ପ୍ରଶାସନର କଡ଼ା ତାଗିଦ ପରେ ସାମନାକୁ ଆସୁଛନ୍ତି ଭଦ୍ରକର ପଶ୍ଚିମ ବଙ୍ଗ ଫେରନ୍ତା ଲୋକେ

ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କର ପଶ୍ଚିମ ବଙ୍ଗ ଲିଙ୍କ୍ ରହିଛି । ଲକଡ଼ାଉନ ନିୟମ ଖିଲାପି କରି ପଶ୍ଚିମ ବଙ୍ଗରେ ରହୁଥିବା ଅନେକ ଭଦ୍ରକ ବାସିନ୍ଦା ନିକଟରେ ନିଜ ନିଜ ଘରକୁ ଫେରିଛନ୍ତି ।

ପ୍ରଶାସନର କଡ଼ା ତାଗିଦ ପରେ ସାମନାକୁ ଆସୁଛନ୍ତି ଭଦ୍ରକର ପଶ୍ଚିମ ବଙ୍ଗ ଫେରନ୍ତା ଲୋକେ
କଣ୍ଟେନମେଣ୍ଟ ଜୋନଗୁଡ଼ିକରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।
  • News18 Odia
  • Last Updated: April 26, 2020, 7:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଦ୍ରକ: ରାଜ୍ୟର କରୋନା ଭାଇରସ୍‌ ସଂକ୍ରମଣର ହଟସ୍ପଟରେ ପରିଣତ ହୋଇଥିବା ଭଦ୍ରକ ଜିଲ୍ଲା ଉପରେ ଅତି ସତର୍କ ଦୃଷ୍ଟି ରଖିଛି ପ୍ରଶାସନ । ଏ ପର୍ଯ୍ୟନ୍ତ ୧୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଏହି ଜିଲ୍ଲାର ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏବେ ସେହି ସବୁ ଅଞ୍ଚଳରେ ପଶ୍ଚିମ ବଙ୍ଗ ଫେରନ୍ତାଙ୍କୁ ଖୋଜିବା ପାଇଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି ସ୍ଵାସ୍ଥ୍ୟ କର୍ମୀ ।

ଗତ କାଲି ସୁଦ୍ଧା ତଥ୍ୟ ଲୁଚାଉ ଥିବା ବଙ୍ଗ ଫେରନ୍ତା ଏବେ କରୋନା ପରୀକ୍ଷା କେନ୍ଦ୍ର ମୁହାଁ ହୋଇଛନ୍ତି । ପୂର୍ବରୁ କରୋନା ପରୀକ୍ଷା କେନ୍ଦ୍ରଗୁଡିକରେ ଅଳ୍ପ ଲୋକଙ୍କୁ ଦେଖିବାକୁ ମିଳୁଥିବା ବେଳେ ଆଜି ଅଧିକ ଲୋକ ନିଜ ସ୍ୱାବ ପରୀକ୍ଷା କରାଇଛନ୍ତି । କିଛି କିଛି ପଞ୍ଚାୟତରେ ଲୋକଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଲୋକେ ସାଇକେଲ କିମ୍ବା ବାଇକରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚୁଛନ୍ତି ।

କଣ୍ଟେନମେଣ୍ଟ ଜୋନଗୁଡ଼ିକରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ଡାକ୍ତର ଟିମ ସେହି ଅଞ୍ଚଳରେ ଘରକୁ ଘର ଯାଇ ଲୋକଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି । ପୋଲିସ ମଧ୍ୟ ସେହି ପଞ୍ଚାୟତର ସମସ୍ତ ପ୍ରବେଶ ପଥକୁ ସିଲ କରିଥିବା ସହ କଣ୍ଟେନମେଣ୍ଟ ଜୋନର ବାହାରେ ଓ ଭିତରେ ପହରା ଦେଉଛି।

