News18 Odia Digital
ଭୁବନେଶ୍ୱର: କରୋନା ମହାମାରୀ ରାଜ୍ୟରେ ଉଗ୍ର ରୂପ ଧାରଣ କରିଚାଲିଥିବା ବେଳେ ସଙ୍ଗରୋଧ କେନ୍ଦ୍ର ବାବଦରେ ଏବେ ବି ଗାଁ ଲୋକଙ୍କ ପାଖରେ ସଠିକ ସୂଚନା ନାହିଁ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକର ବାଙ୍କୁଆଳ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
୬୨ ବର୍ଷୀୟ ଲକ୍ଷ୍ମଣ ଲେଙ୍କା ବୌଦ୍ଧ ଜିଲ୍ଲାରେ କାମ କରନ୍ତି । ସେ କାମ କରୁଥିବା ସଂସ୍ଥାରେ ଜଣେ ଲୋକ କରୋନା ପିଜିଟିଭ ଚିହ୍ନଟ ହେବା ପରେ ସଂସ୍ଥା ତାଙ୍କର ପରୀକ୍ଷା କରି ଘରକୁ ପଠାଇ ଦେଇଥିଲା । ବୌଦ୍ଧରୁ ଲକ୍ଷ୍ମଣ ବସ ଯୋଗେ ଭୁବବେଶ୍ୱର ଆସିଲେ । ଗାଁରେ ପହଞ୍ଚିବା ପରେ ଘରକୁ ନ ଯାଇ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ସେ ଚାହିଁଥିଲେ ।
ରାତିରେ ଘରକୁ ନ ଯାଇ ଗାଁ ମୁଣ୍ଡରେ ଥିବା ସ୍ୱାବ ସଂଗ୍ରହ କେନ୍ଦ୍ରରେ ରହିଥିଲେ । ତାଙ୍କ ପୁଅ ସରପ଼଼ଞ୍ଚ ଓ ୱାର୍ଡ଼ ମେମ୍ବର ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କେହି ସହଯୋଗ କରି ନ ଥିଲେ । ଓଲଟି ତାଙ୍କୁ ଗାଁ ଠାରୁ ତିନି କିଲୋମିଟର ଦୂରରେ ଥିବା କୋଭିଡ କେୟାର ସେଣ୍ଟରରେ ରହିବାକୁ କହିଲେ । ତାଙ୍କୁ ନିଜ ଘରୁ ରୋଷେଇ କରି ଖାଇବା ନେଇ ଦେବା ପାଇଁ ବି କହିଲେ ।

ଗତ ୨୪ ଘଣ୍ଟାରେ ଓଡି଼ଶାର ୩୦ଟି ଜିଲ୍ଲାରୁ ମୋ’ଟ ୧,୩୭୬ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି ।
‘‘ବାପା ବସରେ ବସିବା ବସିବା ପର ଠୁ ମୁଁ ସରପଞ୍ଚ ଓ ୱାର୍ଡ଼ ମେମ୍ବର ସମସ୍ତଙ୍କ ସହ ଯୋଗାଯୋଗ କରିଛି । ଗାଁ ଲୋକ କାଳେ ବିରୋଧ କରିବେ ସେଇଥି ପାଇଁ ବାପାଙ୍କୁ ୧୪ ଦିନ ସଙ୍ଗରୋଧରେ ରଖିବାକୁ ଚାହୁଁଛି । ତେବେ କେହି ସାହଯ୍ୟ କରି ନ ଥିଲେ,’’ କହିଛନ୍ତି ଲକ୍ଷ୍ମଣ ଲେଙ୍କାଙ୍କ ପୁଅ ନିର୍ମଳ ଲେଙ୍କା । ଏହି ମାମଲାରେ ସରପଞ୍ଚଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ସହ ଫୋନରେ ଯୋଗାଯୋଗର ପ୍ରୟାସ କରାଗଲା, ହେଲେ ସେ ଫୋନର ଉତ୍ତର ଦେଲେ ନାହିଁ ।
ଗ୍ରାମାଞ୍ଚଳରେ ଲକ୍ଷଣ ବିହୀନ ରୋଗୀ ଘରେ ପୃଥକବାସରେ ରହି ଚିକିତ୍ସିତ ହେବା ନେଇ ସରକାର କରିଥିବା ବ୍ୟବସ୍ଥାକୁ ପ୍ରଶ୍ନ କରିଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶିକା ଡାକ୍ତର ସେବା ମହାପାତ୍ର ଓ ଅନ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ।
‘‘ଲୋକଙ୍କ ଭିତରେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ନେଇ ସମ୍ପୂର୍ଣ୍ଣ ସଚେତନତା ଆସି ନାହିଁ । ରୋଗ ସହରାଞ୍ଚଳରୁ ଗାଁ ଗଣ୍ଡାକୁ ମାଡ଼ିଗଲାଣି । ଏ ଭଳି ନିଷ୍ପତ୍ତି ନେବା ପୂର୍ବରୁ ସରକରାଙ୍କୁ ଅଧିକ ଯତ୍ନବାନ ହେବାର ଥିଲା,’’ କହିଛନ୍ତି ସେବା ମହାପାତ୍ର ।
ଆଜି (ଜୁଲାଇ ୨୬) କରୋନା ଭାଇରସ୍ ରାଜ୍ୟରେ ପୁଣି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୬ ଜଣ । ଏଥି ସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୪୦ ହୋଇଛି । ରାଜ୍ୟରେ ଆଜି ସବୁ ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୦ଟି ଜିଲ୍ଲାରୁ ମୋ’ଟ ୧,୩୭୬ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି ।
ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେମୋଟ ନୂଆ ୧,୩୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୧୭ ଜଣ ଚିହ୍ନଟ ହୋଇଛନ୍ତି । ବାକି ୪୫୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ଲଗାତର ସ୍ଥାନୀୟ ବାସିନ୍ଦାମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ସରକାରଙ୍କ ପାଇଁ ଚିନ୍ତା ବଢ଼ିଚାଲିଛି ।
ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।