ ୯୦ ଦିନ ପର୍ଯ୍ୟନ୍ତ ରହେ । ଏପରି ସ୍ଥିତିରେ କରୋନାରୁ ଆରୋଗ୍ୟ ହୋଇଥିବା ରୋଗୀମାନଙ୍କୁ ଘରୁ ବାହାରକୁ ଛାଡ଼ିବା ଉଚିତ୍ ନୁହେଁ ଓ ସେମାନଙ୍କୁ ଅନ୍ୟ ଲୋକଙ୍କ ସହ କମ୍ ମିଳାମିଶା କରିବା ଉଚିତ ।
ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକେ ୯୦ ଦିନ ପର୍ଯ୍ୟନ୍ତ ଅନ୍ୟ କାହାକୁ ବି ସଂକ୍ରମିତ କରିପାରିବେ । ଏପରି ପରିସ୍ଥିତିରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆମ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୯ ଲକ୍ଷ ଅତିକ୍ରମ କରିଥିବା ବେଳେ ଏବେ ସୁଦ୍ଧା ଏକ ଲକ୍ଷ ଛଅ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।
ଆମେରିକାର ଆଟଲାଣ୍ଟା ଠାରେ ଥିବା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (Centre for Disease Control and Prevention, Atlanta) ଦ୍ୱାରା ସଂଗୃହିତ ସୂଚନା ଅନୁଯାୟୀ ଗୁରୁତର କରୋନା ମହାମାରୀରେ ଗୁରୁତର ହୋଇ ଚିକିତ୍ସା ପରେ ଭଲ ହୋଇଯାଉଥିବା ଲୋକେ ୯୦ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବିସ୍ତାର କରିବାର କ୍ଷମତା ରଖିଥାନ୍ତି । ଠିକ୍ ସେମିତି ଯେଉଁ ଲୋକେ କରୋନାର ସାମାନ୍ୟ ପ୍ରଭାବ ଅନୁଭବ କରିବା ପରେ ସୁସ୍ଥ ହୋଇଥାନ୍ତି, ସେମାନଙ୍କ ଦେହରେ ବି କରୋନା ଭାଇରସ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରହିଥାଏ । ଏପରି ସ୍ଥିତିରେ ଏହି ରୋଗୀମାନଙ୍କ ସଂସ୍ପର୍ଶରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକେ ଆସିଲେ ସେମାନେ ସଂକ୍ରମିତ ହେବାର ସମ୍ଭାବନା ବଢ଼ିଥାଏ ।
ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍ଏହା ବି ପଢ଼ନ୍ତୁ | କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ହସପିଟାଲରୁ ଶବ ନେଇ ଫେରାର୍ ହେଲା ତାଙ୍କ ପୁଅକେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୦ ହଜାର ୪୯୬ ଜଣ ନୂଆ କେରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ୯୬୪ ଜଣ ଆକ୍ରାନ୍ତ । ଏଥି ସହ ଦେଶରେ କେରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦କୁ ବୃଦ୍ଧି ପାଇଛି । ଦେଶରେ ମୋ’ଟ କରୋନା ପଜିଟିଭ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୫୯ ଲକ୍ଷ ୬ ହଜାର ୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮ ଲକ୍ଷ ୯୩ ହଜାର ୫୯୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।
ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କରୋନା ସ୍ଥିତି ଏବେ ବି ଚିନ୍ତାଜନକ ହୋଇ ରହିଛି । ମହାରାଷ୍ଟ୍ରରେ ଦିନକରେ ପୁଣି ୧୩ ହଜାରରୁ ଅଧିକ ଓ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।