ଲକ୍ଷଣ ଦେଖାଦେଲେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ କୋଭିଡି ସେଣ୍ଟରକୁ ସ୍ଥାନାନ୍ତ୍ରରିତ ହେବେ ରୋଗୀ

ପ୍ରାରମ୍ଭିକ ସ୍କ୍ରିନିଂ ପରେ ସିମ୍ପ୍ଟୋମାଟିକ୍ କେସଗୁଡ଼ିକୁ ବାକି ବାସିନ୍ଦାଙ୍କ ଠାରୁ ପୃଥକ କରିବା ଓ କୋଭିଡ୍ କେୟାର ସେଣ୍ଟର୍ସକୁ ସ୍ଥାନାନ୍ତର କରଇବା ପାଇଁ ନିର୍ଦେଶ ଆସିଛି । ଜିଲ୍ଲାପାଳମାନେ ଏହି କାର୍ଯ୍ୟର ତଦାରଖ କରିବେ ।

ଲକ୍ଷଣ ଦେଖାଦେଲେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ କୋଭିଡି ସେଣ୍ଟରକୁ ସ୍ଥାନାନ୍ତ୍ରରିତ ହେବେ ରୋଗୀ
ବାହାର ରାଜ୍ୟରୁ ଫେରି କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକଙ୍କ ହାତରେ ଏମିତି ଷ୍ଟାମ୍ପ ଲାଗୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲାକୁ ନେଇ ସରକାରୀ ସ୍ତରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ସେଠାରେ ଥିବା କୌଣସି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଦେଲେ ତାଙ୍କୁ ସେଠାରୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତ୍ରରିତ କରାଯିବ ।

ଅସ୍ଥାୟୀ ମେଡିକାଲ କ୍ୟାମ୍ପଗୁଡିକର ପରିଚାଳନା ପାଇଁ ଉପ-ନିର୍ଦ୍ଦେଶାବଳୀ ଜାରି ହୋଇଛି । ସମଗ୍ର ରାଜ୍ୟରେ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପସ୍ / କ୍ୱାରେଣ୍ଟାଇନ୍ ସେଣ୍ଟରରେ ସଂକ୍ରମଣ ନିୟନ୍ତ୍ରଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ, ମୁନ୍ସୀପଲ କମିଶନର ଏବଂ ୟୁଏଲବିର କାର୍ଯ୍ୟନିର୍ବାହୀଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ପ୍ରାରମ୍ଭିକ ସ୍କ୍ରିନିଂ ପରେ ସମସ୍ତ ସିମ୍ପ୍ଟୋମାଟିକ୍ କେସ୍ ବାକି ବାସିନ୍ଦାଙ୍କଠାରୁ ପୃଥକ ହେବା ଉଚିତ ଏବଂ ଏହାକୁ ପୃଥକ କରି କୋଭିଡ୍ କେୟାର ସେଣ୍ଟର୍ସ (ସିସି)କୁ ସ୍ଥାନାନ୍ତର କରଇବା ପାଇଁ ରହିଛି ନିର୍ଦେଶ । ଜିଲ୍ଲାପାଳମାନେ ଏହା ଠିକ ଭାବେ କାର୍ଯ୍ୟ କରୁଛି କି ନାହିଁ ତଦାରଖ କରିବେ । ଠିକ ସେହି ପରି ସଂଗ୍ରହକାରୀମାନେ ନିଶ୍ଚିତ କରିବେ ଯେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା, ପାଞ୍ଚ ବର୍ଷରୁ କମ୍ ଶିଶୁ, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଟ୍ରାନ୍ସଜେଣ୍ଡର ଓ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି ରିପୋର୍ଟ ନେଗେଟିଭି ଆସିଲା ତେବେ ସେମାନଙ୍କୁ ହୋମ କ୍ଵରେଣ୍ଟାଇନ୍‌ ପାଇଁ ପଠାଯିବ ।

ଟିଟିଲାଗଡ଼ରେ ଟ୍ରେନରୁ ଓହ୍ଲାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକମାନେ ।


ଏହା ବି ପଢ଼ନ୍ତୁ: ରାଜ୍ୟରେ ମେ ୨୦ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ଖାତା ଦେଖା; ୨୦ ଦିନରେ ସରିବ

