ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଭେଟିରେ ବିରୋଧୀଙ୍କ ମନ ମାନୁନି; କହିଲେ ‘‘ଖାଲି ବାହାନା’’

ବିରୋଧୀ ଦଳ କଂଗ୍ରେସ, ବିଜେପି ଓ ବାମ ଦଳମାନେ ରାଜ୍ୟ ସରକାରଙ୍କ ଆଗାମୀ ୧୦ ମାସରେ ରୋଜଗାର ସୃଷ୍ଟି ପାଇଁ ୧୭,୦୦୦ କୋଟି ଟଙ୍କାର ପ୍ୟାକେଜକୁ ଫମ୍ପା ପ୍ରତିଶୃତି ବୋଲି କହିଛନ୍ତି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବିଜେଡି ସରକାରର  ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଭେଟି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ୧୭ ହଜାର କୋଟି ଟଙ୍କାର ପ୍ୟାକେଜ ହେଉ ବା କୃଷି କ୍ଷେତ୍ରର ବିକାଶ ପାଇଁ ତିନିଟି ଅଧ୍ୟଦେଶକୁ କ୍ୟାବିନେଟ ଅନୁମୋଦନ ହେଉ, ସବୁକୁ ନେଇ ଅନେକ ଅଭିଯୋଗ ଉଠାଇଛନ୍ତି ବିରୋଧୀ ଦଳମାନେ ।

‘‘ସରକାର କାହିଁକି ଭାଗ ଚାଷୀ ଆଇନ ଆଣୁ ନାହାନ୍ତି? ଏହି ଆଇନ ଆଣିବା ପାଇଁ ଦୁଇ ଦୁଇ ଥର ସରକାର କହିସାରିଥିବା ସତ୍ତ୍ୱେ ଏହା ଲାଗୁ ହୋଇନାହିଁ । ଏ ସବୁ ଖାଲି ବାହାନା । ଏ ସବୁ ଛାଡ଼ି ସରକାର ଚାଷୀ ସମସ୍ୟାକୁ ଗୁରୁତ୍ୱ ଦେବା ଉଚିତ,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି: ‘‘୧୭ ହଜାର କୋଟି ନୁହେଁ, ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା କଲେ ବି ଚାଷୀଙ୍କ କିଛି ଉନ୍ନତି ହେବ ନାହିଁ । କାଗଜ ପତ୍ରରେ ଚାଷ ହେଉଛି । ଚାଷିଙ୍କ ପାଖରେ ପହଞ୍ଚିପାରୁନି ସହାୟତା । ଲୋକ ବିଲଡର ପାଖରେ ଚାଷ ଜମି ବିକ୍ରି କରି ରୋଜଗର ପାଇଁ ସହରମୁହାଁ ହେଉଛନ୍ତି । ଗତ ୨୦ ବର୍ଷ ଭିତରେ ଗୋଟିଏ ବି ଚାଷୀ ଲାଭବାନ ହୋଇ ନାହାନ୍ତି ।’’

ବିଜେଡି ସାଂସଦ ସୁବାସ ସିଂ


କଣ୍ଟ୍ରାକ୍ଟ ଫାରମିଙ୍ଗ  ଅଧ୍ୟଦେଶକୁ କ୍ୟାବିନେଟ ଅନୁମୋଦନ ସମ୍ପର୍କରେ ଓଡ଼ିଶା କୃଷକ ସମାଜର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି: ‘‘ଠିକା ଚାଷ ବା କମ୍ପାନୀ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଅଧ୍ୟାଦେଶ ଅଣାଯାଇଛି । ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଦେଇ ଭାଗ ଚାଷୀଙ୍କ ଅଧିକାର ପାଇଁ ଏକ ଆଇନ ପ୍ରଣୟନ କରିବା ନିମନ୍ତେ ଦୀର୍ଘ ଦିନ ଧରି କୃଷକ ସଙ୍ଗଠନ ମାନେ ଦାବି କରି ଆସୁଥିଲେ, ମାତ୍ର ସରକାର ଏହି ଖୁଦ୍ର ଓ ଭାଗ ଚାଷୀଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରି କମ୍ପାନୀ ହାତରେ ଚାଷକୁ ଟେକିଦେବା ପାଇଁ ଆଇନ ଆଣିଛନ୍ତି । ଏହା ଦ୍ବାରା  ଲକ୍ଷ ଲକ୍ଷ ଭାଗ ଚାଷୀ ପାରମ୍ପରିକ ଭାବେ କରିଆସୁଥିବା ଚାଷ ଭଳି ବେଉସା ଓ ଜୀବିକକୁ ହରାଇ ସମ୍ପୂର୍ଣ୍ଣ ଭାବେ ବେସାହାରା ହୋଇ ଯିବେ ।’’

ଏ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନ ବାଣର ଉତ୍ତର ଦେଇଛନ୍ତି  ବିଜେଡି ମୁଖପତ୍ର ତଥା ସାଂସଦ ସୁବାସ ସିଂ। ‘‘ମହାମାରୀ ମୁକାବିଲା ସାଙ୍ଗକୁ ଅର୍ଥନୀତି ବିକାଶ ଦିଗରେ ମୁଖ୍ୟ ମନ୍ତ୍ରୀ ଅହରହ ଉଦ୍ୟମ କରୁଛନ୍ତି । କିଭଳି ଅଧିକ କର୍ମ ନିଯୁକ୍ତି ସୃଷ୍ଟି ହେବ ତାହା ଉପରେ ଦୃଷ୍ଟି ଦିଆଯାଇଛି । ପଞ୍ଚାୟତି ରାଜ ବ୍ୟବସ୍ଥାକୁ ସଶକ୍ତ କରାଯାଇଛି । ଆଜିର ଦିନ ମୂଲ୍ୟାୟନର ସମୟ ନୁହେଁ । ବିକାଶକୁ ଆଗକୁ ନେବା ସବୁ ଠାରୁ ବଡ଼ ଆହ୍ୱାନ । ସମସ୍ତେ ଏହାକୁ ମିଳିତ ଭାବେ ମୁକାବିଲା କରିବା ଦରକାର ।’’

ଗତ କାଲି କ୍ୟାବିନେଟରେ ୨୨ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା ଓ ୧୭ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ସରକାର ।

ଏହା ବି ପଢ଼ନ୍ତୁ:

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: