ଅନଲକ୍-୧: ଭୁବନେଶ୍ୱରରେ ସକାଳେ ଓ ସନ୍ଧ୍ୟାରେ ପାର୍କ ଖୋଲା ରଖିବାକୁ BMCର ଅନୁମତି ମିଳିଲା

ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟାରେ ୪ରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ ପାର୍କ । ସକାଳ ୫ଟା ରୁ ୭ଟା ପର୍ଯ୍ୟନ୍ତ ସବୁ ପାର୍କକୁ କେବଳ ସିନିଅର ସିଟିଜେନ (୬୦ ବର୍ଷ ବା ଅଧିକ) ଯାଇପାରିବେ । ଶନିବାର ଓ ରବିବାର ବନ୍ଦ ରହିବ ପାର୍କ ।

ଅନଲକ୍-୧: ଭୁବନେଶ୍ୱରରେ ସକାଳେ ଓ ସନ୍ଧ୍ୟାରେ ପାର୍କ ଖୋଲା ରଖିବାକୁ BMCର ଅନୁମତି ମିଳିଲା
ପାର୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କୋଭିଡ଼-୧୯ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁଣି ଚଳ ଚଞ୍ଚଳ ହୋଇଉଠିବ ରାଜଧାନୀର ପାର୍କ ସବୁ । ସକାଳ ଓ ସଞ୍ଜରେ ପୁଣି ଲାଗିବ ଲୋକ ଗହଳି । କିଏ ଜଗିଙ୍ଗ୍‌ ତ କିଏ ଯୋଗ ବା ବ୍ୟାୟାମ କରିବାକୁ ଆସିବେ ପାର୍କ । ସେହିଭଳି ସନ୍ଧ୍ୟାରେ କିଛି ସମୟ ଅତିବାହିତ କରିବାକୁ ପୁଣି ପରିବାର ସହ ପାର୍କ ଆସିବେ ରାଜଧାନୀବାସୀ । ଆଜି ଠୁ ପୁଣି ଖୋଲିବ ପାର୍କ ।

ଲକଡାଉନ ଯୋଗୁଁ ପ୍ରାୟ ୭୫ ଦିନ ହେବ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ପାର୍କ । ଆଜି ଠାରୁ ପାର୍କଗୁଡ଼ିକୁ ପୁଣି ଖୋଲିବାକୁ ବିଏମସି (BMC) ଅନୁମତି ଦେଇଛି । ରାଜଧାନୀରେ ଥିବା ବିଏମସି, ବିଡିଏ ଓ ବିଏସ୍ସିଏଲ ପରିଚାଳିତ ସମସ୍ତ ପାର୍କ ଖୋଲାଯିବ । ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟାରେ ୪ରୁ ୬ଟା ଖୋଲା ରହିବ ପାର୍କ । ତେବେ ସକାଳ ୫ଟା ରୁ ୭ଟା ପର୍ଯ୍ୟନ୍ତ ସବୁ ପାର୍କକୁ କେବଳ ସିନିଅର ସିଟିଜେନ ବା ବୃଦ୍ଧବୃଦ୍ଧା ମାନେ ଯାଇପାରିବେ। ୬୦ ବର୍ଷ କିମ୍ବା ତହିଁରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ବ୍ୟତୀତ କେହି ପାର୍କ ଭିତରକୁ ପ୍ରବେଶ କରି ପାରିବେ ନାହିଁ ବୋଲି ବିଏମସି କହିଛି ।

ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଥିବା ଯୋଗୁଁ ପାର୍କ ବନ୍ଦ ରହିବ । ଅନ୍ୟ ଦିନମାନଙ୍କରେ ନିୟମ ଅନୁଯାୟୀ ଖୋଲା ରହିବ । ଅନେକ ଦିନ ଧରି ବନ୍ଦ ରହିବା ପରେ ଆଜି ପାର୍କଗୁଡିକୁ ବିଏମସି ପକ୍ଷରୁ ସମ୍ପୂର୍ଣ୍ଣ ସଫା କରାଯାଇଛି ।

ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଥିବା ଯୋଗୁଁ ପାର୍କଗୁଡ଼ିକ ବନ୍ଦ ରହିବ ।


ପାର୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କୋଭିଡ଼-୧୯ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ହୋଇଥିବା ବେଳେ ନିଜର ସ୍ଵଚ୍ଛତା ଉପରେ ନିଜେ ଗୁରୁତ୍ୱ ଦେବାକୁ ଲୋକଙ୍କୁ କୁହାଯାଇଛି । ସର୍ବସାଧାରଣ ଅଞ୍ଚଳରେ ସାମାଜିକ ଦୂରତା ବଜାୟ ରଖିବା ଓ ଛେପ ନ ପକାଇବା ପାଇଁ ବି ଲୋକଙ୍କୁ ବିଏମସି ତରଫରୁ ତାଗିଦ୍‌ କରାଯାଇଛି ।

କଂକ୍ରିଟ ସହରରେ ପାର୍କ ହିଁ ଏକ ମାତ୍ର ମାଧ୍ୟମ ବ୍ୟାୟାମ ଓ କସରତ କରିବା ପାଇଁ । ତାହା କରୋନା ଯୋଗୁଁ ବନ୍ଦ ରହିଥିଲା । ଏବେ ଏହା ଖୋଲିଥିବାରୁ ରାଜଧାନିବାସୀ ଖୁସି ପ୍ରକାଶ କରିଛନ୍ତି।

‘‘ଅବସର ପରେ ଘରୁ କିଛି କାମ ପାଇଁ ନଚେତ ମର୍ଣ୍ଣିଂ ୱାକ ପାଇଁ ବାହରୁଥିଲୁ। ହେଲେ ଗଲା ୭୫ ଦିନ ହେବ ତାହା ବି ବନ୍ଦ ହୋଇଯାଇଥିଲା । ଏବେ ପୁଣି ବୁଲି ଯିବୁ । ସରକାର ବୟସ୍କ ବ୍ୟକ୍ତିଙ୍କ ପାଇଁ କରିଥିବା ନିୟମ ଏକ ଭଲ ନିୟମ,’’ କହିଛନ୍ତି ରାଜଧାନୀ ବାସିନ୍ଦା ବିଜେନ୍ଦ୍ର କୁମାର ମିଶ୍ର ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 4:50 PM IST
corona virus btn
corona virus btn
Loading