ଟିଏମସିଏସ୍  ବା ଟେମ୍ପରାରି ମେଡିକାଲ କ୍ୟାମ୍ପକୁ ସିସିଟିଭି ସର୍ଭିଲାନ୍ସ ଅଧୀନରେ ରଖାଯିବ । ଏହା ଦ୍ୱାରା ବିଭିନ୍ନ କେନ୍ଦ୍ରରେ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତି ଉପରେ ନଜର ରଖାଯାଇପାରିବ । ସେହିଭଳି ପରସ୍ପର ଭିତରେ ଦୁଇ ମିଟର ଦୂରତା ରଖିବା, ସବୁବେଳେ ମାସ୍କ ପିନ୍ଧିବା ଓ ହାତକୁ ସାବୁନ ଓ ପାଣିରେ ଭଲଭବେ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ରାଜ୍ୟରେ ୨୬ଟି ଜିଲ୍ଲାରେ କୋଭି-୧୯ ହସ୍ପିଟାଲ ରହିଥିବା ବେଳେ ବେଡ଼ ସଂଖ୍ୟା ରହିଛି ୨,୭୮୬। ସାତଟି ଜିଲ୍ଲାରେ କୋଭିଡ ହେଲଥ କେୟାର ଥିବା ବେଳେ ୪୨୨ଟି ବେଡ଼ ରହିଛି । ରାଜ୍ୟରେ ୬,୭୦୦ଟି ପଞ୍ଚାୟତ ଏବଂ ୧୧୪ଟି ୟୁଏଲବିରେ ରହିଛି କ୍ୱାରେଣ୍ଟଇନ ସେଣ୍ଟର । ଗଞ୍ଜାମରେ ୨,୯୮୩ଟି କ୍ଵରେଣ୍ଟଇନ ସେଣ୍ଟରରେ ୪୦,୦୦୦ରୁ ଅଧିକ ଲୋକ ଥିବା ଜଣାପଡିଛି ।

ଏହା ବି ପଢ଼ନ୍ତୁ: କାଲି ଠାରୁ ଦେଶରେ ଟ୍ରେନ୍ ଚାଲିବା ଆରମ୍ଭ ହେବ; ଆପଣ ଟିକେଟ୍ ବୁକିଂ କରିପାରନ୍ତି

ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଗଲେ କରୋନା ବିରୁଦ୍ଧ ଯୁଦ୍ଧରେ ଆମର ବଡ ସଫଳତା ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

‘‘ବୈଶ୍ୱିକ କରୋନା ମହାମାରୀ ସମୟରେ ଆମ ରାଜ୍ୟ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ କାମ କରିବାର ଉଦ୍ୟମ ଜାରୀ ରହିଛି । ଆମର ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଞ୍ଚିବା ଆରମ୍ଭ ହୋଇସାରିଛି ଓ ଏହା ହିଁ ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ଆହ୍ୱାନ । ପଞ୍ଚାୟତ ସ୍ତରରେ ସେମାନଙ୍କ କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ବିରୁଦ୍ଧ ଯୁଦ୍ଧରେ ଆମର ବଡ ସଫଳତା ହେବ,’’ କହିଛନ୍ତି ମହାନ୍ତି ।

ରାଜ୍ୟର ସମସ୍ତ ୬୭୯୮ ପଂଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ସଭାପତି ଓ ବ୍ଲକ ଚେୟାରମେନ ଭାଇଭଉଣୀମାନଙ୍କୁ ନିଜ ମୁଣ୍ଡ ଉପରେ ଦାୟିତ୍ୱ ନେଇ ସୁଚାରୁ ରୂପେ କାମ କରିବାକୁ ପଡ଼ିବ । ସେମାନଙ୍କ ସୁପରିଚାଳନା ଓ ବାହାରୁ ଆସୁଥିବା ପ୍ରବାସୀ ଓଡିଆ ଭାଇଭଉଣୀଙ୍କ ଯତ୍ନ ହିଁ ସମୟର ଆବଶ୍ୟକତା ରହିଛି ବୋଲି ମହାନ୍ତି କହିଛନ୍ତି ।

ଏହା ବି ପଢ଼ନ୍ତୁ: ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି: ‘‘ପ୍ରବାସୀ ଓଡ଼ିଆ ପ୍ରଭାବିତ ରାଜ୍ୟରୁ ଆସୁଛନ୍ତି । ସ୍ଥିତି ଭୟାନକ ହେଉଛି । ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ତା କରାଗଲା ନାହିଁ । ବାରମ୍ବାର ଦାବି କରିବା ସତ୍ୱେ କିଛି ପଦକ୍ଷେପ ନେଲେ ନାହିଁ ସରକାର । ସେମାନେ ଆସିବା ପରେ ସ୍ଥିତି ସଙ୍ଗୀନ ହେଉଛି । ଯଦି ଆପଣ ଆଣୁଛନ୍ତି ତେବେ ତାଙ୍କୁ କଳିଙ୍ଗ ଷ୍ଟାଡିଅମରେ ରଖନ୍ତୁ ସରକାର....ଆଜି 5 ଟି ଟ୍ରେନ ଆସିବା ପରେ ଯଦି ଆଗକୁ ଆଉ ଅନ୍ୟ ଟ୍ରେନ ଯୋଗେ ଲୋକମାନେ ଜଟଣୀରେ ଓହ୍ଲେଇଲେ ତେବେ ବିରୋଧ କରିବୁ। ଦରକାର ପଡ଼ିଲେ ରେଳ ଲାଇନ ଉପରେ  ଧାରଣା ଦେବୁ’’ ।

ଏହା ବି ପଢ଼ନ୍ତୁ: ଇମତିଆଜ ଅଲି କଶ୍ମୀରରେ ନିଜ ଭାଇ ବାହାଘରରେ ଋଷି କପୁର ନାଚୁଥିବା ଭିଡିଓ ସେଆର କଲେ
First published: May 11, 2020, 5:54 PM IST
corona virus btn
corona virus btn
Loading