କରୋନା ସଙ୍କଟରେ ପାକିସ୍ତାନର କଷ୍ଟ ବଢ଼ିଲା; IMF କହିଲା ସରକାରୀ କର୍ମଚାରୀଙ୍କ ଦରମା ରୋକାଯାଉ

ଇମ୍ରାନ ଖାନଙ୍କ ସରକାରଙ୍କ ସାମନାରେ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦେଶ ନେଇଥିବା ଋଣ ଭାରର ମୁକାବିଲା କରିବା । ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରି ଆର୍ଥିକ ଏକୀକରଣ ଉପରେ ଧ୍ୟାନ ଦେବାକୁ IMF କହିଛି ।

କରୋନା ସଙ୍କଟରେ ପାକିସ୍ତାନର କଷ୍ଟ ବଢ଼ିଲା; IMF କହିଲା ସରକାରୀ କର୍ମଚାରୀଙ୍କ ଦରମା ରୋକାଯାଉ
ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ (ରୟଟର୍ସ୍ ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇସଲାମାବାଦ: ଦାରିଦ୍ର୍ୟର ପର୍ଯ୍ୟାୟ ଦେଇ ଗତି କରୁଥିବା ପାକିସ୍ତାନକୁ ସେଠାକାର ସରକାରୀ କର୍ମଚାରୀଙ୍କ ଦରମା ରୋକିବା ପାଇଁ ଓ ବଜେଟରେ ଆର୍ଥିକ ଐକ୍ୟ ଉପରେ ଧ୍ୟାନ ଦେବା ପାଇଁ କହିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇ.ଏମ୍.ଏଫ୍., IMF) । ପାକିସ୍ତାନର ମୋଟ ଋଣ ସେଠାକାର ଜିଡିପି (GDP)ର ୯୦ ପ୍ରତିଶତରେ ପହଞ୍ଚିସାରିଛି । ବର୍ତ୍ତମାନ ପାକିସ୍ତାନ ସରକାରଙ୍କ ପାଇଁ IMFର ଏହି ଦୁଇଟି ଦାବି ପୂରଣ କରିବା କଷ୍ଟକର ହୋଇପଡ଼ିଛି ।

ପାକିସ୍ତାନୀ ଖବର କାଗଜ ‘ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ବିପୁଳ ପରିମାଣର ଋଣ ନେଇଥିବା କାରଣରୁ ଇମ୍ରାନ ଖାନଙ୍କ ସରକାର ପାଇଁ ଦେଶରେ ଆର୍ଥିକ ଏକୀକରଣ କରିବା ସହଜ ହେବ ନାହିଁ। ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଲୋକଙ୍କ ରୋଜଗାରକୁ ମଧ୍ୟ ପ୍ରଭାବିତ କରିଛି ।

ପାକିସ୍ତାନ ସରକାର ଗତ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ଖାଲି ଦେଶରେ ଖାଲି ପଡ଼ିଥିବା ୬୭,୦୦୦ ସରକାରୀ ପଦବୀକୁ ହଟାଇବାକୁ ବାଧ୍ୟ ହୋଇଛନ୍ତି । ଏହା ସହ ସରକାର ବର୍ତ୍ତମାନ ବିଭିନ୍ନ ବିଭାଗ ପାଇଁ ଯାନ ବାହାନ କିଣିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ।

ପାକିସ୍ତାନର ମୋଟ ଋଣ ସେଠାକାର ଜିଡିପି (GDP)ର ୯୦ ପ୍ରତିଶତରେ ପହଞ୍ଚିସାରିଛି ।


ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିବା ବ୍ୟତୀତ ଆଇ.ଏମ.ଏଫ. ଇମ୍ରାନ ଖାନ ସରକାରଙ୍କୁ ଦେଶର ଆଗାମୀ ବଜେଟରେ ପ୍ରାଥମିକ ବଜେଟର ନିଅଣ୍ଟ ଲକ୍ଷ୍ୟ (Pimary Budget Deficit) ଘୋଷଣା କରିବାକୁ ବି କହିଛି । ଆଇ.ଏମ.ଏଫ. କହିଛି ଯେ ସୁଧ ଦେୟକୁ ବାଦ ଦେଇ ଏହା ୧୮୪ ବିଲିୟନ ଟଙ୍କା ବା ପାକିସ୍ତାନର ଜି.ଡି.ପି.ର ୦.୪୦ ପ୍ରତିଶତ ହେବା ଉଚିତ ।

ଆଇ.ଏମ.ଏଫ.ର ଉପଦେଶ ଗ୍ରହଣ ନ କରିବା ପଛରେ ପାକିସ୍ତାନର ନିଜସ୍ୱ କାରଣ ରହିଛି । ଆଇ.ଏମ୍.ଏଫ୍.ର ଏହି ଦାବି ପରେ ପାକିସ୍ତାନର ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କୁହାଯାଉଛି ଯେ ଆସନ୍ତା ଆର୍ଥିକ ବର୍ଷରେ ସେଠାରେ ରାଜସ୍ୱ ସଂଗ୍ରହରେ ((Pakistan Revenue Collection) କୌଣସି ବୃଦ୍ଧି ହେବ ନାହିଁ । ଅନ୍ୟ ପକ୍ଷରେ ମୁଦ୍ରାସ୍ଫୀତି (Inflation in Pakistan) ବୃଦ୍ଧି ହୋଇଥିବା କାରଣରୁ ପାକିସ୍ତାନ ସରକାର କର୍ମଚାରୀମାନଙ୍କ ବେତନ ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି । ସରକାରୀ କର୍ମଚାରୀଙ୍କ ଦରମା ୧୦ରୁ ୧୫ ପ୍ରତିଶତ ବୃଦ୍ଧି କରିବା ଉପରେ ସରକାର ବିଚାର କରୁଛନ୍ତି । ଏଥି ସହିତ ପେନସନ୍‌ରେ ୧୦ ପ୍ରତିଶତ ବୃଦ୍ଧି ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି ।

ପାକିସ୍ତାନ ସରକାର ଆଜି (୧୨ ଜୁନ୍) ଦେଶର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଆର୍ଥିକ ଏକୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଇମ୍ରାନ ଖାନ ସରକାର କେତେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ଆଇ.ଏମ.ଏଫ. ସହିତ ନିରନ୍ତର ଯୋଗାଯୋଗରେ ଅଛି । ପ୍ରାଥମିକ ବଜେଟ୍ ନିଅଣ୍ଟ ପାଇଁ ୦.୪୦ ପ୍ରତିଶତ ବଦଳରେ ପାକିସ୍ତାନ ପ୍ରସ୍ତାବ ଦେଇଛି ଯେ ଏହା ଜି.ଡି.ପି.ର ୧.୯ ପ୍ରତିଶତ ହେବା ଉଚିତ, ଯାହା ମୋଟ ୮୭୫ ବିଲିୟନ ଟଙ୍କା ହେବ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 3:48 PM IST
corona virus btn
corona virus btn
Loading