କରୋନା ସଙ୍କଟ: ଭୁବନେଶ୍ୱରରେ ଲୋକେ ଅମାନିଆ ହେଉଛନ୍ତି; ଏଣିକି ପୋଲିସ ଅଧିକ କଠୋର ହେବ

ଲକଡାଉନ ନିୟମାବଳୀର ଉଲ୍ଲଙ୍ଘନ କରି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଆୟୋଜିତ ବିବାହ ଓ ଶୁଦ୍ଧକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ଶତାଧିକ ଲୋକ ଭାଗନେଉଥିବା ଦେଖିବାକୁ ମିଳୁଛି ।

କରୋନା ସଙ୍କଟ: ଭୁବନେଶ୍ୱରରେ ଲୋକେ ଅମାନିଆ ହେଉଛନ୍ତି; ଏଣିକି ପୋଲିସ ଅଧିକ କଠୋର ହେବ
କଟକରେ ଲକଡାଉନ୍ ସମୟରେ ରାସ୍ତାରେ ପୋଲିସ୍ ପାଟ୍ରୋଲିଂର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଆଣିଥିବା ନିୟମାବଳୀ ଅନୁସାରେ ବିବାହ କାର୍ଯ୍ୟ ପାଇଁ ୫୦ ଜଣ ଲୋକ ଓ ଶୁଦ୍ଧକ୍ରିୟା ପାଇଁ ୨୦ ଜଣ ଲୋକରୁ ଅଧିକ ରହିବା ବେଆଇନ । ହେଲେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବିବାହ ଓ ଶୁଦ୍ଧକ୍ରିୟାରେ ଏହି ସଂଖ୍ୟାରୁ ବେଶ୍‌ ଅଧିକ ଲୋକ ଭାଗନେଉଥିବା ଦେଖିବାକୁ ମିଳୁଛି । ଏହି ସ୍ଥିତି ଯୋଗୁଁ ସହରାଞ୍ଚଳ ପୋଲିସ ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ଓ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ କମିଶନରେଟ ପୋଲିସ ବିଚାର କରୁଛି ।

କରୋନା କଟକଣାକୁ ମୁକାବିଲା କରିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଏ ନେଇ ପୋଲିସ ମଧ୍ୟ ପୂରା ଦମରେ ଲାଗିଛି । ଯଦି ରାଜଧାନୀ କଥା କହିବା ତେବେ ପ୍ରଥମରୁ କୋହଳତା ରଖିବା ସହ ପରେ ପୋଲିସ କଠୋର ହେବା ସହ ଲୋକଙ୍କୁ ପିଟି ଓ ଫାଇନ୍‌ ଆଦାୟ କରି ଆୟତ୍ତ କରିଛି । ପ୍ରତି ସମୟରେ ନିୟମ ବଦଳୁଥିବାରୁ କୋଭିଡ-୧୯ ମୁକାବିଲା କରିବା ନେଇ ଜନସାଧାରଣଙ୍କ ଆଲୋଚନା, ମତାମତ ସଂଗ୍ରହ ଓ ସହଯୋଗ ଉପରେ ଗୁରୁତ୍ୱ ଦେଇଛି ପୋଲିସ।

ଶହୀଦ ନଗରରେ ଆୟୋଜିତ ପୋଲିସ ଓ ନାଗରିକ ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ ।


ସହିଦ ନଗର ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ପୋଲିସ କମିଶନର, ଡିସିପି ଓ ସହିଦନଗର ପୋଲିସ ସହ ବୁଦ୍ଧିଜୀବୀ, ବଜାର କମିଟି, ପୂଜା କମିଟି ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା ସହ ମତାମତ ସଂଗ୍ରହ ଅନୁଷ୍ଠିତ ହୋଇଯାଇଛି । ‘‘ପୋଲିସ କଠୋର ହେବା ପରେ ଲକଡାଉନ ସମୟରେ ଭୁବନେଶ୍ୱରବାସୀ ସହଯୋଗ କରିଛନ୍ତି । ଆଗକୁ ସହଯୋଗ କରିବେ ବୋଲି ପୋଲିସ ଆଶାବାଦୀ । ଶନିବାର ଓ ରବିବାର ସଟଡାଉନ କଡ଼ାକଡ଼ି କରିବା ସହ ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ଉପରେ ଜୋର ଦେଇଛନ୍ତି ପୋଲିସ କମିଶନର,’’ କହିଛନ୍ତି ଡିସିପି ଅନୁପ ସାହୁ ।

ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାରେ ସପିଂ ମଲ, ହୋଟେଲ, ସିନେମା ହଲ, ସ୍ପା, ଜିମ ଓ ବିବାହ ମଣ୍ଡପ ଆଦି ରହିଛି । ଏଠି ଦଶ ଲକ୍ଷ ଲୋକ ରହୁଛନ୍ତି । ଅନେକ ଲୋକ ସାମାଜିକ କାର୍ଯ୍ୟକ୍ରମ ବି ଆୟୋଜିତ କରୁଛନ୍ତି। ପୋଲିସ ଅନୁମତି ନ ନେଇ ଜନ ଗହଳି କାର୍ଯ୍ୟକ୍ରମ କରାଯାଉଛି । ଯାହା ପୋଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ହୋଇ ଠିଆହୋଇଛି ।

‘‘ଜୁନ ମାସ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଏହି ସମୟରେ ଆମକୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ବିନା କାରଣରେ କେହି ଘରୁ ବାହାରିବା ଉଚିତ ନୁହେଁ । ଶନିବାର-ରବିବାର ସଟଡାଉନ ହୋଇଥିବାରୁ ତା’ ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଆଣି ରଖିବାକୁ ଲୋକଙ୍କୁ ଆମେ କହୁଛୁ,’’ କହିଛନ୍ତି ଡିସିପି ଅନୁପ ସାହୁ ।

ଶହୀଦ ନଗରରେ ଆୟୋଜିତ ପୋଲିସ ଓ ନାଗରିକ ବୈଠକରେ ଭାଗନେଇଥିବା ନାଗରିକଙ୍କ ମଧ୍ୟରୁ କିଛି ।


ସହିଦ ନଗରରେ ହୋଇଥିବା ବୈଠକରେ ବହୁ ବରିଷ୍ଠ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ସ୍ଥାନୀୟ ରାଜନେତା ମନୋରଞ୍ଜନ ଦାସ କହିଛନ୍ତି: ‘‘ପୋଲିସ ସମୟ ଅନୁସାରେ ପରିସ୍ଥିତିକୁ ପରିଚାଳନା କରୁଛି। ଆହୁରି କଠୋର ନହେଲେ ଲୋକଙ୍କୁ ସାବାଡ଼ କରିବା ମୁସ୍କିଲ ହୋଇପଡୁଛି। କିଛି ଲୋକ ମଧ୍ୟ ବେପରୁଆ ହେଉଛନ୍ତି। ତେଣୁ ସହରାଞ୍ଚଳ ପୋଲିସ ଆଇନକୁ କଡାକଡି କରାଯିବା ଉଚିତ।’’

ପ୍ରତି ଦିନ ସନ୍ଧ୍ୟାରେ ପୋଲିସ ପେଟ୍ରୋଲିଂ କରୁଛି । ବୁଧବାର, ଶୁକ୍ରବାର ଓ ରବିବାର ଆମିଷ ବଜାରରେ ଗହଳି ହେଉଥିବାରୁ ତା’ ଉପରେ କଡ଼ା ନଜର ରଖୁଛି ପୋଲିସ । ପ୍ରାୟ ସବୁ ଛକରେ ଚେକିଂ କରାଯାଇ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ବି ଆଦାୟ କରାଯାଉଛି । ଏ ସବୁ ସ୍ଵତ୍ତ୍ୱେ ଲୋକ ସୁଧୁରୁନାହାନ୍ତି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 2, 2020, 11:38 PM IST
corona virus btn
corona virus btn
Loading