ଆଜି ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ; ଭୁବନେଶ୍ବରରୁ ସେବା କାଲି ଠାରୁ

ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ଯିବାକୁ ଥିବା ପ୍ରଥମ ଯାତ୍ରୀବାହୀ ଟ୍ରେନ ଭୁବନେଶ୍ୱର ଛାଡ଼ିବା ପରେ କେବଳ, କଟକ, ଭଦ୍ରକ ଓ ବାଲେଶ୍ଵର ଷ୍ଟେସନରେ ଅଟକିବ । ୧୪ ତାରିଖରେ ନୂଆ ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ବାହାରିବ ପ୍ରଥମ ଟ୍ରେନ ।

ଆଜି ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ; ଭୁବନେଶ୍ବରରୁ ସେବା କାଲି ଠାରୁ
ଟ୍ରେନରେ ଚଢ଼ିବା ସମୟରେ ପ୍ରତି ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । (ପ୍ରତାକୀତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଠାରୁ ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି କ୍ରମରେ ଓଡ଼ିଶାରେ ଭୁବନେଶ୍ୱର-ନୂଆ ଦିଲ୍ଲୀ ଭିତରେ ଯାତ୍ରୀବାହୀ ଟ୍ରେନ ସେବା ବି ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ଠାରୁ ଭୁବନେଶ୍ୱରରୁ ନୂଆ ଦିଲ୍ଲୀକୁ ପ୍ରଥମ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ସମୟରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ସଂକ୍ରମଣର ସ୍ଥିତିକୁ ବିସ୍ଫୋରକ କରିପାରେ ବୋଲି ବୁଦ୍ଧିଜୀବୀମାନେ ମତ ରଖିଥିବା ବେଳେ  ସଂକ୍ରମଣ ସହ ତାଳଦେଇ ଚାଲିବାକୁ ହେବ ବୋଲି ଡାକ୍ତରମାନେ ମତ ବ୍ୟକ୍ତ କରିଛନ୍ତି ।

ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ରେଳ ମନ୍ତ୍ରାଳୟର ନିଷ୍ପତ୍ତି କ୍ରମେ ମଙ୍ଗଳବାର ଠାରୁ ସାରା ଦେଶରେ ପର୍ଯାୟକ୍ରମେ ଆରମ୍ଭ ହେଉଛି ଯାତ୍ରୀବାହୀ ଟ୍ରେନ ସେବା । ଏହି କ୍ରମରେ ଭୁବନେଶ୍ୱର-ନୂଆଦିଲ୍ଲୀ ଭିତରେ ଗଡ଼ିବ ଯାତ୍ରୀବାହୀ ଟ୍ରେନ ଓ ଏଥି ପାଇଁ ସୋମବାର ଅପରାହ୍ଣରୁ ଆରମ୍ଭ ହୋଇଛି ଅନଲାଇନ ଟିକଟ ବୁକିଂ । ରେଳ ଷ୍ଟେସନ ଟିକଟ କାଉଣ୍ଟରରେ ନୁହେଁ, କେବଳ ଅନଲାଇନରେ (IRCTC ୱେବ୍ସାଇଟରେ) ମିଳିବ ଟିକଟ ।

ଟ୍ରେନ ଭିତରେ ପଶିବା ଓ ବାହାରିବା ସମୟରେ ସବୁ ଯାତ୍ରୀ ସାନିଟାଇଜର ବ୍ୟବହାର କରିବେ। (ପ୍ରତୀକାତ୍ମକ ଛବି)


ଏହା ବି ପଢ଼ନ୍ତୁ: ରାଜ୍ୟରେ ମେ ୨୦ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ଖାତା ଦେଖା; ୨୦ ଦିନରେ ସରିବ

ଟ୍ରେନରେ ଚଢ଼ିବା ସମୟରେ ପ୍ରତି ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । କେବଳ କନଫର୍ମ ଟିକଟଧାରୀ ଓ ରୋଗର ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ହିଁ ଯାତ୍ରା ଲାଗି ମିଳିବ ଅନୁମତି । ଯାତ୍ରା ସମୟରେ ସବୁ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟ୍ରେନ ଭିତରେ ପଶିବା ଓ ବାହାରିବା ସମୟରେ ସବୁ ଯାତ୍ରୀ ସାନିଟାଇଜର ବ୍ୟବହାର କରିବେ।

