ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଖୋର୍ଦ୍ଧା ଜିଲ୍ଲାରେ ମଦର ହୋମ୍ ଡେଲିଭରି ଆରମ୍ଭ ହେଲା; ସ୍ୱିଗି ଭଳି ସଂସ୍ଥାମାନେ ଆଣି ଦେଉଛନ୍ତି

ଖୋର୍ଦ୍ଧା ଜିଲ୍ଲାରେ ମଦର ହୋମ୍ ଡେଲିଭରି ଆରମ୍ଭ ହେଲା; ସ୍ୱିଗି ଭଳି ସଂସ୍ଥାମାନେ ଆଣି ଦେଉଛନ୍ତି

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନଲାଇନରେ ମଦ ମିଳିବ । ଶନିବାର ଓ ରବିବାର ସଟଡାଉନରେ ମଦ ଦୋକାନ ବନ୍ଦ ରହିବ । ଅନ୍ୟ ଜିଲ୍ଲା ପାଇଁ ନିଷ୍ପତ୍ତି ଶୀଘ୍ର ହୋଇପାରେ ।

ଖୋର୍ଦ୍ଧା ଜିଲ୍ଲାରେ ମଦର ହୋମ୍ ଡେଲିଭରି ଆରମ୍ଭ ହେଲା; ସ୍ୱିଗି ଭଳି ସଂସ୍ଥାମାନେ ଆଣି ଦେଉଛନ୍ତି
ମଦ ଦୋକାନର କର୍ମଚାରୀମାନେ ମଧ୍ୟ ମଦର ହୋମ୍ ଡେଲିଭରି କରିପାରିବେ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନରେ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କ ଘରେ ମଦ ପହଞ୍ଚୁଛି । ଉଭୟ ଅଫ୍‌-ସପ୍‌ ଓ ଅନ୍‌-ସପ୍‌ ଦୋକାନୀମାନେ ଅନଲାଇନ୍‌ ଜରିଆରେ ମଦ ବିକ୍ରି କରିବା ଆରମ୍ଭ କରିଥିବାରୁ ସୋମବାରଠାରୁ ମଦର ଅନଲାଇନ୍‌ ହୋମ୍‌ ଡେଲିଭରୀ ହେଉଛି । ସ୍ୱିଗି ଭଳି ଅନଲାଇନ୍‌ ଡେଲିଭରି ସଂସ୍ଥାମାନଙ୍କୁ ଲୋକଙ୍କ ଘରେ ମଦ ଡେଲିଭରି କରିବାକୁ ଅନୁମତି ଦିଆଯାଇଛି ।

‘‘ଖୋର୍ଦ୍ଧା ଜିଲ୍ଲାରେ ଲୋକେ ମଦ ଦୋକାନକୁ ନ ଆସି ଅନଲାଇନ୍‌ ଜରିଆରେ ମଦ କିଣି ପାରିବେ । ସରକାରଙ୍କ ଗାଇଡଲାଇନ ଅନୁସାରେ ମଦର ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଛି । ହଜାରେ ଟଙ୍କା ଭିତରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡି଼ବ । ୧ ହଜାର ଟଙ୍କାରୁ ଅଦିକ ମୂଲ୍ୟ ମଦ କିଣିଲେ ୩୦୦ ଟଙ୍କା ପର୍ଯ୍ୟନ୍ତ ଡେଲିଭରି ଚାର୍ଜ ଦେବାକୁ ପଡି଼ବ,’’ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ୍‌ ରାମ ଚନ୍ଦ୍ର ମିଶ୍ର ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ସ୍ୱିଗି ଭଳି ଅନଲାଇନ ସଂସ୍ଥାଗୁଡି଼କ ସହ ମଦ ଦୋକାନର କର୍ମଚାରୀମାନେ ମଧ୍ୟ ମଦର ହୋମ୍‌ ଡେଲିଭରି କରିପାରିବେ ବୋଲି ସେ କହିଛନ୍ତି । ସେଥି ପାଇଁ ମଦ ଦୋକାନୀମାନଙ୍କୁ ସମସ୍ତ ତଥ୍ୟ ଅବକାରୀ ବିଭାଗ ପାଖରେ ଦାଖଲ କରିବାକୁ ପଡ଼ିବ ।

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନଲାଇନରେ ମଦ ମିଳିବ । ଶନିବାର ଓ ରବିବାର ସଟଡାଉନ୍‌ରେ ମଦ ଦୋକାନ ବନ୍ଦ ରହିବ । ଲୋକେ ସରକାରଙ୍କ ୱେବସାଇଟ୍‌ osbc.co.in କୁ ଯାଇ ମଦ ଅର୍ଡ଼ର୍‌ କରିପାରିବେ । କେଉଁ ଡେଲିଭରୀ ସଂସ୍ଥା ଦ୍ୱାରା ମଦ ମଗାଇବେ ତାହା ଗ୍ରାହକ ନିଜେ ଚୟନ କରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ଅଭିନେତା ରାହୁଲ ଭୋରା

