କରୋନା ଟିକା ନେଲେଣି କି ନା? ପଢ଼ନ୍ତୁ ‘ସଞ୍ଜିବନୀ ଗାଡ଼ି’ର ଆତ୍ମକାହାଣୀ: କେତେ ଗାଁ, କେତେ ପ୍ରଶ୍ନ

Sanjeevani Gaadi for Corona Vaccine Marches On | ‘‘ମୋ’ ନାଁ ହେଉଛି ସଞ୍ଜିବନୀ ଗାଡ଼ି । ମୁଁ ସାରା ଭାରତର ବିଭିନ୍ନ ଗ୍ରାମକୁ ଯାଏ । ପ୍ରାୟତଃ ଛୋଟଛୋଟ ପିଲାମାନେ ମୋ’ ପାଖକୁ ଦୌଡ଼ି ଆସନ୍ତି ଓ ନିଜ ପରିବାରକୁ ମୁଁ ଆସିଛି ବୋଲି ଘୋଷଣା କରନ୍ତି । ସେମାନଙ୍କ ସବୁ ପ୍ରଶ୍ନର ମୁଁ ଉତ୍ତର ଦିଏ ।’’

କରୋନା ଟିକା ପାଇଁ ଲୋକଙ୍କୁ ପଞ୍ଜୀକରଣ କରିବାରେ ସାହାଯ୍ୟ କରୁଛି ସଞ୍ଜିବନୀ ଗାଡ଼ି ।

କରୋନା ଟିକା ପାଇଁ ଲୋକଙ୍କୁ ପଞ୍ଜୀକରଣ କରିବାରେ ସାହାଯ୍ୟ କରୁଛି ସଞ୍ଜିବନୀ ଗାଡ଼ି ।

  • Share this:
ନମସ୍କାର, ମୋ’ ନାଁ ହେଉଛି ସଞ୍ଜିବନୀ ଗାଡ଼ି (Sanjeevani Gaadi)। ମୁଁ ସାରା ଭାରତର ବିଭିନ୍ନ ଗ୍ରାମକୁ ଯାଏ । ମୋ’ କାମ ହେଉଛି ଭାରତର ବିଭିନ୍ନ ଗ୍ରାମକୁ ଯିବା ଏବଂ ସେଠାକାର ସମ୍ପ୍ରଦାୟକୁ କୋଭିଡ୍-୧୯ (COVID-19) ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିବା, ଯାହା ସେମାନଙ୍କୁ ଭାଇରସ୍ କବଳରୁ ନିଜକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।

ପଛକୁ ଫେରି ଦେଖିଲେ ଲାଗୁଛି ଜାନୁୟାରୀ ୨୦୨୦ରେ ଯେମିତି ଭାବେ ବିଶ୍ଵର ସ୍ଥିତି ପରିବର୍ତ୍ତନ ହୋଇଗଲା, ସେଥି ପାଇଁ ମୋତେ କେହି କେବେ ପ୍ରସ୍ତୁତ କରି ନ ଥିଲେ। ଏହି ଭୟାନକ ଭାଇରସ୍ ଗୋଟିଏ ଦେଶରୁ ଅନ୍ୟ ଦେଶକୁ, ପ୍ରତି ଘରେ ଘରେ ଏଭଳି ଅନୁପ୍ରବେଶ କରିଲା ଯେ, ଲୋକଙ୍କ ମନରେ ଏ ରୋଗ ନେଇ ଉତ୍ତର ଅପେକ୍ଷା ପ୍ରଶ୍ନ ଅସଂଖ୍ୟ। ସୌଭାଗ୍ୟବଶତଃ, ଏଥିପାଇଁ ମୁଁ ସାହାଯ୍ୟ କରି ପାରିବି।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଲକଡାଉନ୍ ଉଠିବା ପ୍ରକ୍ରିୟା ଜଲ୍ଦି ଆରମ୍ଭ ହେବ; ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି

