କରୋନାର ଶିକାର ଯୁବ ପିଢ଼ି: ରାଜ୍ୟରେ ୧୫ରୁ ୪୦ ବର୍ଷ ବୟସ୍କ ଲୋକେ ଅଧିକ କୋଭିଡ ସଂକ୍ରମିତ

ରାଜ୍ୟରେ କୋଭିଡ ପଜିଟିଭ ହାର ୬.୫% ଥିବା ବେଳେ ନେଗେଟିଭ ହାର ରହିଛି ୯୩.୫%। ମୋଟ ୬୪ ହଜାରରୁ ଅଧିକ ସଂକ୍ରମିତଙ୍କ ଭିତରୁ ୧୫ରୁ ୪୦ ବର୍ଷର ଯୁବକମାନେ ସର୍ବାଧିକ କୋଭିଡ ସଂକ୍ରମିତ ହୋଇଥିବା ଦେଖାଯାଇଛି ।

କରୋନାର ଶିକାର ଯୁବ ପିଢ଼ି: ରାଜ୍ୟରେ ୧୫ରୁ ୪୦ ବର୍ଷ ବୟସ୍କ ଲୋକେ ଅଧିକ କୋଭିଡ ସଂକ୍ରମିତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 17, 2020, 10:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଯୁବପିଢ଼ିର ଲୋକେ ଅଧିକ ସଂଖ୍ୟାରେ କୋଭିଡ ସଂକ୍ରମଣର ଶିକାର ହେଉଛନ୍ତି। ଏ ତଥ୍ୟ ହେଉଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର । ସରକାରୀ ଭାବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ମୋଟ ୬୪,୦୦୦ରୁ ଅଧିକ କୋଭିଡ ଆକ୍ରାନ୍ତ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ବେଳେ ସେ ଭିତରୁ ୧୫ରୁ ୪୦ ବର୍ଷ ବୟସର ଯୁବକଙ୍କ ସଂଖ୍ୟା ୩୪ ହଜାରରୁ ଅଧିକ, ଆର୍ଥାତ ମୋଟ ସଂକ୍ରମଣର ପ୍ରାୟ ୬୦ ପ୍ରତିଶତ । ବିଶେଷଜ୍ଞଙ୍କ ମତରେ ଅଧିକାଂଶ ରୋଜଗାରକ୍ଷମ ଯୁବକ କିଛିଟା ଅମାନିଆପଣ ଯୋଗୁଁ ଅଧିକ କୋଭିଡ ଆକ୍ରାନ୍ତ ହେଉଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୯ ଲକ୍ଷ ୫୮ ହଜାରରୁ ଅଧିଜ ସାମ୍ପୁଲ ଟେଷ୍ଟ କରାଯାଇଛି, ଯାହା ଭିତରୁ ମୋଟ କୋଭିଡ ପଜିଟିଭ ସଂଖ୍ୟା ୬୪ ହଜାରରୁ ଅଧିକ। ସେ ଭିତରୁ ୪୨ ହଜାରରୁ ଅଧିକ ସୁସ୍ଥ ହୋଇଥିବା ବେଳେ ୧୯,୦୦୦ରୁ ଅଧିକ ଏବେ ବି କୋଭିଡ ସକ୍ରିୟ ଅଛନ୍ତି । ସାମଗ୍ରୀକଭାବେ ଦେଖିଲେ ରାଜ୍ୟରେ କୋଭିଡ ପଜିଟିଭ ହାର ୬.୫%ଥିବା ବେଳେ ନେଗେଟିଭ ହାର ରହିଛି ୯୩.୫%। ତେବେ ମୋଟ ୬୪ ହଜାରରୁ ଅଧିକ ମାମଲା ଭିତରୁ ୧୫ରୁ ୪୦ ବର୍ଷର ଯୁବକମାନେ ସର୍ବାଧିକ କୋଭିଡ ସଂକ୍ରମିତ ହୋଇଥିବା ଦେଖାଯାଇଛି । ଏମାନଙ୍କ ସଂଖ୍ୟା ୩୪ ହଜାରରୁ ଅଧିକ।

