ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହେଲା

ଭୁବନେଶ୍ୱର ସହର ପରେ ଯାଜପୁର ଓ ଭଦ୍ରକ ଜିଲ୍ଲା ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା । ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଭଦ୍ରକ ଓ ଯାଜପୁରରେ ୧୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହେଲା
ଭଦ୍ରକରେ ଏକ ସରକାରୀ ଆମ୍ବୁଲାନ୍ସରେ ଆକ୍ରାନ୍ତଙ୍କୁ ହସପିଟାଲକୁ ଆଣାଗଲା ।
  • News18 Odia
  • Last Updated: April 24, 2020, 1:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଭଦ୍ରକ ଜିଲ୍ଲାର ବାସିନ୍ଦା ଓ ପଶ୍ଚିମ ବଙ୍ଗରୁ ଫେରିଥିଲେ । ତାଙ୍କ ବୟସ ୪୦ ବର୍ଷ । ଏଥ ସହିତ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୯୦ ହୋଇଛି ।

ଗତ କାଲି ଗୋଟିଏ ଦିନରେ ଛଅ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସକାଳେ ଚିହ୍ନଟ ହୋଇଥିବା ନୂଆ ୪ ପଜିଟିଭ ଚିହ୍ନଟଙ୍କ ଭିତରୁ ସମସ୍ତେ ଯାଜପୁର ଜିଲ୍ଲାର ଓ ସେମାନଙ୍କ ଭିତରେ ୩ ଜଣ ମହିଳା ଓ ଜଣେ ପୁରୁଷ ଥିଲେ । ଅପରାହ୍ଣରେ ଚିହ୍ନଟ ହୋଇଥିବା ଆଉ ଦୁଇ ଜଣ ବାଲେଶ୍ବର ଜିଲ୍ଲାର ଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୁଚନା ଅନୁସାରେ ଯାଜପୁରର ସମସ୍ତ ନୂଆ ଆକ୍ରାନ୍ତ ହେଉଛନ୍ତି ପୂର୍ବରୁ ଆକ୍ରାନ୍ତ ଥିବା ଜଣେ କରୋନା ରୋଗୀଙ୍କ ସମ୍ପର୍କୀୟ ଓ ସେମାନଙ୍କର କୋଲକାତା ଫେରନ୍ତା ଲିଙ୍କ ଅଛି। ସେହିଭଳି ବାଲେଶ୍ବରର ନୂଆ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ଅଛି। ମୋଟ ଉପରେ ଗତ କିଛିଦିନ ଧରି ପଶ୍ଚିମ ବଙ୍ଗ  ଓଡ଼ିଶା ଲାଗି ମୁଣ୍ଡ ବିନ୍ଧାର କାରଣ ହୋଇଛି।

ଏହି ସଂଖ୍ୟା ସହିତ ରାଜ୍ୟରେ ମୋଟ ୯୦ ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୫୬ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ଯାଏଁ ରାଜ୍ୟରେ କରୋନାରେ କେବଳ ଜଣଙ୍କର ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ୯୦ ଜଣ କରୋନା ପଜିଟିଭଙ୍କ ଭିତରୁ ଭୁବନେଶ୍ୱର ସହର ପରେ ଯାଜପୁର ଓ ଭଦ୍ରକ ଜିଲ୍ଲା  ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ।

ଭଦ୍ରକ ସହରରେ ୬୦-ଘଣ୍ଟିଆ ଲକଡାଉନ ବେଳେ ରାସ୍ତାରେ ପୋଲିସ କର୍ମୀମାନେ ଚାଲିଛନ୍ତି ।


ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଯାଜପୁର ଓ ଭଦ୍ରକରେ  ୧୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ୧୦ ସଂଖ୍ୟା ସହିତ ବାଲେଶ୍ବର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚତୁର୍ଥ ସ୍ଥାନରେ ଅଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ଭିତରୁ ଏକ ତୃତୀୟାଂଶରୁ ଅଧିକ ପଶ୍ଚିମ ବଙ୍ଗ ଫେରନ୍ତା ହୋଇଥିବାରୁ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି।

ଯାଜପୁରରେ ଗତ କାଲି ଚିହ୍ନଟ ହୋଇଥିବା ଚାରି ଜଣ ନୂଆ ଆକ୍ରାନ୍ତଙ୍କ ଭିତରୁ ତିନି ଜଣ ମହିଳା ଓ ଜଣେ ପୁରୁଷ ଥିଲେ । ମହିଳାମାନଙ୍କ ବୟସ ୪୦ରୁ ୮୦ ବର୍ଷ ଭିତରେ । ଆକ୍ରାନ୍ତ ପୁରୁଷଙ୍କ ବୟସ ୨୧ ବର୍ଷ। ସେମାନେ ଜଣେ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ସେମାନଙ୍କର କୋଲକାତା ଲିଙ୍କ ଅଛି । ଜିଲ୍ଲାର ମୋଟ ୧୨ ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କଥିବା ସ୍ପଷ୍ଟ ହୋଇଛି।

ସେହି ଭଳି ବାଲେଶ୍ବରରୁ ଆସିଥିବା ଦୁଇ ନୂଆ ଆକ୍ରାନ୍ତଙ୍କ ଭିତରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ବେଳେ ସେମାନଙ୍କ ବୟସ ୩୬ରୁ ୫୫ ବର୍ଷ ଭିତରେ । ଏହି ଦୁଇ  ନୂଆ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ ଅଛି। ଏମାନେ ମଧ୍ୟ ଜଣେ ପଶ୍ଚିମ ବଙ୍ଗ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ । ଏହି ଦୁଇ ନୂଆ ସଂଖ୍ୟା ସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୦ ଛୁଇଁଛି।

ଏବେ ପଶ୍ଚିମ ବଙ୍ଗ ଫେରନ୍ତା ଲୋକେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ତେଣୁ ଗତ ମାସକ ଭିତରେ ପଶ୍ଚିମ ବଙ୍ଗ ଫେରନ୍ତାମାନଙ୍କୁ ରେଜେଷ୍ଟ୍ରିଭୁକ୍ତ କରିବା ସହିତ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଅନ୍ୟ ପକ୍ଷରେ ଜିଲ୍ଲାପାଳମାନଙ୍କୁ ସରଜମିନ ତଦନ୍ତ କରି ପଦକ୍ଷେପ ନେବାକୁ ରାଜ୍ୟ ପ୍ରଶାସନ ପୁଣିଥରେ କହିଛି ।

କୋଭିଡ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ମୁଖ୍ୟ ମନ୍ତ୍ରୀଙ୍କ ପକ୍ଷରୁ ପିଲାମାନଙ୍କୁ ସମ୍ବୋଧନ କରିଛନ୍ତି । ପଢିବା, ଗଢ଼ିବା, ଶ୍ରେଷ୍ଠ ହେବା ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।
First published: April 24, 2020, 1:37 PM IST
corona virus btn
corona virus btn
Loading