ମୋ’ର ବର୍ତ୍ତମାନ ମାର୍ଗରେ ମୁଁ ଦେଶର ପାଞ୍ଚଟି ଜିଲ୍ଲା ପରିଦର୍ଶନ କରିଛି ଯେଉଁଠି କିଛି ରୋଚକ ବାର୍ତ୍ତାଳପ ସାମ୍ନାକୁ ଆସିଛି। ପ୍ରତି ଦିନ ଗ୍ରାମ ମଧ୍ୟ ଦେଇ ଗଲା ବେଳେ ଶହ ଶହ ଲୋକଙ୍କ ସହ ବାର୍ତ୍ତାଳପ କରିବାର ଆନନ୍ଦ ମିଳିଛି। ମୋ’ ଯାତ୍ରା ମୋତେ ଉଭୟ ସହରୀ ଏବଂ ଗ୍ରାମୀଣ ଅଞ୍ଚଳକୁ ନେଇଯାଇଛି, ଯେଉଁଠି ମୁଁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇଛି। ବିଭିନ୍ନ ବୟସ ବର୍ଗର ବ୍ୟକ୍ତି, ସାମାଜିକ-ଅର୍ଥନୈ ତିକ ପୃଷ୍ଠଭୂମି ଥିବା ବ୍ୟକ୍ତି ଏବଂ ବିଭିନ୍ନ ଲିଙ୍ଗର ବ୍ୟକ୍ତି ମୋର ଯୋଗାଯୋଗ ପ୍ରୋଫାଇଲ୍ ଅନ୍ତର୍ଭୁକ୍ତ।

ସଞ୍ଜିବନୀ ଗାଡ଼ି ବ୍ୟବହାର କରି ଜନ ସଚେତନତା ଅଭିଯାନ ଜୋରସୋରରେ ଚାଲିଛି ।


ଯଦିଓ ଆମେ ବର୍ତ୍ତମାନ ଏହି ମହାମାରୀର ଏକ ଗୁରୁତ୍ତ୍ଵପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି, ହେଲେ ଏବେ ଟିକା ଉପଲବ୍ଧ ଅଛି। ସଞ୍ଜିବନୀ ଗାଡ଼ି ଭାବେ ମୋ’ ଭୂମିକା ହେଉଛି ସବୁବେଳ ଭଳି ମହତ୍ତ୍ଵପୂର୍ଣ୍ଣ । ଉଦାହରଣ ସ୍ୱରୂପ, ଇନ୍ଦୋରକୁ ମୋ’ର ଶେଷ ଗସ୍ତ ବେଳେ ମୋତେ ଟିକା ବିଷୟରେ ଅନେକ ପ୍ରଶ୍ନ ପଚରାଯାଇଥିଲା। ସବୁଠାରୁ ସାଧାରଣ ପ୍ରଶ୍ନ ଥିଲା “ଅଗର୍ ଟୀକା ଲଗାୟା, ତୋ କୋଭିଡ୍-୧୯ ଇନଫେକ୍ସନ୍ ହୋଗା କ୍ୟା?” (ଯଦି ଟିକା ନେବୁ, ତାହାଲେ ବି କୋଭିଡ୍-୧୯ ସଂକ୍ରମଣ ହେବ କି?)।  କେତେକ ବ୍ୟକ୍ତି ମଧ୍ୟ ପଚାରିଥିଲେ “ଟିକା କହାଁ ମିଲେଗା?”(ଟିକା କେଉଁଠି ମିଳିବ?)। ମୁଁ ସବୁବେଳେ ନିଶ୍ଚିତ କରିଥାଏ, ଯେପରି ମୋ’ ପାଖରେ ପ୍ରଚୁର ପରିମାଣରେ ସୂଚନାପ୍ରଦାନକାରୀ ଲିଫଲେଟ୍, ବାର୍ତ୍ତା ଓ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଏକ ଦଳ ରହିଥିବ।

ଏହା ବି ପଢ଼ନ୍ତୁ | ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି COVID ପଜିଟିଭ୍ ହୋଇ ହସପିଟାଲରେ ଭର୍ତ୍ତି ହେଲେ

