News18 Odia Digital
ଭୁବନେଶ୍ୱର: ଲକଡାଉନ ବେଳେ ବି ରାଜଧାନୀ ଭୁବନେଶ୍ୱରରେ ଚାଲିଛି ନିଶା ଦ୍ରବ୍ୟର କାରବାର । ଆଜି ଏକ ବଡ ଧରଣର ବ୍ରାଉନ ସୁଗାର କାରବାରର ପର୍ଦ୍ଦାଫାଶ କରିଛି କ୍ରାଇମ ବ୍ରାଞ୍ଚ ଏସ୍.ଟି.ଏଫ୍. l ବ୍ରାଉନ ସୁଗାର ଚାଲାଣ ବେଳେ ଏସଟିଏଫ ହାତରେ ଧରାପଡିଛନ୍ତି ଦୁଇ ଏଜେଣ୍ଟ – ଅଜୟ ମହାପାତ୍ର (୨୫) ଓ ବିଭୂତି ଭୁଷଣ ଜେନା (୨୮) l ସେମାନଙ୍କ ନିକଟରୁ ଜବତ ହୋଇଛି ୧ କେଜି ୧୨ ଗ୍ରାମ ଓଜନର ବ୍ରାଉନ ସୁଗାର, ଯାହାର ବଜାର ମୂଲ୍ୟ ଏକ କୋଟି ଟଙ୍କା ବୋଲି ଆକଳନ କରାଯାଉଛି l ରେଡ ବେଳେ ଫେରାର ହୋଇଯାଇଛି ଏହି କଳା ଧନ୍ଦାର ମୁଖ୍ୟ କାର୍ପଟଦାର ବାପି ମଙ୍ଗରାଜ l
ଅଜୟ ଓ ବିଭୂତିର ଗତିବିଧି ଉପରେ ଗତ ତିନି ଦିନ ହେଲା ନିଜର ରଖିଥିଲା ଏସ୍.ଟି.ଏଫ. (STF) l ଅଜୟର ଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଚଣାଗିରି ଗ୍ରାମରେ l ବିଭୂତିର ଘର ଖୋର୍ଦ୍ଧାର ବେଗୁନିଆରେ l ସେlମବାର ରାତିରେ ଦୁହେଁ ନୟାଗଡ, ଖୋର୍ଦ୍ଧା, ପୁରୀ ଓ ପିପିଲି ଅଞ୍ଚଳର କିଛି ରିଟେଲରଙ୍କୁ ବ୍ରାଉନ ସୁଗାର ଦେବାକୁ ବାହାରିଥିଲେ l ଚାରିଆଡେ ଚେକିଂ ଓ ପୋଲିସର ବ୍ଳକିଂ ଲାଗିଥିବାରୁ ଏମାନେ କାର ନ ନେଇ ବାଇକରେ ବ୍ରାଉନ ସୁଗାର ସପ୍ଲାଇ ପାଇଁ ବାହାରିଥିଲେ l ଏତିକି ବେଳେ ଉଭୟଙ୍କୁ ଟ୍ରାକ କରୁଥିବା ଏସଟିଏଫ ଟିମ୍ ତମାଣ୍ଡୋ ନିକଟରୁ ଉଭୟଙ୍କୁ ଧରିଥିଲା l ବାଇକ ଡିକିରୁ ଜବତ ହୋଇଥିଲା। ୧ କେଜି ୧୨ ଗ୍ରାମର ବ୍ରାଉନ ସୁଗାର l

ଏସ୍.ଟି.ଏଫ୍. ଡିଆଇଜି ଜୟ ନାରାୟଣ ପଙ୍କଜ
‘‘ରାକେଟର ମାଷ୍ଟରମାଇଣ୍ଡ ବାପି ମଙ୍ଗରାଜ ଏବେ ଫେରାର ଅଛି l ବାପି ମଙ୍ଗରାଜ ବ୍ରାଉନ ସୁଗାରର ଜଣେ ବଡ଼ ଡିଲର ବୋଲି ପୋଲିସ୍ ସୂଚନା ପାଇଛି,’’ ରେଡ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ STF ଡିଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି ।
