ରଜର ସ୍ୱାଦିଷ୍ଟ ପରମ୍ପରା ଜାରି ରହିବ: ଗୋଟିଏ କଲ୍‌ରେ ଆପଣଙ୍କ ଘରେ ପହଞ୍ଚିବ ସୁସ୍ୱାଦୁ ପିଠା

ଯେଉଁମାନେ ରଜ ପିଠା ଚାହିଁବେ ସେମାନେ OTDCର ତିନୋଟି ମୋବାଇଲ୍ ଫୋନ୍ ନମ୍ବରରେ କଲ୍ କରି ମନ ମୁତାବକ ପିଠା ମଗାଇ ପାରିବେ । ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲାରେ ଥିବା ପାନ୍ଥନିବାସରେ ବି ରଜ ପିଠା ବିକ୍ରି ହେବ ।

ରଜର ସ୍ୱାଦିଷ୍ଟ ପରମ୍ପରା ଜାରି ରହିବ: ଗୋଟିଏ କଲ୍‌ରେ ଆପଣଙ୍କ ଘରେ ପହଞ୍ଚିବ ସୁସ୍ୱାଦୁ ପିଠା
ରଜ ପିଠା ଓ (ଡାହାଣ) ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର
  • News18 Odia
  • Last Updated: June 12, 2020, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗଣ ପର୍ବ ରଜ ଆସିଲେ ଚଳଚଞ୍ଚଳ ହୁଏ ଗାଁରୁ ସହର । ଗଛରେ ଲାଗେ ଭଳିକି ଭଳି ଦୋଳି । ପୋଡପିଠା ଆଉ ରଜ ପାନ ସହ ଜମେ ତାସ ଖେଳର ଆସର। ପିଲାରୁ ବୁଢ଼ା ସମସ୍ତେ ଏହି ଗଣ ପର୍ବରେ ସାମିଲ ହୁଅନ୍ତି । ସଜବାଜରୁ ବସୁମତୀ ସ୍ନାନ ଯାଏ ପାଞ୍ଚ ଦିନ ଧରି ଜମେ ରଜର ଆସର । ରାଜଧାନୀ ଭୁବନେଶ୍ବରରେ ବି ବେଶ ଜମେ ରଜର ଆସର। ସହରବାସୀଙ୍କୁ ଗାଁର ଅନୁଭୂତି ଦେବାକୁ ପ୍ରୟାସ କରନ୍ତି ଅନେକ ସଙ୍ଗଠନ। ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ରଜ ମଉଜ । ହେଲେ ଏ ଥର ନାଁ ଲାଗିବ ଦୋଳି, ନାଁ ଜମିବ ତାସ୍‌ ଖେଳ ବା ଲୁଡୁର ଆସର। ରଜକୁ ଫିକା କରିଛି କରୋନା ମହାମାରୀ। ସାମାଜିକ ଦୂରତ୍ୱ ପାଇଁ ଗଣ ସମାବେଶ ଉପରେ ଲାଗିଛି କଟକଣା ।

ଏ ଥର ଦୋଳି ଲାଗିବନି କି ଜନ ସମାବେଶ ହେବନି, କିନ୍ତୁ ପରମ୍ପରା ବଜାୟ ରହିବ। ଏନେଇ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ‘‘ଭଗବାନଙ୍କ ଉଦ୍ଦେଶ୍ୟରେ କେବଳ ଗୋଟିଏ ଦୋଳି ଲଗାଯିବ। ଆଉ ଲୋକଙ୍କ ପାଖରେ ପହଞ୍ଚିଯିବ ରଜ ପୋଡ଼ପିଠା । ଏ ନେଇ ଆରମ୍ଭ ହୋଇଛି ପିଠା ହୋମ ଡେଲିଭରି। ଶନିବାର ଓ ରବିବାର ଦୁଇ ଦିନ ସଟଡାଉନକୁ ନଜରରେ ରଖି ଜୁନ ୧୩ ଓ ୧୪ ତାରିଖ ଦୁଇ ଦିନ ପିଠା ହୋମ ଡେଲିଭରି କରାଯିବ। ଦୁଇ ଦିନର ସଟଡାଉନ୍ ମଧ୍ୟରେ ଯେଉଁମାନେ ରଜ ପିଠା ଚାହିଁବେ ସେମାନେ ଆମର ଫୋନ୍ ନମ୍ବର ୯୦୭୮୮୮୫୫୧୬ , ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭କୁ ଫୋନ୍ କରି ସେମାନଙ୍କ ଇଚ୍ଛା ମୁତାବକ ପିଠା ମଗାଇ ପାରିବେ,’’ କହିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

