ସମ୍ବଲପୁରରେ ଶୀତଳ ଷଷ୍ଠୀ: ଶିବପାର୍ବତୀ ବିବାହ ପାଇଁ ସହରର ଅନ୍ୟ ଦେବାଦେବୀଙ୍କୁ ଗୁଆଗୁଣ୍ଡା

ମନ୍ଦିର ଭିତରେ ମହାପ୍ରଭୁ ନୃସିଂହଙ୍କ ଆଳତି ଓ ରୀତିନୀତି ସମ୍ପନ୍ନ ହେବା ପରେ ପୂଜକ ଓ ପଡ଼ା ପ୍ରତିନିଧି ସହରର ବିଭିନ୍ନ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଗୁଆଗୁଣ୍ଡା ଦେଇ ନିମନ୍ତ୍ରଣ କରିଥିଲେ ।

ସମ୍ବଲପୁରରେ ଶୀତଳ ଷଷ୍ଠୀ: ଶିବପାର୍ବତୀ ବିବାହ ପାଇଁ ସହରର ଅନ୍ୟ ଦେବାଦେବୀଙ୍କୁ ଗୁଆଗୁଣ୍ଡା
ମନ୍ଦିର ଭିତରେ ମହାପ୍ରଭୁ ନୃସିଂହଙ୍କ ଆଳତି ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ସମ୍ବଲପୁର ସହରର ଅନ୍ୟ ଦେବାଦେବୀଙ୍କୁ ଗୁଆ ଗୁଣ୍ଡା ଦେଇ ନିମନ୍ତ୍ରଣ ଦେଲେ ଭଗବାନ ନୃସିଂହ । ସମ୍ବଲପୁରର ପ୍ରସିଦ୍ଧ ଶିତଳଷଷ୍ଠୀ ଯାତ୍ରାରେ ଶିବ ପାର୍ବତୀଙ୍କ ବିବାହ ପାଇଁ ଆସନ୍ତା ୨୭ ତାରିଖ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟ ସଂପନ୍ନ କରିଥିଲେ ନୃସିଂହ ଭଗବାନ ।

ରବିବାର ସନ୍ଧ୍ୟାରେ ମହାପ୍ରଭୁ ନୃସିଂନାଥଙ୍କୁ ମନ୍ଦିର ଭିତରେ ପୂଜାର୍ଚ୍ଚନା କରାଯିବା ସହ ଲକଡାଉନ ଯୋଗୁଁ ଏଥର ରଥାରୁଢ଼ କରାଯାଇ ନ ଥିଲା । ମନ୍ଦିର ଭିତରେ ମହାପ୍ରଭୁ ନୃସିଂହଙ୍କ ଆଳତି ଓ ରୀତିନୀତି ସମ୍ପନ୍ନ ହେବା ପରେ ପୂଜକ ଓ ପଡ଼ା ପ୍ରତିନିଧି ସହରର ବିଭିନ୍ନ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଗୁଆଗୁଣ୍ଡା ଦେଇ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ ।

‘‘ନନ୍ଦପଡ଼ା ବମ୍ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ବିବାହରେ ପ୍ରଭୁ ନୃସିହନାଥ ପ୍ରତି ବର୍ଷ ରଥାରୁଢ ହୋଇ ଯାକ ଜମକରେ ବାଜାଧ୍ବଜା ସହ ନଗର ପରିକ୍ରମା କରି ବିଭିନ୍ନ ମନ୍ଦରକୁ ଯାଇ ଗୁଆ ଗୁଣ୍ଡା ଦେଇ ନିମନ୍ତ୍ରଣ କରିଥାନ୍ତି । ହେଲେ ଏ ବର୍ଷ ମହାମାରୀ କରୋନା ପ୍ରଭାବ ଓ କଟକଣା ଯୋଗୁଁ ସେ ସବୁ କରାଗଲା ନାହିଁ । କେବଳ ପୁଜକ ଓ ଯାତ୍ରା କମିଟି ସଦସ୍ୟଙ୍କ ଦ୍ବାରା ଅନ୍ୟ ଦେବାଦେବୀ ମନ୍ଦରକୁ ଯାଇ ଗୁଆଗୁଣ୍ଡା ଅର୍ପଣ ପୂର୍ବକ ନିମନ୍ତ୍ରଣ ଦିଆଗଲା,’’ କହିଛନ୍ତି ନନ୍ଦପଡାର ବରଷ୍ଠ ନାଗିରିକ ଗୋଲକ ବିହାରୀ ମିଶ୍ର ।

ଶିବ ପାର୍ବତୀଙ୍କ ବିବାହ ପାଇଁ ଆସନ୍ତା ୨୭ ତାରିଖ ଲଗ୍ନ ଧାର୍ଯ୍ୟ ହୋଇଛି ।


ପରମ୍ପରା ଅନୁଯାୟୀ ନନ୍ଦପଡା ବଂବରାଡ ବାଲୁଙ୍କେଶ୍ବର ବାବାଙ୍କର ବିବାହ କାର୍ଯ୍ୟରେ ମହାପ୍ରଭୁ ନୃସିଂହ ଦେବ ନିମନ୍ତ୍ରଣ କରିବାର ବିଧି ରହିଛି । ଅନ୍ୟ ପଡାମାନଙ୍କରେ ହନୁମାନ ଦେବ ନିମନ୍ତ୍ରଣ କରୁଥିବା ବେଳେ ନନ୍ଦପଡାରେ ଭଗବାନ ନୃସିଂହ ସହରର ଅନ୍ୟ ମନ୍ଦିରକୁ ଯାଇ ଗୁଆଗୁଣ୍ଡା ଦେଇଥାନ୍ତି । ଏହାକୁ ନୃସିଂହ ନିଉତା ବୋଲି କୁହାଯାଇଥାଏ ବୋଲି ନନ୍ଦପଡା ଶିତଳଷଷ୍ଠୀ ଯାତ୍ରା ପୂଜକ ପଣ୍ଡିତ ଶଶାଙ୍କ ଶେଖର ମିଶ୍ର କାହିଛନ୍ତି ।

ଏ ବର୍ଷ ଲକଡାଉନ ଯୋଗୁଁ କେବଳ ବିଧି ରକ୍ଷା ପାଇଁ  ରୀତନୀତି ପାଳନ କରାଯାଉଥିବା ବେଳେ ସାମାଜିକ ଦୂରତ୍ବ ବଜାୟ ରଖି ସମସ୍ତ ନୀତି ସମ୍ପନ୍ନ କରାଯାଇଥିଲା ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 6:51 PM IST
corona virus btn
corona virus btn
Loading