ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକ

କରୋନା ମହାମାରୀ ଉପରେ ଫ୍ରାନ୍ସର ସରକାରଙ୍କୁ ପରାମର୍ଶ ଦେଉଥିବା ବୈଜ୍ଞାନିକ ପରିଷଦର ମୁଖ୍ୟ କହିଛନ୍ତି ଯେ ଏହି ଭୂତାଣୁ ଯୁବକମାନଙ୍କୁ, ବିଶେଷକରି ମେଦବହୁଳ ଯୁବକମାନଙ୍କୁ, ସଂକ୍ରମିତ କରିବାର ସମ୍ଭାବନା ଅଧିକ ଅଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି ଓ ଦେଶବାସୀଙ୍କ ସହ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହି ସଙ୍କଟ ସମୟରେ ଏବେ ବୟସ୍କ ଲୋକେ ନା କମ୍‌ ବୟସ୍କ ଲୋକେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ଅଛି ତାହା ପଚାରିବା ପରିବର୍ତ୍ତେ ଲୋକେ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି ଯେ କରୋନା ମେଦବହୁଳ ଲୋକଙ୍କୁ ନା କମ୍ ଓଜନ ବିଶିଷ୍ଟ ଲୋକଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ଅଧିକ ଅଛି କି?

ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ମେଦବହୁଳତା କରୋନା ରୋଗୀଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଏହା ହଜାର ହଜାର ଲୋକଙ୍କ ଜୀବନକୁ ବିପଦରେ ପକାଇପାରେ । ଫ୍ରାନ୍ସର ମହାମାରୀ ବିଶେଷଜ୍ଞମାନେ କହିଛନ୍ତି ଯେ ସେଠାରେ ୨୫ ପ୍ରତିଶତ ଲୋକ ବୟସ ଓ ପୂର୍ବ ସ୍ୱାସ୍ଥ୍ୟଗତ ସମସ୍ୟା ସହିତ ମେଦବହୁଳତା କାରଣରୁ ଗୁରୁତର ଭାବରେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ବିପଦରେ ଅଛନ୍ତି ।

କରୋନା ମହାମାରୀ ଉପରେ ଫ୍ରାନ୍ସର ସରକାରଙ୍କୁ ପରାମର୍ଶ ଦେଉଥିବା ବୈଜ୍ଞାନିକ ପରିଷଦର ମୁଖ୍ୟ ପ୍ରଫେସର ଜିନ୍-ଫ୍ରାଙ୍କୋଇସ୍ ଡେଲଫ୍ରେସି କହିଛନ୍ତି ଯେ ମେଦବହୁଳତାରେ ବୃଦ୍ଧି ଯୋଗୁଁ ଆମେରିକୀୟମାନେ କରୋନାଠାରୁ ବିଶେଷ ବିପଦରେ ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ବୟସ୍କ ଜନସଂଖ୍ୟାର ୪୨.୪ ପ୍ରତିଶତ ଲୋକ ବର୍ତ୍ତମାନ ମେଦବହୁଳ ଓ ସେମାନଙ୍କ ମଧ୍ୟରେ ୧୮.୫ ପ୍ରତିଶତ ପିଲା ଅଛନ୍ତି । ଆମେରିକାରେ ଏ ପର୍ଯ୍ୟନ୍ତ ନଅ ଲକ୍ଷ ନବେ ହଜାରରୁ ଅଧିକ କରୋନା ସଂକ୍ରମିତ ଲୋକଙ୍କ ମାମଲା ସାମନାକୁ ଆସିଛି ଓ ୫୬,୨୦୦ ଲୋକଙ୍କର ମୃତ୍ୟୁ ଘଟିଛି ।

ଏହି ଭୂତାଣୁ ଅତ୍ୟନ୍ତ ବିପଜ୍ଜନକ ବୋଲି ଡେଲଫ୍ରାସି କହିଛନ୍ତି । ଏହା ଯୁବକମାନଙ୍କୁ, ବିଶେଷକରି ମେଦବହୁଳ ଯୁବକମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ଅଧିକ ଅଛି । ଯେଉଁମାନଙ୍କର ଓଜନ ଅଧିକ ସେମାନେ ପ୍ରକୃତରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
Published by:Anand Shankar Thankur Das
First published: