ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଓଡ଼ିଶାରୁ ୨୨ ଟନ୍ ଅକ୍ସିଜେନ୍ ନେଇ ଆନ୍ଧ୍ର ପ୍ରଦେଶ ଗଲା ଟ୍ୟାଙ୍କର୍; ଦିଲ୍ଲୀ ଓ ମହାରାଷ୍ଟ୍ରକୁ ବି ଯିବ

ଓଡ଼ିଶାରୁ ୨୨ ଟନ୍ ଅକ୍ସିଜେନ୍ ନେଇ ଆନ୍ଧ୍ର ପ୍ରଦେଶ ଗଲା ଟ୍ୟାଙ୍କର୍; ଦିଲ୍ଲୀ ଓ ମହାରାଷ୍ଟ୍ରକୁ ବି ଯିବ

ଅକ୍ସିଜେନ୍ ଟ୍ୟାଙ୍କରଟି ଯେମିତି ବିନା ବାଧାରେ ଓ ଧାର୍ଯ୍ୟ ସମୟରେ ବିଶାଖାପାଟଣାରେ ପହଞ୍ଚି ପାରିବ ସେଥି ପାଇଁ ତା’ ଆଗରେ ଓ ପଛରେ ଏକ ପୋଲିସ ଏସ୍କର୍ଟ ଭ୍ୟାନ୍ ସହିତ ପାଇଲଟିଂ କରାଯାଇଛି । ଅନୁଗୁଳ ଏସ୍.ପି. ଜଗମୋହନ ମୀଣା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି ।

ଓଡ଼ିଶାରୁ ୨୨ ଟନ୍ ଅକ୍ସିଜେନ୍ ନେଇ ଆନ୍ଧ୍ର ପ୍ରଦେଶ ଗଲା ଟ୍ୟାଙ୍କର୍; ଦିଲ୍ଲୀ ଓ ମହାରାଷ୍ଟ୍ରକୁ ବି ଯିବ
ଜିନ୍ଦଲ୍ ଷ୍ଟିଲ ପ୍ଲାଣ୍ଟରେ ଟ୍ୟାଙ୍କରରେ ତରଳ ଅକ୍ସିଜେନ୍ ଭରାଯାଉଛି ।
  • News18 Odia
  • Last Updated: April 22, 2021, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡ ମହାମାରୀର ଦ୍ବିତୀୟ ଲହରୀରେ ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଅକ୍ସିଜେନ୍‌ ସଙ୍କଟକୁ ପ୍ରଶମିତ କରିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶୃତିର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ପଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶାରୁ ୨୨ ଟନ୍ ଅକ୍ସିଜେନ ପଠାଯାଇଛି । ଅନୁଗୁଳରେ ଥିବା ଜିନ୍ଦଲ୍‌ ଷ୍ଟିଲ ପ୍ଲାଣ୍ଟରୁ ୨୨ ଟନ୍ ତରଳ ଅକ୍ସିଜେନ୍ ନେଇ ଏକ ବିଶାଳ ଟ୍ୟାଙ୍କର୍‌ ଗୁରୁବାର ରାତି ସାଢେ ୧୦ଟା ବେଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ୫୨୪ କିଲୋମିଟର ଲମ୍ବା ଏହି ରାସ୍ତାକୁ ଅତିକ୍ରମ କରିବାକୁ ସାଧାରଣତଃ ୧୧ ଘଣ୍ଟା ୪୦ ମିନିଟ ସମୟ ଲାଗୁଥିଲେ ବି ୧୦ ଘଣ୍ଟା ମଧ୍ୟରେ ଯାତ୍ରା ପୂରା କରିବାକୁ ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ଯେପରି ବିନା କୌଣସି ବାଧା ବିଘ୍ନରେ ଓ ଧାର୍ଯ୍ୟ ସମୟରେ ଅକ୍ସିଜେନ୍ ଟ୍ୟାଙ୍କରଟି ବିଶାଖାପାଟଣାରେ ପହଞ୍ଚି ପାରିବ ସେଥି ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଟ୍ୟାଙ୍କରଟିର ଆଗରେ ଓ ପଛରେ ଏକ ପୋଲିସ ଏସ୍କର୍ଟ ଭ୍ୟାନ୍‌ ସହିତ ପାଇଲଟିଂ ମଧ୍ୟ କରାଯାଇଛି । ଅନୁଗୁଳ ଏସ୍‌.ପି. ଜଗମୋହନ ମୀଣା ନିଜେ ପୂରା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ଟ୍ୟାଙ୍କରଟି ଯିବା ରାସ୍ତାରେ ପଡ଼ୁଥିବା ଜିଲ୍ଲାଗୁଡ଼ିକର ପୋଲିସକୁ ପଥ ପରିସ୍କାର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଏପ୍ରିଲ୍୨୨ରୁ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ହୋଇଛି; ମେ ମାସ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ

ଟ୍ୟାଙ୍କରର ଆଗରେ ଓ ପଛରେ ଏକ ପୋଲିସ ଏସ୍କର୍ଟ ଭ୍ୟାନ୍ ସହିତ ପାଇଲଟିଂ କରାଯାଇଛି ।


ଅକ୍ସିଜେନ୍ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଦେଖା ଦେଇଥିବା ଅକ୍ସିଜେନ୍‌ ସଙ୍କଟର ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଓଡ଼ିଶା ସରକାର ଦିଲ୍ଲୀ ଓ ମହାରାଷ୍ଟ ସରକାରଙ୍କୁ ମଧ୍ୟ ଅକ୍ସିଜେନ୍ ଯୋଇବା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାର ସୁଦ୍ଧା ଏହି ଦୁଇଟି ରାଜ୍ୟକୁ ମଧ୍ୟ ଅକ୍ସିଜେନ୍ ଯୋଗାଣ କରାଯିବ ବୋଲି ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

ଓଡ଼ିଶାରୁ ହେବାକୁ ଥିବା ଏହି ଅକ୍ସଜେନ୍ ଯୋଗାଣକୁ ଶୃଙ୍ଖଳିତ କରିବା ପାଇଁ ଏକ ବିସ୍ତୃତ ଖସଡ଼ା ବା ଏସ୍‌.ଓ.ପି. ମଧ୍ୟ ପ୍ରସ୍ତୁତ ହୋଇଛି । ସୁଚାରୁ ରୂପେ ଅକ୍ସିଜେନ୍ ଯୋଗାଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇଛି । କ୍ରାଇମ୍‌ ବ୍ରାଞ୍ଚ ଏ.ଡି.ଜି. ଯଶୋବନ୍ତ ଜେଠୱାଙ୍କୁ ଏହି ସେଲର ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ଏହା ସହିତ ଅକ୍ସିଜେନ୍ ଯୋଗାଣକୁ ପ୍ରତିବନ୍ଧକ ମୁକ୍ତ କରିବା ପାଇଁ ଏକ ‘‘ଗ୍ରୀନ୍ କରିଡର୍’’ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଏହା ବି ପଢ଼ନ୍ତୁ | ଜାମିନ୍ ପାଇବା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ଲାଲୁ; ଝିଅ ରଖୁଛି ରୋଜା, ମାଦୁର୍ଗାଙ୍କ ପୂଜା କରୁଛି



ଏହି ଏସ୍‌.ଓ.ପି. ମୁତାବକ ଅକ୍ସିଜେନ୍ ଟ୍ୟାଙ୍କର୍‌ ବା କଣ୍ଟେନର୍ ଯେଉଁ ଜିଲ୍ଲାଗୁଡ଼ିକ ବାଟ ଦେଇ ଯିବ ସେଠାକାର ଏସ୍‌.ପି./ ଡିସିପି ଓ ରେଞ୍ଜ୍‌ ଆଇ.ଜି. ଓ ଡି.ଆଇ.ଜି.ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହାର ଅନୁଧ୍ୟାନ କରିବେ । ଏହା ସହିତ ଟ୍ୟାଙ୍କର ଆଗରେ ଓ ପଛରେ ପୋଲିସ ପାଇଲଟିଂ ଭ୍ୟାନ୍‌ ବି ଯିବ । ରାଜ୍ୟ ସୀମା ପର୍ଯ୍ୟନ୍ତ ଏହି ଏସ୍କର୍ଟ ଟିମ୍‌ ଟ୍ୟାଙ୍କରକୁ ନେଇ ଯିବ । ସେଠାରୁ ସମ୍ପୃକ୍ତ ରାଜ୍ୟର ପୋଲିସ ଏସ୍କର୍ଟ କରିବ ।
Published by: Anand ST Das
First published: April 22, 2021, 11:51 PM IST