ସାମାଜିକ ଦୂରତ୍ୱ ମାନି ସମ୍ପନ୍ନ ହେଲା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତ୍ରପେଣ୍ଡି ବା ନିର୍ବନ୍ଧ

ଘଣ୍ଟାଏ ଧରି ଚାଲିଥିବା ନିର୍ବନ୍ଧ କାର୍ଯ୍ୟରେ ବର ପକ୍ଷ ବର (ମହାଦେବ ଶିବ)ଙ୍କ ଗୁଣ ଗାରିମା ବର୍ଣ୍ଣନା କରିଥିଲେ । କନ୍ୟା ପକ୍ଷ ମଧ୍ୟ କନ୍ୟା (ଦେବୀ ପାର୍ବତୀ)ଙ୍କ ଗୁଣ ବଖାଣିବା ସେ କୌଣସି ଗୁଣରେ କମ ନୁହେଁ ବୋଲି କହିଥିଲେ ।

ସାମାଜିକ ଦୂରତ୍ୱ ମାନି ସମ୍ପନ୍ନ ହେଲା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତ୍ରପେଣ୍ଡି ବା ନିର୍ବନ୍ଧ
ପତ୍ରପେଣ୍ଡି ବା ଶିବ ପାର୍ବତୀଙ୍କ ନିର୍ବନ୍ଧର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଲକଡାଉନ ମଧ୍ୟରେ ସାମଜିକ ଦୂରତ୍ବ ରକ୍ଷା କରି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପ୍ରମୁଖ ପର୍ବ ପତ୍ରପେଣ୍ଡି ବା ଶିବ ପାର୍ବତୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପାଇଁ ସମ୍ବଲପୁର ଶୁଭଶ୍ରୀବିହାରର ଏ ବର୍ଷ ପାଇଁ କନ୍ୟା ପିତା ହୋଇଥିବା ସୁକାନ୍ତ ବିଶିଙ୍କ ଘରେ ସମ୍ପନ୍ନ ହୋଇଛି ନିର୍ବନ୍ଧ କାର୍ଯ୍ୟ ।

ଶନିବାର ସନ୍ଧ୍ୟାରେ ନନ୍ଦପଡ଼ାରୁ ମହାଦେବଙ୍କ ପିତା ରାମଚନ୍ଦ୍ର ମିଶ୍ର ମନ୍ଦିରରୁ ବାହରି ସପ୍ତଋଷିଙ୍କୁ ସାଥିରେ ଧରି ବାହାରିଥିଲେ କନ୍ୟା ଖୋଜି । ତମ୍ବା ଥାଳରେ ବେଲ ପତ୍ର, ଚନ୍ଦନ, ଫୁଲ ଓ ଶାଳପତ୍ର ଧରି ପହଁଞ୍ଚିଥିଲେ କନ୍ୟାପିତାଙ୍କ ଘରେ । ସମ୍ବଲପୁର ଶୁଭଶ୍ରୀ ବିହାରରେ ରହୁଥିବା ସୁକାନ୍ତ ବିଶି ବର ପକ୍ଷଙ୍କ ଆସିବା କାରଣ ପଚାରିବା ପରେ ଯଥା ରୀତି ସମ୍ମାନ ଜଣାଇବା ସହ ନିର୍ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏକ ଘଣ୍ଟା ଧରି ଚାଲିଥିବା ଏହି ନିର୍ବନ୍ଧ କାର୍ଯ୍ୟରେ ବର ପକ୍ଷ ଆସିବାର କାରଣ କହିବା ସହିତ ବର ପାଖରେ ଥିବା ସମସ୍ତ ଗୁଣ ଗାରିମା ବର୍ଣ୍ଣନା କରିଥିଲେ । ପରେ କନ୍ୟା ପକ୍ଷ ମଧ୍ୟ ନିଜ କନ୍ୟାର ସମସ୍ତ ଗୁଣ ବଖାଣିବା ସହ କହିଥିଲେ ତାଙ୍କ କନ୍ୟା କୌଣସି ଗୁଣରେ କମ ନାହିଁ । ପରେ ଉଭୟ ପକ୍ଷର ବୟୋଜ୍ୟେଷ୍ଠ ଲୋକଙ୍କ ସହମତିରେ କନ୍ୟା ପକ୍ଷ ଲୋକ ରାଜି ହୋଇଥିଲେ ଦେବୀ ପାର୍ବତୀଙ୍କ ହାତ ମହାଦେବଙ୍କୁ ଦେବା ପାଇଁ । ବର ପକ୍ଷ ଆଣିଥିବା ଶାଳପତ୍ର ବିଣ୍ଡା କନ୍ୟାପକ୍ଷ ଲୋକଙ୍କୁ ଦେବା ସହ ବିବାହର ସମୟ ନିର୍ଘଣ୍ଟ ହୋଇଥିଲା  ।

ଜୈଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ହେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ।


‘‘ଏ ବର୍ଷ ଲକଡାଉନ ପାଇଁ କେବଳ ବିଧି ରକ୍ଷା ସକାଶେ ବିନା ବାଜା ବା ଧ୍ବଜା ଓ ବିନା ଶୋଭାଯାତ୍ରାରେ ସାମିଜିକ ଦୂରତ୍ବ ରକ୍ଷା କରି ପତ୍ର ପେଣ୍ଡି କାର୍ଯ୍ୟ ସମାପନ କରାଯାଇଛି,’’ କହିଛନ୍ତି ନନ୍ଦପଡ଼ା ମହାଦେବଙ୍କ ପିତା ରାମଚନ୍ଦ୍ର ମିଶ୍ର ।

ବିଧି ରକ୍ଷା କରାଯାଇ ସପ୍ତଋଷି ସମ୍ପୂର୍ଣ୍ଣ ନିରାଡାମ୍ବର ଭାବେ ଆସି ଦେବଦେବ ମହାଦେବ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପାଇଁ ଶୁଭଶ୍ରୀ ବିହାରର ସୁକାନ୍ତ ବିଶିଙ୍କ ଝିଅ ମାତା ପାର୍ବତୀଙ୍କ ସହିତ ଶାଳ ପତ୍ର ବିଡ଼ା ଦେଇ ନିର୍ବନ୍ଧ କାର୍ଯ୍ୟ ସମାପନ କରାଗଲା ବୋଲି କହିଛନ୍ତି ସପ୍ତଋଷି ସଦସ୍ୟ ଗୋଲକ ବିହାରୀ ମିଶ୍ର ।

‘‘ବହୁ ବର୍ଷ ହେଲା ଆଶା କରିଥିଲୁ ମାତା ପାର୍ବତୀଙ୍କୁ କନ୍ୟା ରୂପରେ ପାଇବା ପାଇଁ । ଏ ବର୍ଷ ପ୍ରଭୁଙ୍କ ଇଚ୍ଛାରୁ ସେ ସୁଯୋଗ ମିଳିଲା । ଜାକ ଜମକରେ କନ୍ୟା ବିବାହ କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଲକଡାଉନ ଯୋଗୁଁ ତାହା କରାଯାଇ ପାରୁ ନ ଥିବାରୁ ମନ ଦୁଃଖିତ । ତେବେ ଦେବଦେବ ମହାଦେବଙ୍କୁ ନିଜ ଝିଅ ଭାବେ ମାତା ପାର୍ବତୀଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ମିଳିଥିବାରୁ ଆମେ ଉଭୟ ପତି ପତ୍ନୀ ବେଶ୍‌ ଖୁସି,’’ କହିଛନ୍ତି ଏ ବର୍ଷ କନ୍ୟାର ପିତାମାତା ହୋଇଥିବା ସୁକାନ୍ତ ବିଶି ଓ ରିଙ୍କି ବିଶି ।

ନନ୍ଦପଡ଼ାର ପତରପେଣ୍ଡି ସରିଥିବା ବେଳେ ଜୈଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ହେବ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ । ଏ ବର୍ଷ ହେବ ନାହିଁ ଯୁଗଳ ଦର୍ଶନ ଶୋଭାାଯାତ୍ରା ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 5:52 PM IST
corona virus btn
corona virus btn
Loading