କଟକରେ ଅନଲାଇନ ମଦ ବିକ୍ରି ଆରମ୍ଭ ହେଲା; ଦୋକାନରେ ପୋଲିସ୍ ମୁତୟନ ହେବେ

ନିଜ ଘର ଠିକଣାରେ ଦାମୀ ମଦ ପହଞ୍ଚାଇବା ପାଇଁ ହ୍ୱାଟ୍ସଆପରେ ଅର୍ଡ଼ର କରିଥିବା ମହିଳାଙ୍କ ପାଖକୁ ମଦ ପଠେଇଲେ ନାହିଁ ବ୍ୟବସାୟୀ । କହିଲେ: ‘‘ତାଙ୍କର ଆଚରଣ ମୋତେ ଠିକ୍ ଲାଗିଲା ନାହିଁ ।’’

କଟକରେ ଅନଲାଇନ ମଦ ବିକ୍ରି ଆରମ୍ଭ ହେଲା; ଦୋକାନରେ ପୋଲିସ୍ ମୁତୟନ ହେବେ
କଟକରେ ଏକ ମଦ ଦୋକାନ ଆଗରେ ଭିଡ଼କୁ ଘଉଡ଼ାଉଛନ୍ତି ପୋଲିସ କର୍ମୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପ୍ରଶାସନ ସହ ଆଲୋଚନା ପରେ କଟକରେ ଅନଲାଇନ ମଦ ବିକ୍ରି ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଅନଲାଇନ ମଦ ବିକ୍ରି ନିର୍ଦ୍ଦେଶକୁ ପାଳନ କରିବାକୁ ଅମଙ୍ଗ ହେଉଥିବା କଟକ ଜିଲ୍ଲା ବିଦେଶୀ ମଦ ବ୍ୟବାସାୟୀ ସଙ୍ଘ ଶେଷରେ ଏଥି ପାଇଁ ରାଜି ହୋଇଛି । ତେବେ ପ୍ରଥମ ଦିନ ମଦ ବିକ୍ରିକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।

ବିଶେଷ କରି କଟକ ମଧୁପାଟଣା ଅଞ୍ଚଳରେ ଥିବା ଏକ ମଦ ଦୋକାନ କରିଥିବା ଜଣେ ବ୍ୟବସାୟୀ ଭିନ୍ନ ପରିସ୍ଥିତିର ସାମ୍ନା କରିଥିଲେ। ବ୍ୟବସାୟୀଙ୍କୁ ହ୍ଵାଟ୍ସଆପ କରି ନିଜ ଘର ଠିକଣାରେ ମଦ ପହଞ୍ଚାଇବା ପାଇଁ ଅନୁରୋଧ କଲେ ଜଣେ ମହିଳା। ବ୍ୟବସାୟୀ ଜଣକ ପ୍ରତି ଉତ୍ତର ନ ଦେବାରୁ ନିଜ ଆଧାର କାର୍ଡ ମଧ୍ୟ ତାଙ୍କୁ ହ୍ଵାଟ୍ସଆପ କରିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟବସାୟୀ ଜଣକ ସମ୍ପୃକ୍ତ ମହିଳାଙ୍କୁ ମଦ ଡେଲିଭରି କରିବାକୁ ମନା କରି ଦେଇଥିଲେ ।

‘‘ବାଦାମବାଡ଼ି ଠିକଣା ଦେଇଥିବା ସେହି ମହିଳା ଜଣକ ମଦ ଡେଲିଭରି ଦେବା ପାଇଁ ମୋତେ ବାରମ୍ବାର ହ୍ଵାଟ୍ସଆପ କରିଥିଲେ। ଏପରିକି ତାଙ୍କ ଆଧାର କାର୍ଡକୁ ମଧ୍ୟ ମୋତେ ପଠାଇ ଦାମୀ ବ୍ରାଣ୍ଡର ୩ ବୋତଲ ମଦ ଅର୍ଡର କରିଥିଲେ। ତାଙ୍କର ଆଚରଣ ମୋତେ ଠିକ ଲାଗିଲା ନାହିଁ । ତେଣୁ ମୁଁ ତାଙ୍କ ଠିକଣାରେ ମଦ ପଠାଇବାକୁ ମନା କରି ଦେଲି,’’ କହିଛନ୍ତି ସମ୍ପୃକ୍ତ ମଦ ବ୍ୟବସାୟୀ ।

କଟକ ଡ଼ିସିପି ଅଖିଲେଶ୍ୱର ସିଂ


ଅନଲାଇନରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଦୁଇ ଦିନ ହେଲା ଅନୁମତି ପ୍ରଦାନ କରିଥିବା ବେଳେ କଟକ ଜିଲ୍ଲାର ମଦ ବ୍ୟବସାୟୀ ଏଥି ପାଇଁ ଅମଙ୍ଗ ହେଉଥିଲେ। କିନ୍ତୁ ଗତ କାଲି କଟକ ଜିଲ୍ଲାପାଳଙ୍କ ସହ ଓ ଆଜି କଟକ ଡିସିପିଙ୍କ ସହ ବୈଠକ ପରେ ନିଜ କର୍ମଚାରୀଙ୍କ ଜରିଆରେ ମଦ ବିକ୍ରି ପାଇଁ ରାଜି ହୋଇଛି ସଙ୍ଘ । ଏଥି ପାଇଁ ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବୁକିଂ ଓ ଦିନ ଗୋଟାଏରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡେଲିଭେରୀ ଦିଆଯିବାର ବ୍ୟବସ୍ଥା ହୋଇଛି ।