ପ୍ରାୟତଃ ଛୋଟଛୋଟ ପିଲାମାନେ ମୋ’ ପାଖକୁ ଦୌଡ଼ି ଆସନ୍ତି ଓ ନିଜ ପରିବାରକୁ ମୁଁ ଆସିଛି ବୋଲି ଘୋଷଣା କରନ୍ତି । “ଗାଡ଼ି ଆ ଗୟୀ!”(ଭ୍ୟାନ୍ ଆସିଯାଇଛି!)।  ଅଧିକ ପହଞ୍ଚ ପାଇଁ, ଏହା ଗୁରୁତ୍ତ୍ଵପୂର୍ଣ୍ଣ ଯେ, ସାକ୍ଷରତା ନିର୍ବିଶେଷରେ ଯେପରି ମୋର ବାର୍ତ୍ତା ସମସ୍ତେ ପାଇବେ ସେଥିପାଇଁ ଉପାୟ ବାହାର କରିବା ଜରୁରୀ। ଏଥିପାଇଁ, ମୋର ଅଡିଓ- ଭିଜୁଆଲ୍ ସ୍କ୍ରିନ୍ ରେ କେତେକ ମୁଖ୍ୟ ପ୍ରସଙ୍ଗରେ “କିପରି କରିବେ” ଭିଡିଓ ଦେଖାଯାଏ, ଯେପରି ଟୀକା ପାଇଁ ପଞ୍ଜୀକରଣ କରିବା, କୋଭିଡ୍ ପାଇଁ ଉପଯୁକ୍ତ ଶୃଙ୍ଖଳା ଅବଲମ୍ବନ କରିବା ଇତ୍ୟାଦି। ଏହି କ୍ରମେ, ଲୋକମାନେ ମୋତେ ସେମାନଙ୍କ ଆବଶ୍ୟକ ବେଳେ ଏକ ଭିଜୁଆଲ୍ ଗାଇଡ୍ ଭାବେ ବ୍ୟବହାର କରି ପାରିବେ। ମୋ ଭିଡିଓ ଦେଖିବା ବେଳେ ମଧ୍ୟ କେତେକ ନିଜର ପଞ୍ଜୀକଣ କାମ କରି ପାରିବେ। ସଚେତନତା ସୃଷ୍ଟି ପାଇଁ ଏକାଧିକ ଫୋରମ୍ ବ୍ୟବହାର କରିବାର ଫାଇଦା ଏହା ପ୍ରଦର୍ଶନ କରିଥାଏ। ସକରାତ୍ମକ ପ୍ରତିକ୍ରିୟା ଅର୍ଥ, ଅଧିକ ବ୍ୟକ୍ତି କୋଭିଡ୍ – 19ର ଶୃଙ୍ଖଳାଗତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଯାହାର ପରିଣାମ ସ୍ୱରୂପ, ସେମାନଙ୍କର ଅଞ୍ଚଳ ବାସ କରିବା ପାଇଁ ଏକ ସୁରକ୍ଷିତ ସ୍ଥାନ ହୋଇ ପାରିବ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Sabitri Brata: ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋସାବିତ୍ରୀ, ମୁଁ ତାସତ୍ୟବାନ ’’