‘‘୧୨ ତାରିଖରେ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେଉଥିବା ବେଳେ ତା’ ପର ଦିନ, ଅର୍ଥାତ ୧୩ ତାରିଖରେ, ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବ ପ୍ରଥମ ଯାତ୍ରୀବାହୀ ଟ୍ରେନ । ଭୁବନେଶ୍ୱର ଛାଡ଼ିବା ପରେ ଏହି ଟ୍ରେନ କେବଳ, କଟକ, ଭଦ୍ରକ ଓ ବାଲେଶ୍ଵର ଷ୍ଟେସନରେ ଅଟକିବ । ସେହି ଭଳି ୧୪ ତାରିଖରେ ନୂଆ ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ବାହାରିବ ପ୍ରଥମ ଟ୍ରେନ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି,’’ କହିଛନ୍ତି ଭୁବନେଶ୍ୱର ଷ୍ଟେସନ ମାଷ୍ଟର ସି. ଆର୍‌. ନାୟକ।

ଏହା ବି ପଢ଼ନ୍ତୁ: ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକ

ଭୁବନେଶ୍ୱର ହଂସପାଳ ବାସିନ୍ଦା ପ୍ରକାଶ ରାଉତ କହିଛନ୍ତି: ‘‘ମୁଁ ଏବେ ଭାରି  ଖୁସି । ପ୍ରାୟ ଦେଢ଼ ମାସ ତଳେ ଲକଡାଉନ କାରଣରୁ ନୂଆ ଦିଲ୍ଲୀରୁ ଓଡ଼ିଶା ଫେରିପାରି ନ ଥିବା ମୋ’ର ପତ୍ନୀ ଓ ପିଲାମାନେ ଏବେ ଓଡ଼ିଶା ଫେରିପାରିବେ ।  ମାର୍ଚ୍ଚ ମାସରେ ସେମାନେ ଦିଲ୍ଲୀରେ ରହୁଥିବା ତାଙ୍କର ଭାଇଙ୍କ ପାଖକୁ ଯାଇଥିଲେ । ମଙ୍ଗଳବାର ଠାରୁ ଦେଶରେ ପ୍ରଥମ ପର୍ଯାୟ  ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ  ଖୁସି ଯେ ସେମାନେ ଫେରୁଛନ୍ତି । ଭଗବାନଙ୍କୁ ଧନ୍ୟବାଦ ଦେଉଛି ।’’ ପ୍ରକାଶଙ୍କ ପରି ଅନେକ ଲୋକ ଖୁସି ପ୍ରକାଶ କରିଛନ୍ତି ।

ହେଲେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ସମୟରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ସଂକ୍ରମଣକୁ ବିସ୍ଫୋରକ କରିପାରେ ବୋଲି ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି । ଭୁବନେଶ୍ୱର ବାସିନ୍ଦା ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ‘‘ଜୀବିକା ଦରକାର ନିଶ୍ଚୟ। ହେଲେ ପ୍ରଥମେ ଜୀବନ ରହିବା ଦରକାର। ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରାଯିବା ସଠିକ ନିଷ୍ପତ୍ତି ନୁହେଁ ।’’

ଏହା ବି ପଢ଼ନ୍ତୁ: ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ତେବେ  ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର  ବରୋଦାକାନ୍ତ ମିଶ୍ରଙ୍କ ମତରେ ସମୟକୁ ଗୁରୁତ୍ୱ ଦେଇ ଏବେ ଆମକୁ ସଂକ୍ରମଣ ସହ ତାଳଦେଇ ଚାଲିବାକୁ ହେବ । ‘‘ଜୀବନ ଦରକାର, ତା ସହିତ ଜୀବିକା ମଧ୍ୟ ଦରକାର। ଏହାକୁ ସନ୍ତୁଳନ କରି ଆଗକୁ ବଢିବାକୁ ହେବ ।  ଗୋଟିଏ ପଟେ  ଜୀବନ, ଆର ପଟେ ଜୀବିକା । ଏଭଳି ଦୋ ଛକିରେ ଏବେ ଛିଡ଼ା ହୋଇ ସଠିକ ରାସ୍ତା ବାବଦରେ ଆମକୁ ଚିନ୍ତା କରିବାକୁ ହେବ,’’ ସେ କହିଛନ୍ତି ।
First published: May 12, 2020, 10:54 AM IST
corona virus btn
corona virus btn
Loading