‘‘ଆମ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏହା ବ୍ୟତୀତ ଲକ୍ଷଣ ଥିବା କିମ୍ବା ପଶ୍ଚିମ ବଙ୍ଗରୁ ନିକଟରେ ଫେରିଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି । ଏହା ପରେ ନିକଟରେ ଥିବା ଅସ୍ଥାୟୀ କରୋନା ପରୀକ୍ଷା କେନ୍ଦ୍ରରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି,’’ କହିଛନ୍ତି  ଧାମନଗର ତହସିଲଦାର ରାଧାକାନ୍ତ ବାରିକ।

ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ


ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପଶ୍ଚିମ ବଙ୍ଗ ଲିଙ୍କ ରହିଛି । ଲକଡ଼ାଉନ ନିୟମ ଖିଲାପି କରି ପଶ୍ଚିମ ବଙ୍ଗରେ ରହୁଥିବା ଅନେକ ଭଦ୍ରକ ଜିଲ୍ଲା ବାସିନ୍ଦା ନିଜ ନିଜ ଘରକୁ ଫେରିଛନ୍ତି । ଏହି ଜିଲ୍ଲାର ଅଧିକାଂଶ ଲୋକ ଜୀବିକା ନିର୍ବାହ ପାଇଁ ପଶ୍ଚିମ ବଙ୍ଗ ଉପରେ ନିର୍ଭର କରୁଥିବାରୁ ବାସ୍ତବିକ ଜିଲ୍ଲାର କେଉଁ କେଉଁ ଅଞ୍ଚଳକୁ କେତେ ଲୋକ ପଶ୍ଚିମ ବଙ୍ଗରୁ ଫେରିଛନ୍ତି ତାର ସଠିକ ଆକଳନ କରାଯାଇ ପାରିନାହିଁ । କିନ୍ତୁ ପ୍ରଶାସନ ର ଉଦ୍ୟମ ପରେ ଏବେ ସେହି ଲୋକ ମାନେ ଧୀରେ ଧୀରେ ଆଗକୁ ଆସୁଥିବା ଦେଖା ଦେଇଛି ।

‘‘ସ୍ଥିତି ଯାହାବି ଥାଉନା କାହିଁକି ଆମେ ତାହାର ମୁକାବିଲା କରିବୁ । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ," କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ଷାଠିଏ-ଘଣ୍ଟିଆ ସଟଡ଼ାଉନକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ରାସ୍ତାଘାଟ ସୁନସାନ ଥିଲା ଓ ସବୁ ଆଡ଼େ ପୋଲିସର ପ୍ପହରା ଦେଖିବାକୁ ମିଳିଥିଲା । ଚରମ୍ପା, ରାଜଘାଟ ଛକ, ବନ୍ତ ଛକ, ଆରଡ଼ି ଛକ, ବାଇପାସ ଛକରେ ବ୍ୟାରିକେଡ଼ କରାଯାଇ ପୋଲିସ ପକ୍ଷରୁ କଡା ତନଖି କରାଯାଇଥିଲା ।

‘‘କଣ୍ଟେନମେଣ୍ଟ ଜୋନରେ ସୁରକ୍ଷା କଡାକଡି କରାଯାଇଛି । ଯେମିତି ଅନ୍ୟ ଜିଲ୍ଲାରୁ କେହି ଭଦ୍ରକକୁ ପ୍ରବେଶ କରି ନ ପାରିବେ ସେଥି ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି ଭଦ୍ରକ ଏସ୍‌.ପି. ରାଜେଶ ପଣ୍ଡିତ ।

ଏ ପର୍ଯ୍ୟନ୍ତ ଭଦ୍ରକ ସହରାଞ୍ଚଳରେ ୨, ଭଦ୍ରକ ବ୍ଲକରେ ୧, ବାସୁଦେବପୁରରେ ୭, ଭଣ୍ଡାରିପୋଖରୀରେ ୨, ଧାମନଗରରେ ୨ ଓ ତିହିଡି ବ୍ଲକରେ ୨ ମିଶି ଜ଼ିଲ୍ଲାରେ ମୋଟ ୧୬ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଭଦ୍ରକ ଫେରିଛନ୍ତି ।
First published: April 26, 2020, 7:58 PM IST
corona virus btn
corona virus btn
Loading