News18 Odia Digital
ଭୁବନେଶ୍ୱର: ସଟଡାଉନ ବେଳେ ଦୁଇ ଦିନ ହୋମ ଡେଲିଭରି କରିବା ପରେ ଏବେ ଓଟିଡିସି ପକ୍ଷରୁ ରଜ ସଂକ୍ରାନ୍ତିରେ ଆରମ୍ଭ ହୋଇଛି ‘ପିଠା ଅନ ହୁଇଲ୍’ କାର୍ଯ୍ୟକ୍ରମ । ସହରର ଛଅଟି ଛକ – ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ୍ ଛକ ଓ ନିଳାଦ୍ରୀ ବିହାର ଛକ – ନିକଟରେ ପିଠା ଉପଲବ୍ଧ ହୋଇଛି ।
ଏଥି ପାଇଁ ଓଟିଡିସି ଛଅଟି ଗାଡ଼ି ନିୟୋଜିତ କରିଛି । ଛକକୁ ଛକ ବୁଲି ଏହି ଗାଡ଼ି ସବୁ ପିଠା ବିକିବା ଆରମ୍ଭ କରିଛନ୍ତି । ପୋଡ଼ ପିଠା, ମଣ୍ଡା, କାକରା, ଚନ୍ଦ୍ରକାନ୍ତି ଓ କ୍ଷୀରଗଜା ଭଳି ବିଭିନ୍ନ ପ୍ରକାର ପିଠା ଉପଲବ୍ଧ ହୋଇଛି। ତେବେ ‘ପିଠା ଅନ ହୁଇଲ୍’ ଗାଡ଼ିରେ କେବଳ ପିଠା ଝୁଡ଼ି ବିକ୍ରି କରାଯାଉଛି । ଗୋଟିଏ ଝୁଡ଼ିରେ ଭଳିକି ଭଳି ପିଠା ରହିଛି । ଛୋଟ ଝୁଡ଼ି ଦାମ ୧୩୦ ଟଙ୍କା ଥିବା ବେଳେ ବଡ଼ ଝୁଡ଼ିର ଦାମ ୩୦୦ ଟଙ୍କା ରହିଛି ।
‘‘କରୋନା କଟକଣା ଭିତରେ ଲୋକଙ୍କ ପାଖରେ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର ପିଠା ପହଞ୍ଚାଇବା ଉଦେଶ୍ୟରେ ଏଭଳି ପ୍ରୟାସ କରାଯାଇଛି । ଦୁଇ ଦିନର ସଟଡାଉନ ବେଳେ ୪୦୦ ପରିବାରରୁ ପିଠା ହୋମ ଡେଲିଭରି ପାଇଁ ଅର୍ଡର ଆସିଥିଲା । ଦୁଇ ଦିନରେ ୩ ଲକ୍ଷ ଟଙ୍କାର ପିଠା ବିକ୍ରି ହୋଇଛି । ତେଣୁ ଏବେ ‘ପିଠା ଅନ ହୁଇଲ୍’ ମଧ୍ୟ ଲୋକଙ୍କ ପାଖରେ ବେଶ ଆଦୃତ ହେଉଛି,’’ କହିଛନ୍ତି ଓଟିଡିସି ମାର୍କେଟିଙ୍ଗ ମ୍ୟାନେଜର ଡକ୍ଟର ଆଲୋକ ରଞ୍ଜନ ମିଶ୍ର ।

ପୋଡ଼ ପିଠା, ମଣ୍ଡା, କାକରା, ଚନ୍ଦ୍ରକାନ୍ତି ଓ କ୍ଷୀରଗଜା ଭଳି ବିଭିନ୍ନ ପ୍ରକାର ପିଠା ଉପଲବ୍ଧ ହୋଇଛି ।
ଭୁବନେଶ୍ୱର ସମେତ କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସଗୁଡ଼ିକରେ ରଜ ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲା ରହିଛି । ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱର କଟକଣା ପାଳନ କରି ଗ୍ରାହକମାନେ ଏ ସବୁ କାଉଣ୍ଟରରୁ ରଜ ପିଠା କ୍ରୟ କରିଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ଓଟିଡିସିର ଏଭଳି ପ୍ରୟାସକୁ ରାଜ୍ୟର ଲୋକେ ସ୍ୱାଗତ କରିଛନ୍ତି ।
‘‘ରଜ ଆମ ଓଡ଼ିଆ ଘରର ପର୍ବ । ଏହି ସମୟରେ ଘରେ ଘରେ ପିଠା ହୁଏ। କିନ୍ତୁ ପାନ୍ଥନିବାସ ପିଠାର ସ୍ୱାଦ ଟିକିଏ ଅଲଗା। ସେଥି ପାଇଁ ପ୍ରତି ବର୍ଷ ଆମେ ଏଠୁ ପିଠା କିଣିଥାଉ,’’ କହିଛନ୍ତି ୟୁନିଟ-୯ ବାସିନ୍ଦା ବିଷ୍ଣୁଚରଣ ପରିଡ଼ା । ଶହିଦ ନଗର ବାସିନ୍ଦା ଶୁଭଶ୍ରୀ କହିଛନ୍ତି: ‘‘ପାନ୍ଥନିବାସ ପିଠା ବହୁତ ଭଲ ଲାଗେ । ତା’ ଛଡ଼ା ପିଠା ଝୁଡ଼ି କାହାକୁ ଉପହାର ଦେବାକୁ ଭଲ ହେଇଛି । ତେଣୁ ସବୁ ବର୍ଷ ମୁଁ ଏଠୁ ପିଠା ନିଏ । ଆଉ ଏଥର ‘ପିଠା ଅନ ହୁଇଲ’ ଉଦ୍ୟମ ବେଶ ପ୍ରଶଂସନୀୟ ।’’
ରଜ ଆସିଲେ ଚଳଚଞ୍ଚଳ ହୁଏ ଗାଁ ରୁ ସହର। ଗଛରେ ଲାଗେ ଭଳିକି ଭଳି ଦୋଳି। ପୋଡ଼ ପିଠା ଓ ରଜ ପାନ ସହ ଜମେ ତାସ୍ ଖେଳର ଆସର । ପିଲାରୁ ବୁଢ଼ା ସମସ୍ତେ ଏହି ଗଣ ପର୍ବରେ ସାମିଲ ହୁଅନ୍ତି। ସଜବାଜରୁ ବସୁମତୀ ସ୍ନାନ ଯାଏ ପାଞ୍ଚ ଦିନ ଧରି ଜମେ ରଜର ଆସର । ରାଜଧାନୀ ଭୁବନେଶ୍ବରରେ ବି ବେଶ ଜମେ ରଜର ଆସର। ସହରବାସୀଙ୍କୁ ଗାଁର ଅନୁଭୂତି ଦେବାକୁ ପ୍ରୟାସ କରନ୍ତି ଅନେକ ସଂଗଠନ। ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ରଜମଉଜ । ହେଲେ ଏଥର କରୋନା ମହାମାରୀ ପାଇଁ ଫିକା ପଡିଛି ରଜ ଉତ୍ସବ । ଉତ୍ସବ ପାଳନ ହୋଇନି, କିନ୍ତୁ ଲୋକଙ୍କ ପାଖରେ ପିଠା ପହଞ୍ଚାଇବାକୁ ପ୍ରୟାସ କରିଥିବାରୁ ଓଟିଡିସିକୁ ମିଳିଛି ଅନେକ ସାଧୁବାଦ ।
ଏହା ବି ପଢ଼ନ୍ତୁ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।