ଓଟିଡିସି କାର୍ଯ୍ୟାଳୟ ପରିସରରେ ଏକ ରଜ-ପୂର୍ବ ସମାବେଶରେ ଶ୍ରୀମୟୀ ମିଶ୍ର ଓ କେତେକ ଅଧିକାରୀ


ସେହି ପରି ୧୫ରୁ ୧୭ ତାରିଖ ମଧ୍ୟରେ ‘ପିଠା ଅନ୍ ହ୍ୱିଲ୍’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନ ଯଥା ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ୍ ଛକ ଓ ନିଳାଦ୍ରୀ ବିହାର ଛକ ନିକଟରେ ପିଠା ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି । ଏ ନେଇ ଛଅଟି ଗାଡ଼ି ନିୟୋଜିତ କରାଯିବ। ଛକକୁ ଛକ ବୁଲି ଗାଡ଼ି ପିଠା ବିକିବ। ପୋଡ଼ ପିଠା, ମଣ୍ଡା, କାକରା, ଚନ୍ଦ୍ରକାନ୍ତି ଓ କ୍ଷୀରଗଜା ଭଳି ବିଭିନ୍ନ ପ୍ରକାର ପିଠା ଉପଲବ୍ଧ ହେବ। କଟକ ଓ ସମ୍ବଲପୁର ସହରରେ ମଧ୍ୟ ଲୋକମାନଙ୍କ ସୁବିଧା ଓ ଗମନାଗମନକୁ ଦୃଷ୍ଟିରେ ରଖି ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ଯୋଗାଇ ଦିଆଯିବ ବୋଲି ଓଟିଡିସି ଅଧ୍ୟକ୍ଷା କହିଛନ୍ତି।

‘‘ଏସବୁ ବ୍ୟତୀତ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସଗୁଡ଼ିକରେ ରଜ ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲା ରହିବ । ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ କଟକଣା ପାଳନ କରି ଗ୍ରାହକମାନେ ଏ ସବୁ କାଉଣ୍ଟରରୁ ରଜ ପିଠା କ୍ରୟ କରିପାରିବେ,’’ କହିଛନ୍ତି ଓଟିଡିସି ଅଧ୍ୟକ୍ଷା ।

ରଜ ପାଇଁ ଶୁକ୍ରବାର ଗୋଟିଏ ଦିନ ପାଇଁ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ ଟା ଯାଏ ମାର୍କେଟ ସବୁ ଖୋଲା ରହିଥିବାରୁ ଲୋକେ ସପିଙ୍ଗ୍‌ କରିବାକୁ ସୁଯୋଗ ପାଇଛନ୍ତି । କିନ୍ତୁ ବହୁ ସ୍ଥାନରେ ଭିଡ଼ ହୋଇଥିବାରୁ ଓ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ନ ଥିବାରୁ ଲୋକଙ୍କୁ ଫାଇନ୍‌ ବି ଦେବାକୁ ପଡ଼ିଛି ।

ନିଜ ସୁରକ୍ଷା ପାଇଁ ଭିଡ଼ ଜାଗାକୁ ନ ଯିବାକୁ ରାଜଧାନିବାସୀଙ୍କୁ ଅନୁରୋଧ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବ୍ୟବସାୟୀମାନଙ୍କୁ ବି ସେ ସଚେତନ କରାଇ କହିଛନ୍ତି ଯେ ସେମାନେ ବ୍ୟବସାୟ ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗ୍ରାହକଙ୍କୁ ଅନୁରୋଧ କରିବା ଉଚିତ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 11:54 PM IST
corona virus btn
corona virus btn
Loading