ଟିକା ପାଇଁ ଅନିଚ୍ଛୁକ ଥିବା ବ୍ୟକ୍ତିଙ୍କୁ ବୁଝାଇବା ମଧ୍ୟ ମୋ କାର୍ଯ୍ୟ ଅନ୍ତର୍ଭୁକ୍ତ। ଲୋକକଥା ଏବଂ ଭୁଲ୍ ଧାରଣା ଯୋଗୁଁ ଅନେକ ବ୍ୟକ୍ତି ଟୀକା ପାଇଁ ଯିବାକୁ କୁଣ୍ଠା ପ୍ରକାଶ କରନ୍ତି। କିନ୍ତୁ ଏମାନଙ୍କ ସହ ପ୍ରକୃତରେ ମୁଁ ସବୁଠାରୁ ଅଧିକ ବାର୍ତ୍ତାଳପ କରିବାକୁ ଇଛା କରିଥାଏ। ପୂର୍ବରୁ ଉଲ୍ଲେଖ କରାଯାଇଥିବା ପ୍ରଶ୍ନର ସମ୍ପୂର୍ଣ୍ଣ ଓଲଟା ପ୍ରଶ୍ନ ମଧ୍ୟ ପଚରାଯାଇଥାଏ, ଯେପରି “ଟୀକା ନେବା ପରେ ମଧ୍ୟ ଲୋକମାନଙ୍କର ମୃତ୍ୟୁ ହେଉଛି, ତାହେଲେ ମୁଁ କାହିଁକି ବିପଦ ନେବି?’ ଏବଂ “କୌଣସି ପ୍ରକାର ବାହ୍ୟ ସାମଗ୍ରୀ ମୋ ଶରୀରରେ ପ୍ରବେଶ କରିବା ନେଇ ମୋର ଭରସା ନାହିଁ”।  ଏଭଳି ମାନସିକତା ଥିବା ବ୍ୟକ୍ତିବିଶେଷ COVID-19 ଏବଂ / କିମ୍ବା ଏହା ସମ୍ବନ୍ଧୀୟ କୌଣସି ଗଭୀର ମୌଳିକ ଚିନ୍ତାଧାରା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଥାଇ ପାରନ୍ତି। ସେଥିପାଇଁ ସେମାନେ ସହଜରେ ଆଧୁନିକ ବିଜ୍ଞାନକୁ ଗ୍ରହଣ କରି ପାରନ୍ତି ନାହିଁ। ଏଗୁଡ଼ିକ ହେଉଛି ମୁଁ ସବୁଠାରୁ ଅଧିକ ସମୟ କାଟୁଥିବା ଗ୍ରାମ । ବର୍ଷ ବର୍ଷ ଧରି ଥିବା ଭୁଲ୍ ଧାରଣାକୁ ଦୂର କରିବାକୁ ମୁଁ ଏଠାରେ ଚେଷ୍ଟା କରିଥାଏ। ନିଜକୁ, ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ଏବଂ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଟୀକା ଗ୍ରହଣ କରିବାର ଗୁରୁତ୍ତ୍ଵ ଉପରେ ଆଲୋକପାତ କରିବା ସହ, ମୁଁ ଦେଖିଛି ଯେ, ଲୋକମାନେ ଧିରେ ଧିରେ ବୈଜ୍ଞାନିକ ତଥ୍ୟର ସତ୍ୟତା ଜାଣୁଛନ୍ତି ଏବଂ ଟୀକା ନେବାର ଫାଇଦା ନେଇ ପ୍ରମାଣ ପାଉଛନ୍ତି। ମୁଁ ମଧ୍ୟ ସେମାନଙ୍କ ସହ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ କଥା ହୋଇଥାଏ, ଯେଉଁମାନେ ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ଟୀକା ପାଇଁ ନିଜର ପଞ୍ଜୀକରଣ କରିଛନ୍ତି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

