ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ସେ ଯାଜପୁର ଜିଲ୍ଲାର; ୨ ଗାଁ ସିଲ୍ ହେଲା

ଏହି ନୂଆ ଆକ୍ରାନ୍ତଙ୍କୁ କଟକର ଅଶ୍ବୀନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାର୍ଚ୍ଚ ୨୯ ତାରିଖରେ ସେ କୋଲକାତାରୁ ଏକ ଟାଟା ମ୍ୟାଜିକ୍‌ ଗାଡ଼ିରେ ଯାଜପୁର ଫେରିଥିଲେ । ତାଙ୍କ ସହ ୧୭ରୁ ୧୮ ଜଣ ଆସିଥିଲେ ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ସେ ଯାଜପୁର ଜିଲ୍ଲାର; ୨ ଗାଁ ସିଲ୍ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 14, 2020, 12:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗତ କାଲି ରାତିରେ ରାଜ୍ୟରେ ଆଉ ପାଞ୍ଚ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବାର ସୁଖବର ଆସିବା ପରେ ଆଜି ପୁଣି ଆଉ ଜଣେ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ରାଜ୍ୟରେ ଏ ଏ ପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ ସଂଖ୍ୟା ୫୬ରେ ପହଞ୍ଚିଛି ।

ରାଜ୍ୟର ଏହି ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ଓ ତାଙ୍କର ରହିଛି କୋଲକାତା ଲିଙ୍କ୍‌ । ଏ ନେଇ ସ୍ପଷ୍ଟ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ । ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଏହି ନୂଆ କରୋନା ଆକ୍ରାନ୍ତଙ୍କୁ କଟକର ଅଶ୍ବୀନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାର୍ଚ୍ଚ ୨୯ ତାରିଖରେ ସେ କୋଲକାତାରୁ ଏକ ଟାଟା ମ୍ୟାଜିକ୍‌ ଗାଡ଼ିରେ ଯାଜପୁର ଫେରିଥିଲେ । ତାଙ୍କ ସହ ୧୭ରୁ ୧୮ ଜଣ ଆସିଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି । ପାଣିକୋଇଲିରୁ ଏକ ମାଛ ଗାଡ଼ିରେ ବସି ସେ ନିଜ ଗାଁକୁ ଆସିଥିଲେ । ତାଙ୍କ ସହ ଗାଡ଼ିରେ ଫେରିଥିବା ଲୋକଙ୍କ ମଧ୍ୟରୁ ୭ ଜଣ ଭଦ୍ରକ ଜିଲ୍ଲାର ଓ ୧୦ ଜଣ ଯାଜପୁର ବୋଲି ଜଣାପଡ଼ିଛି ।

ଭୁବନେଶ୍ୱରର ଏକ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପହଞ୍ଚିଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।


ଯାଜପୁରର ଜିଲାର ସମସ୍ତ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ଗାଡ଼ିର ନମ୍ବର ମନେ ରଖିପାରି ନାହାନ୍ତି ଆକ୍ରାନ୍ତ । Sହି ନୂଆ ସଂକ୍ରମିତଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି । ପ୍ରଥମ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବର୍ତ୍ତମାନ ଓଡି଼ଶାରେ ମୋଟ ୩୭ ଜଣ କରୋନା ରୋଗୀଙ୍କ ଚିକିତ୍ସା ଚାଲିଥିବାବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଗତ କାଲି ଭୁବନେଶ୍ୱରର ବମିଖାଲରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଯାଏ ରାଜ୍ୟରେ ମୋଟ ୪, ୭୩୪ ଜଣ ସନ୍ଦିଗ୍ଧ ଲୋକଙ୍କର ନମୁନା ପରୀକ୍ଷା କରାଯାଇଛି ।

ଭୁବନେଶ୍ୱରରେ ରାସ୍ତା ବିଶୋଧନ ପାଇଁ ପ୍ରଥମ ଥର ପାଇଁ ଡ୍ରୋନର ସାହାଯ୍ୟ ନିଆଯାଇଛି । ଭୁବନେଶ୍ବରର ରାଜମହଲ ଛକରୁ ଶିଶୁଭବନ ଛକ ଯାଏ ବିଶୋଧନ କରାଯାଉଛି । ଆଜି ଦିନ ୨ଟା ଯାଏ ଡ୍ରୋନ୍‌ରେ ବିଶୋଧକ ସିଞ୍ଚନ କରାଯିବ । କ୍ଷତିକାରକ ରାସାୟନିକ ସିଞ୍ଚନ କରାଯାଉଥିବାରୁ ଲୋକଙ୍କୁ ସତର୍କ କରିଛି ଭୁବନେଶ୍ୱର ମହାନଗର ନିଗମ । ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଯାଇଛି । ଏହି ଡ୍ରୋନରେ ୧୫ ଲିଟର ରାସାୟନିକ ସିଞ୍ଚନ ରହିଛି । ଏହା ଭୂମି ଠାରୁ ୭ ଫୁଟ ଉପରେ ଉଡ଼ୁଛି ।
First published: April 14, 2020, 12:48 PM IST
corona virus btn
corona virus btn
Loading