‘‘ଦୁଇଟି କାରଣ ଯୋଗୁଁ ଏହି ୧୫ରୁ ୪୦ ବର୍ଷ ବର୍ଗର ଲୋକେ ଅଧିଜ କୋଭିଡ ସଂକ୍ରମିତ ହେଉଛନ୍ତି ବୋଲି କୁହାଯାଇପାରେ। ପ୍ରଥମତଃ ସେମାନେ କାମଧନ୍ଦା ପାଇଁ ବାହାରକୁ ଯାଇ କୋଭିଡ ସଂକ୍ରମଣର ଶିକାର ହେଉଛନ୍ତି। ଦ୍ବିତୀୟରେ ସେମାନଙ୍କ ଭିତରୁ ଅଧିକାଂଶ କୋଭିଡ ନିୟମ ନ ମାନି ଅମାନିଆ ହୋଇଛନ୍ତି, ଯେଉଁ କାରଣରୁ ଏମାନଙ୍କ ଭିତରେ କୋଭିଡ ସଂକ୍ରମଣ ବଢୁଛି,’’ କହିଛନ୍ତି ଆଇ.ଏଲ.ଏସ.ର ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ର ।

ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୧୫ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ପରେ ୪୧ରୁ ୬୦ ବର୍ଷ ବୟସର ଲୋକମାନେ ଦ୍ବିତୀୟ ସର୍ବାଧିକ କୋଭିଡ ସଂକ୍ରମିତ ।  ୪୧ ରୁ ୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୧୮,୦୦୦ ରହିଛି । ଶୂନ୍ୟରୁ ୧୪ ବର୍ଷ ଓ ୬୦ ବର୍ଷରୁ ଅଧିକ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ଖୁବ କମ ଅଛି । ସବୁ ଠାରୁ ବଡ଼କଥା ହେଲା ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂକ୍ରମଣ ଯଥେଷ୍ଟ କମ ରହିଛି ।

ଏହା ବି ପଢ଼ନ୍ତୁ | MS Dhoni Retirement: ଧୋନୀଙ୍କ ଅବସର ଦିନ ପଛରେ ‘୩୯୩୯’ ସଂଖ୍ୟାର ବିଶେଷ ମହତ୍ୱ ରହିଛି

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଏହି ସରକାରୀ ତଥ୍ୟ ସହିତ କେତେକ ବିଶେଷଜ୍ଞ ଏକମତ ନୁହନ୍ତି । ଓଡ଼ିଶାରେ ଚାଲିଥିବା କୋଭିଡ ଟିକା ପରୀକ୍ଷଣର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡ଼ଃ ଇପାରୀ ଭେଙ୍କଟ ରାଓ କହିଛନ୍ତି, ‘‘କେବଳ ହସପିଟାଲକୁ ଆସୁଥିବା ଲୋକଙ୍କ ତଥ୍ୟ ଆଧାରରେ ୧୫ରୁ ୪୦ ବର୍ଷ ବୟସ୍କ ମାନେ ଅଧିକ ସଂକ୍ରମିତ। ହେଲେ ଏହା ବାସ୍ତବ ଚିତ୍ର ନୁହେଁ । ହସ୍ପିଟାଲ ବାହାରେ କମ୍ୟୁନିଟିରେ ବ୍ୟାପକ ଟେଷ୍ଟ ହେଲେ ପ୍ରକୃତ ତଥ୍ୟ ଜଣା ପଡ଼ିବ । ଏହାକୁ ଅଧିକ ସ୍ପଷ୍ଟ କରିବା ପାଇଁ ସେରୋ ସର୍ଭିଲାନ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ।’’



ମୋଟ ଉପରେ ଲୋକମାନେ ନିଜ ଆଡୁ ଟେଷ୍ଟ ପାଇଁ ଆଗେଇ ଆସିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି ।
Published by: Anand Shankar Thankur Das
First published: August 17, 2020, 10:15 PM IST
corona virus btn
corona virus btn
Loading