ଏଥି ସହ, ସଂଖ୍ୟାରେ ଦୃଢ଼ତା ରହିଛି। ଏହି ବିଚାରକୁ ଅନୁସରଣ କରି, ପ୍ରତି ଗସ୍ତ ବେଳେ ମୁଁ ଗ୍ରାମୀଣ ଅଧିକାରୀ ଯେପରି, ସରପଞ୍ଚ, ଗ୍ରାମ ପଞ୍ଚାୟତ ଇତ୍ୟାଦିଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥାଏ। ଏହା କରିବା ଦ୍ବାରା ମୁଁ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଥାଏ ଏବଂ କୋଭିଡ୍ -19 ପାଇଁ ଉପଯୁକ୍ତ ଶୃଙ୍ଖଳିତ ବ୍ୟବହାର ପ୍ରଦର୍ଶନକୁ ସେମାନଙ୍କ ସମର୍ଥନ ଏବଂ ଟୀକା ଗ୍ରହଣ ନେଇ ସେମାନଙ୍କ ଦ୍ଵିଧାବୋଧକୁ ହଟାଇବାରେ ସଫଳ ହୋଇଥାଏ।  ସେମାନେ ମଧ୍ୟ ମୋ ବିଷୟରେ ସକରାତ୍ମକ ବାର୍ତ୍ତା ପ୍ରଚାର କରିବାରେ ସାହାଯ୍ୟ କରିଥାନ୍ତି। ଏହା ପ୍ରାୟତଃ ଅନ୍ୟ ଗ୍ରାମର ମୁଖିଆଙ୍କ ପାଖରେ ପହଞ୍ଚିଥାଏ, ଯେଉଁମାନେ ସେମାନଙ୍କ ଅଞ୍ଚଳରେ ଆମକୁ ସ୍ଵାଗତ କରିଥାନ୍ତି। ରାଜ୍ୟ ଗୁଡ଼ିକରେ ଯାତ୍ରା କରିବାକୁ ସକ୍ଷମ ଥିବାରୁ, ମୋ ଅନୁଭବ ସେୟାର୍ କରିବା ପାଇଁ ମୋ ପାଖରେ ସୁଯୋଗ ଥାଏ, ଯାହା ମୋର ଦଳୀୟ ସଦସ୍ୟଙ୍କୁ କିଛି ଜିଲ୍ଲାରେ ନିର୍ଦ୍ଧାରିତ ସମର୍ଥନ ଦେବା ପାଇଁ ସକ୍ଷମ କରାଏ। କେଉଁଠାରେ ସଂରକ୍ଷଣ ହୋଇଥାଏ ବୁଝାଇ ଏବଂ ଲାଭାର୍ଥୀଙ୍କୁ ଲିଙ୍କ୍ କରିବା ନେଇ ଆବଶ୍ୟକ ସହାୟତା ପ୍ରଦାନ କରି     , ମୁଁ ସଞ୍ଜୀବନୀ ଗାଡ଼ି, ଲୋକଙ୍କର ଜ୍ଞାନ ସ୍ତର, ଦୃଷ୍ଟିକୋଣ ଏବଂ ଉପଯୁକ୍ତ ଅଭ୍ୟାସ ଆଦିରେ ସୁଧାର କରି ସଂକ୍ରମଣ ଚେନ୍ ଭାଙ୍ଗିବାରେ ପ୍ରମୁଖ ଭୂମିକା ନେଇଥାଏ। ବର୍ତ୍ତମାନର ପ୍ରାସଙ୍ଗିକ ସୂଚନା ସହ ଅପ୍-ଟୁ-ଡେଟ୍ ରହିଥିବାରୁ, ମୋତେ ମଧ୍ୟ ବିଶ୍ବାସଯୋଗ୍ୟ ଉତ୍ସ ଭାବେ ଦେଖାଯାଏ, ଯାହା ବର୍ତ୍ତମାନ ସ୍ଥିତିରେ ଦୂର ଦୂରାନ୍ତ ଯାଇ ପାରିବ ଏବଂ କୋଭିଡ୍-୧୯ ସଂକ୍ରମଣ  କମାଇବା ପାଇଁ ସାହାଯ୍ୟ କରି ପାରିବ। ପରବର୍ତ୍ତୀ କିଛି ମାସରେ, ମୋର ଲକ୍ଷ୍ୟ ହେଉଛି ୩୨,୦୦୦୦୦ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ଏବଂ ସେମାନେ ସୁରକ୍ଷିତ ବୋଲି ଅନୁଭବ କରିବା ପାଇଁ ଜ୍ଞାନ- ଆଧାରିତ ସମର୍ଥନ ପ୍ରଦାନ କରିବା।

ଇନ୍ଦୋର୍, ଗୁଣ୍ଟୁର୍ , ଦକ୍ଷିଣ କନ୍ନଡ, ନାସିକ୍ ଏବଂ ଅମ୍ରିତସର ର ଚୟନ ହୋଇଥିବା ଗ୍ରାମ ପର୍ଯ୍ୟନ୍ତ – ମୁଁ ଆପଣଙ୍କୁ ଶୀଘ୍ର ଭେଟିବାକୁ ଯାଉଛି।

ତାରା ରଘୁନାଥ,

ସଂଯୋଜକ, କମ୍ୟୁନିଟି ଇନଭେଷ୍ଟମେଣ୍ଟ,

ୟୁନାଇଟେଡ୍ ୱେ ମୁମ୍ବାଇ

[ଏହା ଏକ ସହଭାଗୀ (partnered) ପୋଷ୍ଟ]
Published by:Anand ST Das
First published: