ସାବିତ୍ରୀ ବ୍ରତ ପାଇଁ ଫଳ କିଣିବାକୁ ପ୍ରବଳ ଭିଡ଼; ଲୋକେ ଭୁଲିଗଲେ ସାମାଜିକ ଦୂରତା ନିୟମ

ଫଳର ଦାମ୍ ବି କିଛି କମ୍ ନୁହେଁ । ଆମ୍ବ, ଅଙ୍ଗୁର ଓ ପିଜୁଳି କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେଓ, ଲିଚୁ, କମଳା ଓ ନାସପାତି କିଲୋ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି ।

ସାବିତ୍ରୀ ବ୍ରତ ପାଇଁ ଭୁବନେଶ୍ୱରରେ ଫଳ ଦୋକାନମାନଙ୍କରେ ଭୀଷଣ ଭିଡ଼ ଲାଗିଛି ।

ସାବିତ୍ରୀ ବ୍ରତ ପାଇଁ ଭୁବନେଶ୍ୱରରେ ଫଳ ଦୋକାନମାନଙ୍କରେ ଭୀଷଣ ଭିଡ଼ ଲାଗିଛି ।

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ଯୋଗୁଁ ମାନ୍ଦା ପଡ଼ିଯାଇଥିଲା ଭୁବନେଶ୍ୱରରେ ଫଳ ବ୍ୟବସାୟ । ଏବେ ବାତ୍ୟା ଅମ୍ଫାନ ଯୋଗୁ ଚଳିତ ବର୍ଷ ବ୍ୟବସାୟ ଉଜୁଡ଼ି ଯାଇଛି । ଆସନ୍ତା କାଲି ସାବିତ୍ରୀ ବ୍ରତ ଥିବାରୁ ଆଜି ମାର୍କେଟରେ ଦେଖିବାକୁ ମିଳିଛି ନାହିଁ ନ ଥିବା ଗହଳି । ସାମାଜିକ ଦୂରତା ଭୁଲି ଫଳ କିଣିବାରେ ବ୍ୟସ୍ତ ରାଜଧାନୀବାସୀ ।

ରାତି ପାହିଲେ ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିବେ ସଧବା ନାରୀ । ଲାଗି ହେବ ଭଳିକି ଭଳି ଫଳ ଭୋଗ । ସେଇଥି ପାଇଁ ଆଜି ଫଳ ବଜାରରେ ନାହିଁ ନ ଥିବା ଗହଳି ଦେଖିବାକୁ ମିଳିଛି । ସାମାଜିକ ଦୂରତା ଭୁଲି ଫଳ କିଣିବାରେ ବ୍ୟସ୍ତ ରାଜଧାନୀବାସୀ ।

ଫଳର ଦାମ୍‌ ବି କିଛି କମ୍‌ ନୁହେଁ । ଆମ୍ବ, ଅଙ୍ଗୁର ଓ ପିଜୁଳି କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେଓ, ଲିଚୁ, କମଳା ଓ ନାସପାତି କିଲୋ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି । ଖଜୁରୀ ପେନ୍ଥା ୧୦୦ ଟଙ୍କା, କୁସୁମ କିଲୋ ୧୦୦ ଟଙ୍କା, ଜଙ୍ଗଲୀ କୋଳି କିଲୋ ବି ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଟା ୧୦ରୁ ୧୫ ଟଙ୍କା ରହିଛି ଦାମ୍‌ । ଯାହା ବି ହେଲେ ପୂଜା ପାଇଁ କିଣିବାକୁ ପଡୁଛି ବୋଲି ରାଜଧାନୀବାସୀ କହିଛନ୍ତି ।

