ଅମନ ଶର୍ମା | News18 Odia Digital
ନୂଆ ଦିଲ୍ଲୀ: ପି.ଏମ୍. କେୟାର୍ସ (PM CARES) ପାଣ୍ଠି ପ୍ରାୟତଃ ବିରୋଧୀ ଦଳମାନଙ୍କ ଟାର୍ଗେଟରେ ରହିଆସିଛି, କିନ୍ତୁ ସେହି ପାଣ୍ଠି ସାହାଯ୍ୟରେ ନିର୍ମିତ ଅମ୍ଳଜାନ ତିଆରି ପ୍ଲାଣ୍ଟଗୁଡି଼କ (Oxygen Generation Plants) ରାଜ୍ୟମାନଙ୍କରେ ନେତାମାନେ ବଡ଼ ଉତ୍ସାହର ସହ ଉଦ୍ଘାଟନ କରିଚାଲିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଗୁରୁବାର ଦିନ ଅନେକ ରାଜ୍ୟ ଓ କେନ୍ଦ୍ର-ଶାସିତ ଅଞ୍ଚଳରେ PM CARES ପାଣ୍ଠିରୁ ନିର୍ମିତ ହୋଇଥିବା ୩୫ଟି ଅମ୍ଳଜାନ କାରଖାନା ଦେଶକୁ ଉତ୍ସର୍ଗ କରିବାର ଦିନକ ପୂର୍ବରୁ ଏହା ସ୍ପଷ୍ଟ ହୋଇଯାଇଥିଲା ।
ଦିଲ୍ଲୀ ଓ ଝାଡ଼ଖଣ୍ଡର ସରକାରମାନେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଦିନେ ପୂର୍ବରୁ ଅମ୍ଳଜାନ କାରଖାନାଗୁଡ଼ିକର ଉଦ୍ଘାଟନ ବୁଧବାର ଦିନ ହିଁ କରିଦେଇଥିଲେ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଏହି ଉଦ୍ଘାଟନ ସମାରୋହରେ ବଡ଼ ଉତ୍ସାହରେ ଭାଗ ନେଇଥିଲେ ।
ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJDର ଭୋଟ୍ ଶେୟାର୍ ବଢ଼ିଲା; BJP ଓ କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭ
“PM CARESକୁ ବାରମ୍ବାର ସମାଲୋଚନା କରିବା ସତ୍ତ୍ୱେ ବିରୋଧୀ ଦଳମାନେ PM CARES ପାଣ୍ଠିରୁ ତିଆରି ହୋଇଥିବା ଅମ୍ଳଜାନ କାରଖାନାକୁ ଉଦ୍ଘାଟନ କରିଛନ୍ତି ଓ ନିଜ ପାଇଁ ଶ୍ରେୟ ନେଇଛନ୍ତି,’’ କହିଛନ୍ତି କେନ୍ଦ୍ର ସରକାରଙ୍କ ଏକ ସୂତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମା’ ମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର
ଏହାର ନମୁନା: ଅକ୍ଟୋବର ୬ ତାରିଖରେ ଦିଲ୍ଲୀ ସରକାରଙ୍କ ଏକାଧିକ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ୨୭ଟି ଅମ୍ଳଜାନ କାରଖାନା ମଧ୍ୟରୁ ୧୪ଟି PM CARES ପାଣ୍ଠିରୁ ନିର୍ମିତ ହୋଇଛି । ଅବଶିଷ୍ଟ ଅନ୍ୟ ଶିଳ୍ପ ସଂସ୍ଥାମାନେ ଦେଇଥିବା ଆର୍ଥିକ ଅନୁଦାନରେ ତିଆରି ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ସୂତ୍ର ନ୍ୟୁଜ୍୧୮କୁ କହିଛନ୍ତି । ଏହି ଉଦ୍ଘାଟନ ସମାରୋହ ପୂର୍ବରୁ ଦିଲ୍ଲୀ ସରକାର ଦେଇଥିବା ବିଜ୍ଞାପନଗୁଡି଼କରେ PM CARES ପାଣ୍ଠିକୁ କୌଣସି ଶ୍ରେୟ ଦିଆଯାଇ ନାହିଁ ବୋଲି ସୂତ୍ରରୁ ପ୍ରକାଶ ।
ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ
‘‘ବୁଧବାର ଦିନ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଅଧିକାଂଶ ଅମ୍ଳଜାନ କାରଖାନା PM CARES ପାଣ୍ଠିର ଅର୍ଥରେ ତିଆରି କରାଯାଇଛି । ରାଜ୍ୟ ସରକାର ଏହି ସଫଳତା ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି,’’ କହିଛନ୍ତି ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ କୁଲଜିତ ସିଂ ଚହଲ । ସେ ଏହି ପ୍ଲାଣ୍ଟଗୁଡି଼କର ଉଦ୍ଘାଟନ ସମାରୋହର କିଛି ଭିଡିଓ ବି ଦେଖାଇଛନ୍ତି ।
ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITR ତଥ୍ୟ ଲିକ୍ ମାମଲା: ପାକିସ୍ତାନରେ ରହି ଫେସବୁକ୍ ଆକାଉଣ୍ଟ୍ ଚଳାଉଥିଲେ ସେହି ଯୁବତୀ
ଝାଡ଼ଖଣ୍ଡରେ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଓ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୁଧବାର ଦିନ PM CARES ପାଣ୍ଠିରୁ ନିର୍ମିତ ହୋଇଥିବା ୨୭ଟି ଅମ୍ଳଜାନ ଉତ୍ପାଦନ କାରଖାନାର ଉଦଘାଟନ କରିଥିଲେ । ଝାଡ଼ଖଣ୍ଡ ସରକାର ଦେଇଥିବା ବିଜ୍ଞାପନରେ ଉଲ୍ଲେଖ କରାଯାଇଛି ଯେ ଏହି ପ୍ଲାଣ୍ଟଗୁଡିକ PM CARES ପାଣ୍ଠିରୁ ତିଆରି ହୋଇଛି । କିନ୍ତୁ ଝାଡ଼ଖଣ୍ଡର ବିରୋଧୀ ଦଳ ବିଜେପି ସୋରେନ୍ ସରକାରଙ୍କୁ ସମାଲୋଚନା କରି କହିଛି ଯେ ପ୍ରଧାନ ମନ୍ତ୍ରୀ ସାରା ଦେଶରେ ଏହି ଅମ୍ଳଜାନ କାରଖାନାଗୁଡ଼ିକୁ ଦେଶ ପାଇଁ ଉତ୍ସର୍ଗ କରିବାର ଦିନେ ପୂର୍ବରୁ ଜାଣି ଶୁଣି ରାଜ୍ୟ ସରକାର ସେଗୁଡ଼ିକର ଉଦ୍ଘାଟନ କରିଥିଲେ ।
ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ହାଇଦର୍ର ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା
ଉତ୍ତରାଖଣ୍ଡରେ ଥିବା AIIMS ଋଷିକେଶରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ଦିନ ପ୍ରଧାନ ମନ୍ତ୍ରୀ ମୋଦି ୩୫ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ PM CARES ପାଣ୍ଠିରେ ନିର୍ମିତ ୩୫ଟି ଅମ୍ଳଜାନ କାରଖାନାକୁ ଉତ୍ସର୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ କହିଥିଲେ, “ଏହା ସହିତ ଦେଶର ସବୁ ଜିଲ୍ଲାରେ ଏବେ ଅମ୍ଳଜାନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।