ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା: ଓଡ଼ିଆ ଖାଦ୍ୟ ରୋଷେଇ କରନ୍ତୁ, ଆଉ ପୁରସ୍କାର ଜିତନ୍ତୁ

‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା: ଓଡ଼ିଆ ଖାଦ୍ୟ ରୋଷେଇ କରନ୍ତୁ, ଆଉ ପୁରସ୍କାର ଜିତନ୍ତୁ

ପ୍ରତିଯୋଗୀମାନଙ୍କୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓକୁ ହ୍ୱାଟସଆପ୍ ନମ୍ବର ବା ଇମେଲ୍ ଆଇଡିରେ ପଠାଇବାକୁ ପଡ଼ିବ । ରେଜିଷ୍ଟେସନ କରିବାର ଶେଷ ତାରିଖ ଜୁନ୍ ୨୭ ।

‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା: ଓଡ଼ିଆ ଖାଦ୍ୟ ରୋଷେଇ କରନ୍ତୁ, ଆଉ ପୁରସ୍କାର ଜିତନ୍ତୁ
ଏହି ପ୍ରତିଯୋଗିତା ଘୋଷଣା ଅବସରରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଜନିତ ଲକଡାଉନ୍ ଅବଧିରେ ଅନେକ ମହିଳା ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ନିଜ ପରିଜନଙ୍କୁ ଖୁଆଇବା ସହ ତା’ର ଛବି ସୋଶିଆଲ ମିଡିଆରେ ଅପଲୋଡ୍ କରୁଥିବା ଦେଖାଯାଉଛି । ଏଭଳି ରୋଷେଇ ମାଧ୍ୟମରେ ସେମାନେ ନିଜ ଲୁକ୍କାୟିତ ପ୍ରତିଭାକୁ ଉପସ୍ଥାପିତ କରୁଥିବା ବେଳେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାରର ଅଧିକ ପ୍ରଚାର ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏକ ନୂଆ ପ୍ରତିଯୋଗିତା “ଆମ ଘର ଆମ ହାଣ୍ଡିଶାଳ’’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ରୋଷେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ନିଜର ନାମ, ଠିକଣା, ଇ-ମେଲ୍ ଆଇଡି, ଫୋନ୍ ନମ୍ବର ଓ ନିଜର ଏକ ଫଟୋ ସହ ପ୍ରସ୍ତୁତ କରୁଥିବା ଖାଦ୍ୟ (ରେସିପି)ର ନାଁ, ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓକୁ ହ୍ୱାଟସଆପ୍ ନମ୍ବର ୮୨୬୦୬୩୮୩୩୧, ୮୨୬୦୬୪୧୬୧୧ କିମ୍ବା ଇ-ମେଲ୍ ଆଇଡି otdcho@gmail.com କୁ ପଠାଇବାକୁ ପଡ଼ିବ ବୋଲି କହିଛନ୍ତି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ଯାଦବ ।

ଏଥି ପାଇଁ ରେଜିଷ୍ଟେସନ କରିବାର ଶେଷ ତାରିଖ ଜୁନ୍ ୨୭ତାରିଖ ରହିଛି । ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି ।

‘‘ଓଟିଡିସି ପକ୍ଷରୁ ଠିକ୍ ସମୟରେ ଏକ ଭଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହିଳାମାନେ ନିୟମିତ ଭାବେ ନିଜ ଘରେ ରୋଷେଇ କରୁଛନ୍ତି, କିନ୍ତୁ ପ୍ରତିଯୋଗୀ ଭାବେ ରୋଷେଇ କରିବା, ଆଉ ତାହା ପୁଣି ପାରମ୍ପରିକ ଓଡ଼ିଆ ଖାଦ୍ୟ, ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହେବ। ଏହି ପ୍ରତିଯୋଗିତା ଆମ ଓଡ଼ିଆ ଖାଦ୍ୟ ସମ୍ଭାରର ପ୍ରଚାର ପ୍ରସାରରେ ଅଧିକ ସହାୟକ ହୋଇପାରିବ ବୋଲି ଆଶା କରୁଛି,’’ ଏହି ପ୍ରତିଯୋଗିତାକୁ ମଙ୍ଗଳବାର ଦିନ ଶୁଭାରମ୍ଭ କରି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ


ଶୁଭାରମ୍ଭ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ଆର. ଯାଦବ ଉପସ୍ଥିତ ଥିଲେ ।

ନିଗମ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ମୁଖ୍ୟତଃ ପାରମ୍ପରିକ ଓଡ଼ିଆ ଖାଦ୍ୟ ସମ୍ଭାରକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଓ ମହିଳାମାନଙ୍କୁ ସେମାନଙ୍କର ରୋଷେଇ ଦକ୍ଷତାକୁ ପ୍ରତିପାଦନ ନିମନ୍ତେ ଏକ ପ୍ଲାଟଫର୍ମ ଦେବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରିଛି । ‘‘ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ଖାଦ୍ୟସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଯେକେହି ଭାଗ ନେଇ ପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ,’’ ସେ କହିଛନ୍ତି।

ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି ଓଟିଡିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ନିଶ୍ଚିତ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବ। ‘‘ଓଡ଼ିଶା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଟିଡିସି ଦ୍ୱାରା ହେଉଥିବା ଏଭଳି ନୂଆ ନୂଆ କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବ,’’ ସେ କହିଛନ୍ତି ।

ଏହି ପ୍ରତିଯୋଗିତା ପାଇଁ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପ୍ରତିଯୋଗୀଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ । ସମସ୍ତ ପ୍ରତିଯୋଗୀଙ୍କ ଖାଦ୍ୟ ପ୍ରସ୍ତୁତି ବେଳର ଭିଡିଓ ଓ ରେସିପି ମଧ୍ୟରୁ ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଏକ ବିଚାରକ ମଣ୍ଡଳୀ ଚୟନ କରିବେ ଓ ସେମାନଙ୍କର ମତାମତ ହିଁ ଚୂଡ଼ାନ୍ତ ହେବ।

ଏହି ସମସ୍ତ ପ୍ରତିଯୋଗୀଙ୍କୁ ‘ଫ୍ରିଡମ୍ ଅଏଲ’ ଓ ‘ରୁଚି କମ୍ପାନୀ’ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ସେହି ସମସ୍ତ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କ ରେସିପି ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲରେ ପ୍ରସାରଣ କରାଯିବ। ଶ୍ରେଷ୍ଠ-୩ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛନ୍ତି ଯାଦବ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 9:04 PM IST