ଲକଡାଉନ ଯୋଗୁଁ ବ୍ରାଉନ ସୁଗାରର ଡିମାଣ୍ଡ ଆକାଶ ଛୁଆଁ ବଢ଼ିଯାଇଛି l ଚାରିଆଡ଼େ ପୋଲିସର ଚେକିଂ ଯୋଗୁଁ ବ୍ରାଉନ ସୁଗାର କାରବାର ଏକ ପ୍ରକାର ଠପ ହୋଇ ପଡିଛି l ବ୍ୟାପକ ପୋଲିସ ଚେକିଂ ଯୋଗୁଁ ପଶ୍ଚିମ ବଙ୍ଗର ମୁର୍ଶିଦାବାଦରୁ ସିକ୍ରେଟ ରୁଟରେ ଆସୁଥିବା ବ୍ରାଉନ ସୁଗାର ବି ଓଡ଼ିଶାକୁ ଆସିବା ମୁସ୍କିଲ ହୋଇଗଲା l ତେଣୁ ବାପି ଜଳେଶ୍ଵର ଓ ନୀଳଗିରିରୁ ବ୍ରାଉନ ସୁଗାର ଆଣି ଗତ ଦୁଇ ମାସ ହେଲା ଅଜୟ ଓ ବିଭୂତିଙ୍କ ମାଧ୍ୟମରେ ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ, ପିପିଲି ଓ ନୟାଗଡକୁ ସପ୍ଲାଇ କରୁଥିଲା ବୋଲି ପୋଲିସ୍ ଖବର ପାଇଛି l
ଲକଡାଉନ ଯୋଗୁଁ ଗୋଟିଏ ଗୋଟିଏ ପୁଡ଼ିଆ ଯାହା ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହୁଏ ତାହା ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି କରୁଥିଲା ବାପି l ଅଜୟ ଓ ବିଭୂତି ଭଳି ଆହୁରି କିଛି ଏଜେଣ୍ଟ ଅଛନ୍ତି ଯେଉଁମାନେ ବାପି ମଙ୍ଗରାଜ ପାଇଁ ବ୍ରାଉନ ସୁଗାର ବେପାର କରୁଥିବା କହିଛନ୍ତି ଡିଆଇଜି ଜୟ ନାରାୟଣ ପଙ୍କଜ l

ଜବତ ହୋଇଥିବା ୧ କେଜି ୧୨ ଗ୍ରାମ ଓଜନର ବ୍ରାଉନ ସୁଗାର
ବାପିର ଲିଙ୍କରେ ଅଛନ୍ତି ୧୦ରୁ ଅଧିକ ଏଜେଣ୍ଟ ଓ ରିଟେଲର l ବାପି ଧରା ହେଲେ ପୂରା ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇପାରିବ ବୋଲି ଆଶା ରଖିଛି STF ଟିମ l
ବେଆଇନ ଡ୍ରଗ୍ସ କାରବାର ବିରୋଧରେ ୨୦୨୦ ଜାନୁଆରୀରୁ STF ଆରମ୍ଭ କରିଥିବା ସ୍ପେଶାଲ ଡାଇଭରେ ଆଜି ପର୍ଯ୍ୟନ୍ତ ୧୮ଟି ମାମଲା ରୁଜୁ କରି ୩୬ ଜଣ ବ୍ରାଉନ ସୁଗାର ଏଜେଣ୍ଟ ଓ ଡିଲରଙ୍କୁ ଗିରଫ କରାଯାଇଛି l ଏହି ଛଅ ମାସ ମଧ୍ୟରେ ଜବତ କରାଯାଇଛି ୭ କେଜି ୭୬୮ ଗ୍ରାମର ବ୍ରାଉନ ସୁଗାର l ଏହା ଡ୍ରଗ୍ସ କାରବାର ବିରୋଧରେ STFର ବଡ଼ ସଫଳତା l
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।ଏହା ବି ପଢ଼ନ୍ତୁ: ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।