ଗଞ୍ଜାମରେ ଏକ ତୃତୀୟାଂଶ ଲୋକ ମାନଙ୍କ ଶରୀରରେ ସୃଷ୍ଟି କରାଯାଇଛି ଆଣ୍ଟିବଡ଼ି

ବିଭିନ୍ନ ସମ୍ପ୍ରଦାୟ ତଥା ଶ୍ରେଣୀର ହୋଇଥିବା ସର୍ଭେରେ ୩୧ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ୭ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ହୋଇଥିବା ବେଳେ କିଛି ୱାର୍ଡ ରେ ୬୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ହୋଇସାରିଛି ।

ଗଞ୍ଜାମରେ ଏକ ତୃତୀୟାଂଶ ଲୋକ ମାନଙ୍କ ଶରୀରରେ ସୃଷ୍ଟି କରାଯାଇଛି ଆଣ୍ଟିବଡ଼ି
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 16, 2020, 7:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗଞ୍ଜାମରେ ଏକ ତୃତୀୟାଂଶ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଏହା ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି । ଅଗଷ୍ଟ ୩ ତାରିଖରୁ ୭ ତାରିଖ ମଧ୍ୟରେ ହୋଇଥିବା ସେରୋ ସର୍ଭିଲାନ୍ସରୁ ଏହି ତଥ୍ୟ ସାମ୍ନାକୁ ଆସିଛି । କମ୍ୟୁନିଟି ଓ ହାଇରିସ୍କ ଗ୍ରୁପରୁ ୨୮୩୦ ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟ ହୋଇଥିବା ବେଳେ ପ୍ରାୟ ୩୧ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ।

ସମ୍ପ୍ରଦାୟ ତଥା ବିଭିନ୍ନ ଶ୍ରେଣୀର ହୋଇଥିବା ସର୍ଭେରେ ୩୧ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି । କିଛି ୱାର୍ଡ ରେ ୭ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ହୋଇଥିବା ବେଳେ କିଛି ୱାର୍ଡ ରେ ୬୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ହୋଇସାରିଛି । ୪ ଟି ୱାର୍ଡ ରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ହୋଇଛି । ହାଇ ରିସ୍କ ଗ୍ରୁପରେ ପ୍ରାୟ ୨୩ ପ୍ରତିଶତ ଲୋକଙ୍କ ଦେହରେ ହୋଇଛି ଆଣ୍ଟିବଡ଼ି । ମୋଟ ଉପରେ ଏହି ଲୋକଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦେଶୀକା।

ଆରଏମଆରସି ନିର୍ଦେଶୀକା ସଂଘମିତ୍ରା ପତି ।


"ବ୍ରହ୍ମପୁର ମହାନଗର ନିଗମ ,ମେଡ଼ିକାଲ କଲେଜ ଓ ଆରଏମଆରସି ର ମିଳିତ ଉଦ୍ୟମରେ ସେରୋ ସର୍ଭେ କରାଯାଇଥିଲା । ଯେଉଁଥିରେ ଜଣାପଡିଛି ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି। ଏହି ସମୟରେ ଇନଫେକସନ ଫାଟାଲିଟି ରେଟ ୦.୦୨ ପ୍ରତିଶତ ରହିଛି। ଏହା ୪ ସପ୍ତାହ ପୂର୍ବର ତଥ୍ୟକୁ ଦେଖାଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ଆହୁରି ଭଲ ତଥ୍ୟ ଆସିପାରେ। ରାଜ୍ୟରେ ଟେଷ୍ଟି ବଢିଥିବା ବେଳେ ସଂକ୍ରମଣ ହାର ବି ବଢିଛି। ଯେଉଁ ମାନଙ୍କ ଠାରେ ଲକ୍ଷଣ ପରିଲାଖିତ ହେଉଛି ସେମାନେ ନିଜ ଆଡୁ ଟେଷ୍ଟ କରାଇବାର ଆବଶ୍ୟକତା ରହିଛି । ବର୍ତମାନ ଅନଲକ ଆଡକୁ ଯାଉଥିବାରୁ ଲୋକ ମାନେ ଅଧିକ ସତର୍କତା ଅବଲମ୍ବନ କରିବାର ଆବାଶ୍ୟକତା ରହିଛି,'' କହିଛନ୍ତି ଆରଏମଆରସି ନିର୍ଦେଶୀକା ସଂଘମିତ୍ରା ପତି ।

ପୂର୍ବରୁ ପୁରୀ ଓ ଭୁବନେଶ୍ୱରରେ ସେରୋ ସର୍ଭେ ସାରିଥିବା ବେଳେ ଏବେ କଟକ ବଡ଼ମ୍ବା ନରସିଂଙ୍ଗପୁର ରେ ଚାଲିଛି। ଆଗକୁ ଗଜପତି ଓ ରାଉରକେଲାରେ ସେରୋ ସର୍ଭେ କରାଯିବ।ତେବେ ପ୍ରଥମ ପର୍ଯ୍ୟାୟରେ ଜୁଲାଇ ମାସରେ ଭୁବନେଶ୍ୱରରେ କମ୍ୟୁନିଟି ଓ ହାଇରିସ୍କ ଗ୍ରୁପରୁ ୨୫ ସହ ସାମ୍ପୁଲ ଟେଷ୍ଟ କରାଯାଇ ସର୍ଭେ କରାଯାଇଥିବା ବେଳେ ହାରାହାରୀ ୧.୫ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିଲା । ଅଗଷ୍ଟ ତୃତୀୟ ସପ୍ତାହରେ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହେବ । ଏହି ସମୟରେ ସଂକ୍ରମଣ ହର ବଢିଥିବାରୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଇପାରେ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ ।
Published by: Jagdish Barik
First published: August 16, 2020, 7:56 PM IST
corona virus btn
corona virus btn
Loading