‘‘ୱେବସାଇଟ ଛଡ଼ା ଗ୍ରାହକମାନେ ଦୋକାନୀଙ୍କଠାରୁ ଫୋନ୍‌ କଲ୍‌, ଏସ୍‌.ଏମ୍‌.ଏସ୍‌. ଓ ହ୍ୱାଟ୍ସଆପ୍‌ ଜରିଆରେ ମଧ୍ୟ ମଦ ମଗାଇ ପାରିବେ । ଦୋକାନୀମାନେ ନିଜ କର୍ମଚାରୀଙ୍କ ଜରିଆରେ ମଦର ହୋମ ଡେଲିଭରି କରିପାରିବେ । କିନ୍ତୁ ସେ ସବୁ କରିବାକୁ ହେଲେ ଦୋକାନୀମାନଙ୍କୁ ନିଜର ସମସ୍ତ କର୍ମଚାରୀଙ୍କ ତଥ୍ୟ ଅବକାରୀ ବିଭାଗ ପାଖରେ ଦାଖଲ କରିବାକୁ ପଡି଼ବ । ଦୋକାନ ଆଗରେ ଗ୍ରାହକଙ୍କ ଭିଡ଼ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

କରୋନା ମହାମାରୀ କାଳରେ କାହିଁକି ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି  ଖୋର୍ଦ୍ଧା ଜିଲ୍ଲା ମଦ କାଉଣ୍ଟର୍‌ ସଙ୍ଘର ସଭାପତି ପ୍ରଭାତ ଦାଶ ।  ସେ କହିଛନ୍ତି, ‘‘କରୋନା କାଳରେ ମଦ କାଉଣ୍ଟର୍‌ ଖୋଲିବା ଆବଶ୍ୟକ ନ ଥିଲା । ଅଧିକାଂଶ ଷ୍ଟାଫ୍‌ କରୋନାରେ ପୀଡ଼ିତ ଅଛନ୍ତି । ପୁଣି ଏହି ସମୟରେ ମଦ କାରବାର କଲେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ନୂଆ ନିୟମ ଅନୁସାରେ ଏବେ ଦୋକାନଗୁଡିକରେ ମଦ ମହଜୁଦ ନାହିଁ । ତେଣୁ ଏପରି ସ୍ଥଳେ ମଦ ଦୋକାନ ଖୋଲିବାକୁ ସରକାର ଅନୁମତି ଦେବା ଠିକ୍‌ ନ ଥିଲା ।’’

ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

ସରକାରଙ୍କ ଅନୁମତି ମିଳିବା ପରେ ଯେଉଁ ସବୁ କାଉଣ୍ଟରରେ ମଦ ମହଜୁଦ ଅଛି ସେଠାକୁ ସ୍ୱିଗି ଡେଲିଭରି ବୟମାନଙ୍କର ସୁଅ ଛୁଟିଛି । ଡେଲିଭରୀ ବୟ ବିକାଶ କହିଛନ୍ତି, ‘‘ମଦର ଅନଲାଇନ୍‌ ଡେଲିଭରି ଅନୁମତି ମିଳିବା ପରେ ଅଧିକ ଅର୍ଡ଼ର ଆସୁଛି । ବିଶେଷ କରି ବିୟରର ଅଧିକ ଅର୍ଡର ଆସୁଛି । ଦଶ କିଲୋମିଟର ରେଡିଅସ୍‌ ଭିତରେ ମଦ ଡେଲିଭରି କରାଯାଉଛି । ଡେଲିଭରି ବେଳେ କରୋନା ଗାଇଡଲାଇନ୍‌ ମାନିବାକୁ ପଡୁଛି ।’’



ଖୋର୍ଦ୍ଧା ଜିଲ୍ଲାରେ ଅନଲାଇନ୍‌ ହୋମ୍‌ ଡେଲିଭରି ପାଇଁ ଅନୁମତି ମିଳିବା ପରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଜିଲ୍ଲାପାଳମାନେ ସେମିତି କରିବା ଉପରେ ନିଷ୍ପତ୍ତି ନେବେ । ମଦ ଦୋକାନ ଆଗରେ ଭିଡ଼ ଜମିଲେ କିମ୍ବା ଦୋକାନରେ ମଦ ବିକ୍ରି ହେଲେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ସରକାର ।
Published by: Anand ST Das
First published: May 17, 2021, 11:41 PM IST