ସାବିତ୍ରୀ ବ୍ରତ ପାଇଁ ସଧବା ମହିଳାମାନଙ୍କ ପ୍ରସାଧନ ସାମଗ୍ରୀ ବି ଖୁବ୍ ବିକ୍ରି ହେଉଛି ।


ବ୍ୟବସାୟୀଙ୍କ କହିବା କଥା ଯେ ପ୍ରଥମେ କରୋନା ଓ ଏବେ ଅମ୍ଫାନ ପାଇଁ ଚଳିତ ବର୍ଷ ଫଳ ବ୍ୟବସାୟ ସମ୍ପୂର୍ଣ ମାନ୍ଦା ହୋଇଛି । ଲକଡାଉନ ପାଇଁ କୌଣସି ଫଳ ବାହାରୁ ଆସିପାରୁନାହିଁ । ତେଣୁ ଯାହା ଯେତିକି ଅଛି ବିକ୍ରି ହେଉଛି ।

‘‘ସବୁ ପର୍ବପର୍ବାଣୀକୁ ଫିକା କରିଦେଇଛି କରୋନା । ବାହାରୁ ଯଥେଷ୍ଟ ପରିମାଣର ଫଳ ବି ଆସି ପାରୁନି । ତେଣୁ ଏଥର ସାବିତ୍ରୀରେ ଅଳ୍ପ ଫଳରେ କାମ ଚଳାଇବାକୁ ପଡୁଛି,’’ କହିଛନ୍ତି ବ୍ୟବସାୟୀ ହାଡ଼ିବନ୍ଧୁ ମିଶ୍ର ।

ଫଳ କିଣିବା ପାଇଁ ଲୋକେ ଭୁଲିଯାଇଥିଲେ ସାମାଜିକ ଦୂରତା । ନା ଥିଲା ଦୋକାନ ଦୋକାନ ଭିତରେ ଦୂରତ୍ୱ ନା ଲୋକେ ମାନୁଥିଲେ ନିୟମ । ସମସ୍ତେ ବ୍ୟସ୍ତ କିଣାବିକାରେ । ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ସମସ୍ତ ଫଳ ଦୋକାନୀଙ୍କୁ ମଦର୍ସ ପବ୍ଲିକ ସ୍କୁଲ ପଡ଼ିଆରେ ଠେଲା ଲଗାଇବାକୁ ବିଏମସି କହିଥିଲା । ଅଧାରୁ ବ୍ୟବସାୟ ବନ୍ଦ କରିବାକୁ ବିଏମସି ପ୍ରଚାର ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

ଫଳର ଦାମ୍ ଉଞ୍ଚା ଥିଲେ ବି ଲୋକେ କିଣିବାରେ ବ୍ୟସ୍ତ ।


ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖି କିଣା ବିକା କରିବାକୁ ଅନୁରୋଧ କରିଛି ବିଏମସି । ହେଲେ ଲାଗୁଛି ଲୋକେ ଯେମିତି ଭୁଲି ଯାଇଛନ୍ତି ମାହାମାରୀ କଥା ।

‘‘ଲକଡାଉନ ଜାରୀ ରହିଛି, ହେଲେ ନିୟମ ଟିକେ କୋହଳ ହୋଇଛି । ମାତ୍ର ଲୋକେ ଭୁଲି ଯାଉଛନ୍ତି ଯେ ଏବେ ବି ଆମକୁ ନିୟମ ମାନି ଚାଲିବାକୁ ପଡ଼ିବ । ଲୋକେ ନିୟମ ମାନୁ ନ ଥିବାରୁ ବାଧ୍ୟ ହୋଇ ଆମକୁ ତାଙ୍କୁ ତାଗିଦ କରିବାକୁ ପଡୁଛି,’’ କହିଛନ୍ତି ବିଏମସିର ଏନ୍ଫୋର୍ସମେଣ୍ଟ ଅଧିକାରୀ ଅମରେଶ ମହାନ୍ତି ।

କରୋନା ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ଘରେ ଘରେ କାଲି ବ୍ରତ ପାଳିବାକୁ ରହିଛି ନିର୍ଦ୍ଦେଶ । ଅଧିକ ଗହଳି କିମ୍ବା ଏକାଧିକ ଲୋକ ମିଶି ପୂଜାର୍ଚ୍ଚନା କରିବାକୁ ବାରଣ ହୋଇଛି ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: