କରୋନାରୁ ସୁସ୍ଥ ହୋଇଥିବା ଲୋକେ ମାସ ମାସ ଧରି ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରନ୍ତି: ଅଧ୍ୟୟନ

ଏହି ଅଧ୍ୟୟନରେ ହୋଇଥିବା MRI scanରେ ଦେଖାଯାଇଛି ଯେ ସୁସ୍ଥ ହୋଇଥିବା ୬୦% କୋଭିଡ-୧୯ ରୋଗୀଙ୍କ ଫୁସଫୁସରେ, ୨୯% ରୋଗୀଙ୍କ କିଡନୀରେ, ୨୬% ରୋଗୀଙ୍କ ହୃଦୟରେ ଓ ୧୦% ରୋଗୀଙ୍କ ଲିଭରରେ ଅସ୍ୱାଭାବିକତା ସୃଷ୍ଟି ହୋଇଛି ।

କରୋନାରୁ ସୁସ୍ଥ ହୋଇଥିବା ଲୋକେ ମାସ ମାସ ଧରି ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରନ୍ତି: ଅଧ୍ୟୟନ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 13, 2020, 7:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲଣ୍ଡନ: କରୋନା ଭାଇରସରେ ସଂକ୍ରମିତ ହେବା ପରେ ହସପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଯିବାର ବେଶ୍‌ କିଛି ମାସ ପର୍ଯ୍ୟନ୍ତ ରୋଗୀଙ୍କ ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ଇଂଲଣ୍ଡରେ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା COVID-19 ରୋଗୀଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ପ୍ରାରମ୍ଭିକ ସଂକ୍ରମଣ ଆରମ୍ଭ ହେବାର ଦୁଇରୁ ତିନି ମାସ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ଥକାପଣ, ଚିନ୍ତା ଓ ଉଦାସୀନତାର ଲକ୍ଷଣ ଅନୁଭବ କରିଥିଲେ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ବାଲେଶ୍ୱରରେ ମମତା କୁଣ୍ଡୁଙ୍କ ପରାଜୟର କାରଣ? ‘‘BJD BJP ଟଙ୍କା ବଣ୍ଟା Congress ଦୁର୍ବଳ ସଙ୍ଗଠନ’’

ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରେ ଏହି ମହାମାରୀରେ ପୀଡ଼ିତ ୫୮ ଜଣ ରୋଗୀଙ୍କ ଉପରେ COVID-19ର ଦୀର୍ଘମିଆଦି ପ୍ରଭାବ ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱରରେ ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି ।


ଏହି ଅଧ୍ୟୟନରେ ଦେଖାଯାଇଥିଲା ଯେ କରୋନା ଭାଇରସ୍ (Coronavirus) ଦ୍ୱାରା ସଂକ୍ରମିତ ହେବା ପରେ କେତେକ ରୋଗୀଙ୍କ ଶରୀରର ଏକାଧିକ ଅଙ୍ଗରେ ଅସ୍ୱାଭାବିକତା ଦେଖାଦେଇଥିଲା ଓ କ୍ରମାଗତ ପ୍ରଦାହ (inflammation) କିଛି ମାସ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।

ଏହି ଅଧ୍ୟୟନ ଅନ୍ୟ ବୈଜ୍ଞାନିକମାନଙ୍କ ଦ୍ୱାରା ଏପର୍ଯ୍ୟନ୍ତ ସାଥି-ସମୀକ୍ଷା (peer-review) କରାଯାଇ ନାହିଁ । ସେହି ସମୀକ୍ଷା ପୂର୍ବରୁ ଏହା ମେଡ୍ରକ୍ସିଭ୍ (MedRxiv) ୱେବସାଇଟରେ ପ୍ରକାଶିତ ହୋଇଛି ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

‘‘ଏହି ଅଧ୍ୟୟନରୁ ମିଳିଥିବା ଫଳରୁ COVID-19 ସହିତ ଜଡ଼ିତ ଶାରୀରିକ ପ୍ରକ୍ରିୟାଗୁଡ଼ିକ ଉପରେ ଅଧିକ ଅନୁସନ୍ଧାନ କରିବା ଓ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବା ପରେ କ୍ଲିନିକାଲ୍ ଯତ୍ନର ଏକ ସମନ୍ୱିତ ମଡେଲ୍ ବିକଶିତ କରିବାର ଆବଶ୍ୟକତା ଅନୁଭୂତ ହେଉଛି,’’ କହିଛନ୍ତି ଏହି ଅଧ୍ୟୟନର ସହ-ନେତୃତ୍ୱ କରିଥିବା ଅକ୍ସଫୋର୍ଡର ରାଡକ୍ଲିଫ୍ ମେଡିସିନ୍‌ ଡିପାର୍ଟମେଣ୍ଟର ଡାକ୍ତର ବେଟି ରମନ୍‌ (Betty Raman)।

ଗତ ମାସ ବ୍ରିଟେନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ରିସର୍ଚ୍ଚ (National Institute for Health Research - NIHR) ଦ୍ୱାରା ପ୍ରକାଶିତ ଏକ ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି ଯେ COVID-19 ସଂକ୍ରମଣ ପରେ ହେଉଥିବା ଅସୁସ୍ଥତା, ଯାହାକୁ ବେଳେବେଳେ “ଲମ୍ବା କୋଭିଡ୍‌” (long COVID) କୁହାଯାଏ, ଶରୀରର ବିଭିନ୍ନ ଅଙ୍ଗ ଓ ମନକୁ ପ୍ରଭାବିତ କରେ ଓ ସେହି ସମ୍ପର୍କିତ ବିଭିନ୍ନ ଲକ୍ଷଣ ଦେଖାଏ ।

ଏହା ବି ପଢ଼ନ୍ତୁ | News18 ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି; କରୋନା ସହ ଲଢ଼ି ହାରିଗଲେ ଯୋଦ୍ଧା

ଅକ୍ସଫୋର୍ଡର ଏହି ଅଧ୍ୟୟନର ଫଳାଫଳ ଦର୍ଶାଇଛି ଯେ COVID-19 ଆରମ୍ଭ ହେବାର ଦୁଇ ତିନି ମାସ ପରେ ୬୪ ପ୍ରତିଶତ ରୋଗୀ କ୍ରମାଗତ ଭାବେ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ କରୁଥିଲେ ଓ ୫୫ ପ୍ରତିଶତ ଗୁରୁତର ଥକ୍କାପଣ ଅନୁଭବ କରୁଥିଲେ ।

ଏମ୍‌.ଆର୍‌.ଆଇ. ସ୍କାନରେ (MRI scan) ଦେଖାଯାଇଛି ଯେ ୬୦ ପ୍ରତିଶତ କୋଭିଡ-୧୯ ରୋଗୀଙ୍କ ଫୁସଫୁସରେ, ୨୯ ପ୍ରତିଶତ ରୋଗୀଙ୍କ କିଡନୀରେ, ୨୬ ପ୍ରତିଶତ ରୋଗୀଙ୍କ ହୃଦୟରେ ଓ ୧୦ ପ୍ରତିଶତ ରୋଗୀଙ୍କ ଲିଭରରେ ଅସ୍ୱାଭାବିକତା ସୃଷ୍ଟି ହେଉଛି ।



‘‘ଏହି ଚିହ୍ନଟ ହୋଇଥିବା ଅସ୍ୱାଭାବିକତା ପ୍ରଦାହର ସେରମ୍ ମାର୍କର୍ (serum marker) ସହିତ ଦୃଢ଼ ଭାବରେ ଜଡ଼ିତ । କ୍ରୋନିକ୍ ପ୍ରଦାହ ଓ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଅଙ୍ଗ ନଷ୍ଟ ହେବା ଘଟଣା ମଧ୍ୟରେ ଏହା ଏକ ସମ୍ଭାବ୍ୟ ଲିଙ୍କ୍ ସୂଚିତ କରୁଛି,’’ କହିଛନ୍ତି ରମଣ । (ରୟଟର୍ସ)
Published by: Anand Shankar Thankur Das
First published: November 13, 2020, 7:06 PM IST
corona virus btn
corona virus btn
Loading