‘‘ଜୋମାଟୋ କିମ୍ବା ସ୍ୱିଗୀ ଜରିଆରେ ମଦ ବିକ୍ରି କଲେ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । ସେଥି ପାଇଁ ଆମେ ନିଜ କର୍ମଚାରୀଙ୍କ ଜରିଆରେ ମଦକୁ ହୋମ ଡେଲିଭରି କରିବୁ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଆମେ କେବଳ କଟକ ସହରରେ ଏହାକୁ ଆରମ୍ଭ  କରିବୁ । ପରେ ଜିଲ୍ଲାରେ ଥିବା ସମସ୍ତ ୧୭୨ ଟି ଦୋକାନରେ ଅନଲାଇନରେ ମଦ ବିକ୍ରି କରିବୁ। ପ୍ରତି ଦୋକାନର ୬ରୁ ୭ ଜଣ କର୍ମଚାରୀ ଏଥିପାଇଁ ନିୟୋଜିତ କରିଛୁ,’’ କହିଛନ୍ତି କଟକ ଜିଲ୍ଲା ବିଦେଶୀ ମଦ ବ୍ୟବସାୟୀ ସଙ୍ଘର ସମ୍ପାଦକ ବିରଞ୍ଚି ନାରାୟଣ ସାହୁ।

କଟକ ଡ଼ିସିପି ଅଖିଲେଶ୍ୱର ସିଂ କହିଛନ୍ତି: ‘‘ମଦ ବ୍ୟବସାୟୀମାନେ ଡେଲିଭରି ସମୟରେ ଅର୍ଥାତ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନରେ ଜଣେ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ନିବେଦନ କରିବା ପରେ ଆମେ ସହରର ପ୍ରତିଟି ଦୋକାନରେ ପୋଲିସ ମୁତୟନ କରିବାକୁ ନିଷ୍ପତ୍ତି କରିଛୁ । ଯେମିତି ଦୋକାନରୁ ସିଧାସଳଖ କେହି ମଦ ନ କିଣନ୍ତୁ ସେଥି ପ୍ରତି ଦୃଷ୍ଟି ଦିଆଯିବ ।’’

ତେବେ ପୋଲିସ ଉପସ୍ଥିତିରେ ମଦ ଡେଲିଭେରୀ ଦିଆଯିବାର ନିର୍ଦ୍ଦେଶ ଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖା ଦେଇଥିଲା।  ଡିସିପିଙ୍କ ନିର୍ଦ୍ଦେଶ ଥାନା ଗୁଡିକରେ ପହଞ୍ଚି ନ ଥିବାରୁ ଥାନା ସ୍ତରରେ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ଫଳରେ ସକାଳୁ ମଦ ଦୋକାନଗୁଡିକ ସମ୍ନାରେ ଜମୁଥିବା ଭିଡ଼ ଅପରାହ୍ଣ ପର୍ଯ୍ୟନ୍ତ ବହୁଗୁଣିତ ହୋଇ ସାରିଥିଲା ।

ଏହାରି ଭିତରେ ଅନେକ ମଦ ଦୋକାନୀ ଦୋକାନ ଖୋଲି ଖୁଲମ ଖୁଲା ମଦ ବିକ୍ରି କରିବା ଆରମ୍ଭ କରିଥିଲେ। ସିଧାସଳଖ ଦୋକାନରୁ ମଦ ବିକ୍ରି କରି ଡେଲିଭରି ବାବଦ ଧାର୍ଯ୍ୟ ୧୦୦ ଟଙ୍କା ମଧ୍ୟ ଗ୍ରାହକଙ୍କ ଠାରୁ ନେଇଥିଲେ। ଏହାର ପରିଣାମ ସ୍ଵରୂପ ଗୋଟିଏ ଗୋଟିଏ ଦୋକାନୀ ମାତ୍ର କେଇ ଘଣ୍ଟା ମଧ୍ୟରେ ହଜାର ହଜାର ଟଙ୍କା ଏହି ଉପାୟରେ ଗ୍ରାହକଙ୍କ ଠାରୁ ଟାଣି ନେଇଥିଲେ ।

ଦୋକାନ ବନ୍ଦ ହେବା ପର୍ଯ୍ୟନ୍ତ ଅର୍ଥାତ ସନ୍ଧ୍ୟା ୬ଟା ମଧ୍ୟରେ ଅଧିକାଂଶ ଦୋକାନରୁ ୩୦ ପ୍ରତିଶତ ମଦ ବିକ୍ରି କରି ସାରିଥିଲା । ତେବେ ଆଜି ପ୍ରଥମ ଦିନରେ କେତେ ଟଙ୍କାର ମଦ ବିକ୍ରି କରାଗଲା ଆସନ୍ତା କାଲି ସକାଳ ସୁଦ୍ଧା ତାର ହିସାବ ମିଳି ପାରିବ ବୋଲି କଟକ ଜିଲ୍ଲା ବିଦେଶୀ ମଦ ବ୍ୟବସାୟୀ ସଙ୍ଘର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 10:05 PM IST
corona virus btn
corona virus btn
Loading