News18 Odia Digital
ଝାରସୁଗୁଡ଼ା: ଗୋଟିଏ ଛଅ-ଜଣିଆ ସୁଖି ପରିବାର ସମସ୍ତଙ୍କ ଆଖି ଆଗରେ ଖିନ୍ ଭିନ୍ ହୋଇଗଲା । ଗତ କାଲି ଜଳିଥିଲା ଏକା ସାଙ୍ଗରେ ଏହି ପରିବାରର ଚାରି ଜଣ ସଦସ୍ୟଙ୍କ ଜୁଇ । ଝାରସୁଗୁଡ଼ାର ଏହି ପରିବାରରେ ଗୋଟିଏ ଭାଇର ମୃତ୍ୟୁ ହେବା ପରେ ପରିବାରର ବାକି ପାଞ୍ଚ ଜଣ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆଜି ଚାଲିଯାଇଛି ଆଉ ଜଣଙ୍କ ଜୀବନ । ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ବନ୍ଦିତା ବିଶ୍ବାଳଙ୍କ ମୃତ୍ୟୁ ହୋଇଛି।
ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏହି ସାମୂହିକ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ତିନି ଦିନ ଭିତରେ ଚାରି ଜଣଙ୍କ ମୃତ୍ୟୁ ହେଲାଣି । ଏବେ ଝାରସୁଗୁଡା ସହର ନିକଟବର୍ତ୍ତୀ ଲହଣ୍ଡାବୁଡ଼ରେ ରହୁଥିବା ଏହି ପରିବାରର ଜଣେ ମାତ୍ର ଝିଅ ଲିଲି ବିଶ୍ବାଳ ହସପିଟାଲର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଗତ କାଲି ଗୋଟିଏ ଜୁଇରେ ଜଳିଥିଲା ପରିବାରର ଚାରି ଜଣଙ୍କ ସଦସ୍ୟଙ୍କ ଶବ । ନିଜ ପରିବାର ବନ୍ଧୁ ପ୍ରିୟଜନଙ୍କ ଅନୁପସ୍ଥିତରେ ମୃତ ବଡ଼ ଭାଇ ଶ୍ରୀକାନ୍ତଙ୍କ କିଛି ସାଙ୍ଗ ଓ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ଦ୍ଵାରା ବିଟିଏମ କଲୋନୀର ଶ୍ମଶାନ ଘାଟରେ ମାଆ ପୁଷ୍ପାଞ୍ଜଳି ବିଶ୍ବାଳ, ଦୁଇ ପୁତ୍ର ଦୀପକ ଓ ଶ୍ରୀକାନ୍ତ, ଏବଂ ସାନ ଝିଅ ପିଙ୍କିଙ୍କ ମର ଶରୀରକୁ ଦାହ କରାଯାଇଥିଲା ।

ବିଷ ପିଇବା ପରେ ମଙ୍ଗଳବାର ଦିନ ହସପିଟାଲରେ ଚିକିତ୍ସା ହେଉଥିବା ବେଳେ ଶ୍ରୀକାନ୍ତ ବିଶ୍ୱାଳ । ସେ ଜୁନ୍ ୩ରେ ମୃତ୍ୟୁ ବରଣ କଲେ ।
୨୦୧୮ ମସିହା ଡିସେମ୍ବରରେ ଏକ ମୋଟର୍ ସାଇକେଲ୍ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ କୋମାରେ ରହିବା ପରେ ଗତ ଜୁନ୍ ୧ ତାରିଖ ରାତିରେ ସାନ ଭାଇ ଦୀପକ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା । ସାନ ଭାଇର ମୃତ୍ୟୁର ଦୁଃଖ ସହି ନ ପାରି ତାଙ୍କ ତିନି ଭଉଣୀ, ବଡ଼ ଭାଇ ଓ ମାଆ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀମାନଙ୍କ ଠାରୁ ଖବର ପାଇ ସେମାନଙ୍କୁ ପୋଲିସ୍ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟ ହସପିଟାଲକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା ବେଳେ ସେମାନଙ୍କ ସ୍ଥିତି ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
‘‘ସେମାନେ କୋଣାର୍କ ଫିନାଇଲ ଓ ପାରାକ୍ବେଟ ପିଇଥିବା ଜଣାପଡ଼ୁଛି। ସାଇଣ୍ଟିଫିକ୍ ଟିମ୍ ଅନୁସନ୍ଧାନ ବେଳେ ଘରେ ଗୋଟିଏ ଲିଟରର କୋଣାର୍କ ଫିନାଇଲ ବୋତଲ ଓ କାପିକ୍ ପାରାକ୍ବେଟ୍ ଡାଇକ୍ଲୋରାଇଡ୍ ୨୪ ପରସେଣ୍ଟ ଏସ୍ଏଲ୍ ୨୫୦ ଏମ୍ଏଲ୍ ବୋତଲ ପାଇଥିଲେ,’’ କହିଛନ୍ତି ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ ।

ସାନ ଭାଇ ଦୀପକ ବିଶ୍ୱାଳ ବାଇକ୍ ଦୁର୍ଘଟଣାରେ ଆହତ ହୋଇ ଦୁଇ ବର୍ଷ ଚିକିତ୍ସା ହେବା ପରେ ଜୁନ୍ ୧ ରାତିରେ ମୃତ୍ୟୁ ବରଣ କରିଥିଲେ ।
ଏହି ପରିବାର ସହ ଏତେ ବଡ଼ ଏକ ହୃଦୟବିଦାରକ ଘଟଣା ଘଟିଥିଲେ ମଧ୍ୟ ଶେଷ କୃତ୍ୟ ପାଇଁ ତାଙ୍କ ସମ୍ପର୍କୀୟ କେହି ଆସି ନଥିଲେ । ଗତ କାଲି (ଗୁରୁବାର) ଧରାକୋଟ ଥାନା ଲକ୍ଷ୍ମୀପୁର ଠାରେ ରହୁଥିବା ବଡ଼ବାପା ଏକ ଭିଡ଼ିଓ ବାର୍ତ୍ତାରେ କେହି ଯାଇ ପାରିବେ ନାହିଁ ବୋଲି ଜଣାଇଥିଲେ ।
‘‘ମୁଁ ବୁଢ଼ା ଲୋକ । ଏବେ ଲକଡାଉନ୍ ଅଛି । ମୁଁ ବା କେହି ଏ ପରିସ୍ଥିତିରେ ଯାଇ ପାରିବୁ ନାହିଁ । ପୋଲିସ୍ ଷ୍ଟାଫଙ୍କୁ ଓ ମେଡିକାଲ୍ ଷ୍ଟାଫମାନଙ୍କୁ କୁହ ସେମାନେ ଶବ ସତ୍କାର କରିଦିଅନ୍ତୁ,’’ କହିଥିଲେ ମୃତ ଚାରି ଭାଇ ଭଉଣୀଙ୍କ ଗାଁରେ ଥିବା ବଡ଼ବାପା ଆର୍ଶୁଳୁ ବିଶ୍ୱାଳ ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।ଏହା ବି ପଢ଼ନ୍ତୁ: ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲାନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।