ଦିଲ୍ଲୀରୁ ଭୁବନେଶ୍ୱର ପାଇଁ ଛାଡ଼ିଥିବା ଟ୍ରେନରେ ଓଡ଼ିଶା ଫେରୁଛନ୍ତି ୬୫୦ରୁ ଅଧିକ ପ୍ରବାସୀ

କେବଳ କନଫର୍ମଡ୍ ଟିକଟଧାରୀ ଓ ରୋଗର ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ହିଁ ଯାତ୍ରା ଲାଗି ମିଳିଛି ଅନୁମତି । ଯାତ୍ରା ସମୟରେ ସବୁ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଦିଲ୍ଲୀରୁ ଭୁବନେଶ୍ୱର ପାଇଁ ଛାଡ଼ିଥିବା ଟ୍ରେନରେ ଓଡ଼ିଶା ଫେରୁଛନ୍ତି ୬୫୦ରୁ ଅଧିକ ପ୍ରବାସୀ
ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ଧରିବାକୁ ପହଞ୍ଚୁଛନ୍ତି ପ୍ରବାସୀ ଓଡ଼ିଆମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
ଲିପିକା ମହାନ୍ତ | News18 Odia Digital

ନୂଆ ଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଆଜି ନୂଆଦିଲ୍ଲୀ ଷ୍ଟେସନରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଏକ ସ୍ପେଶାଲ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରବାସୀ ଓଡ଼ିଆମାନେ । ଦେଶରେ ପ୍ରଥମ ପର୍ଯ୍ୟାୟ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବା ପରେ ଆଜି ନୂଆ ଦିଲ୍ଲୀ ଷ୍ଟେସନରୁ ପ୍ରଥମ ଟ୍ରେନ୍ ଯାତ୍ରା କରିଛି ଭୁବନେଶ୍ଵର ଅଭିମୁଖେ ।

ଏହି ଟ୍ରେନରେ ପାଖାପାଖି ୬୫୦ରୁ ଊର୍ଦ୍ଧ୍ଵ ପ୍ରବାସୀ ନିଜ ଜନ୍ମମାଟିକୁ ଫେରୁଛନ୍ତି । ଗତ କାଲି ଭୁବନେଶ୍ୱରରୁ ନୂଆ ଦିଲ୍ଲୀକୁ ଆସିଥିବା ପ୍ରଥମ ଯାତ୍ରୀବାହୀ ଟ୍ରେନ୍‌ ଆଜି ସକାଳ ୧୧ଟା ସମୟରେ ନୂଆ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲା ।

ନୂଆ ଦିଲ୍ଲୀ ଛାଡ଼ିବା ପରେ ଏହି ଟ୍ରେନ କେବଳ କାନପୁର ସେଣ୍ଟ୍ରାଲ, ଡିଡି ଉପାଧ୍ଯାୟ ଜଙ୍କସନ, ଗୟା, କୋଡ‌ରମା, ଗୋମୋ, ବୋକାରୋ ଷ୍ଟିଲ ସିଟି, ମୂରୀ, ଟାଟାନଗର ଜଙ୍କସନ, ଖଡ଼ଗପୁର, ବାଲେଶ୍ଵର, ଭଦ୍ରକ ଓ କଟକ ଷ୍ଟେସନରେ ଅଟକିବ ।

ଏତେ ଦିନ ପରେ ଓଡ଼ିଶା ଫେରିବାର ସୁଯୋଗ ମିଳିଥିବାରୁ ଓଡ଼ିଆମାନେ ଭାରି ଖୁସି ଥିଲେ ।


ଏହା ବି ପଢ଼ନ୍ତୁ: ଏହି ମାସ ଏଭେରେଷ୍ଟ ଚଢ଼ିବାର ଥିଲା, ହେଲେ ଏବେ ପରିବା ଦୋକାନ ଚଳାଉଛନ୍ତି ନୀଳାଚଳ

ରେଳ ମନ୍ତ୍ରାଳୟର ନିଷ୍ପତ୍ତି କ୍ରମେ ମଙ୍ଗଳବାର ଠାରୁ ସାରା ଦେଶରେ ପର୍ଯାୟକ୍ରମେ ଆରମ୍ଭ ହୋଇଛି ଯାତ୍ରୀବାହୀ ଟ୍ରେନ ସେବା । ଟ୍ରେନରେ ଚଢ଼ିବା ସମୟରେ ପ୍ରତି ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି । କେବଳ କନଫର୍ମଡ୍‌ ଟିକଟଧାରୀ ଓ ରୋଗର ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ହିଁ ଯାତ୍ରା ଲାଗି ମିଳିଛି ଅନୁମତି । ଯାତ୍ରା ସମୟରେ ସବୁ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟ୍ରେନ ଭିତରେ ପଶିବା ଓ ବାହାରିବା ସମୟରେ ସବୁ ଯାତ୍ରୀ ସାନିଟାଇଜର ବ୍ୟବହାର କରୁଛନ୍ତି ।

ନୂଆ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ରହି ୟୁପିଏସ୍‌ସି ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରୀ ସ୍ମୃତି ମହାକୁଳ ନୂଆ ଦିଲ୍ଲୀରୁ ଭୁବନେଶ୍ଵରକୁ ଏହି ଟ୍ରେନ ଯୋଗେ ଫେରୁଛନ୍ତି । ଏତେ ଦିନ ପରେ ଏହି ସୁଯୋଗ ଆସିଥିବାରୁ ସେ ବେଶ୍‌ ଖୁସି ଥିବା ଦିଶୁଥିଲେ ।

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

‘‘ମୋ’ ଘର ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ପାଖାପାଖି ଦେଢ଼ ମାସ ତଳେ ଲକଡାଉନ ଆରମ୍ଭରୁ ମୁଁ ନୂଆ ଦିଲ୍ଲୀରେ ଅଛି । ମୋ’ର ସମଗ୍ର ପରିବାର ଓଡ଼ିଶାରେ । ମୁଁ ଏକା ପିଜିରେ ରହୁଥିବାରୁ ଲକଡାଉନ ଯୋଗୁଁ ଖାଇବା ପିଇବାରେ ଅସୁବିଧା ହେଉଥିଲା । କିନ୍ତୁ ସ୍ପେଶାଲ ଟ୍ରେନ ଚାଲିବା ଦ୍ୱାରା ମୁଁ ଆଜି ଓଡ଼ିଶା ଫେରିପାରୁଛି । ସେଥି ପାଇଁ ମୁଁ ଖୁସି ଅଛି । ଓଡ଼ିଶାରେ କ୍ବ।ରେଣ୍ଟାଇନ ରହିବା ପାଇଁ ମୁଁ ନିଜକୁ ପ୍ରସ୍ତୁତ ରଖିଛି,’’ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ସ୍ମୃତି ।

ସ୍ମୃତିଙ୍କ ଭଳି ଅନେକ ପ୍ରବାସୀ ଓଡ଼ିଆ ଖୁସି ପ୍ରକାଶ କରିଛନ୍ତି କାରଣ ଏହି ସ୍ପେଶାଲ ଟ୍ରେନ ଦ୍ୱାରା ସେମାନେ ନିଜ ଘର ଏବଂ ଆତ୍ମୀୟ ସ୍ୱଜନ ଓ ପରିବାରବର୍ଗ ନିକଟକୁ ଫେରି ପାରୁଛନ୍ତି । ହେଲେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ସମୟରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ସଂକ୍ରମଣକୁ ବିସ୍ଫୋରକ କରିପାରେ ବୋଲି ଅନେକ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪
First published: May 14, 2020, 9:56 PM IST
corona virus btn
corona virus btn
Loading