ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ବାହାରିଲେ ବାଲେଶ୍ୱରରେ; ଦେଶରେ ୪୮୮ ମୃ୍ତ୍ୟୁ

ସାରା ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି ଓ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪୮୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୭୮ରେ ପହଞ୍ଚିଛି । ମହାରାଷ୍ଟ୍ରରେ ୨୦୧ ଜଣଙ୍କ ମୃତ୍ୟୁ ହୋଇଛି ଓ ୩,୩୨୩ ଜଣ ଆକ୍ରାନ୍ତ ହେଲେଣି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ବାହାରିଲେ ବାଲେଶ୍ୱରରେ; ଦେଶରେ ୪୮୮ ମୃ୍ତ୍ୟୁ
ଦିଲ୍ଲୀରେ କରୋନା ଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିର ଶବକୁ ପୋତାଯାଉଛି । (ରୟଟର୍ସ୍)
  • News18 Odia
  • Last Updated: April 18, 2020, 9:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ନୂଆ ଦିଲ୍ଲୀ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ବାଲେଶ୍ବର । ବୟସ ୫୮ ବର୍ଷ । ତିନି ଦିନର ବ୍ୟବଧାନ ପରେ ଓଡ଼ିଶାରେ ପଜିଟିଭ୍ ସଂଖ୍ୟା ବଢ଼ି ୬୧ ହୋଇଛି ।

ଏହି ୬୧ ନମ୍ବର ପଜିଟିଭ୍ ବ୍ୟକ୍ତିଙ୍କର ଭ୍ରମଣ ଇତିହାସ ସଂପର୍କରେ ସ୍ପଷ୍ଟ ସୂଚନା ଆସିନାହିଁ । ଆଜି ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନେ ସମସ୍ତେ ଭୁବନେଶ୍ବରର । ଆଜି ସୁଦ୍ଧା ୨୪ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୩୬ ଜଣ ଚିକିତ୍ସିତ ହେଉଛନ୍ତି ।

ସାରା ଦେଶରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ସଂକ୍ରମଣ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ୪୮୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୭୮ରେ ପହଞ୍ଚିଛି । ମୋଟ ୧, ୯୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ବିଦେଶୀ ଅଛନ୍ତି । ବର୍ତ୍ତମାନ ୧୧,୯୦୬ ଜଣଙ୍କୁ ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି ।

ମହାରାଷ୍ଟ୍ରରେ ସଙ୍ଗୀନ ହେଉଛି ସ୍ଥିତି । ସେଠାରେ ୨୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତ ହେଲେଣି ୩,୩୨୩ ଜଣ ଲୋକ । ସୁସ୍ଥ ହୋଇ ଫେରିଲେଣି ୩୩୧ ଜଣ ଆକ୍ରାନ୍ତ । ମଧ୍ୟ ପ୍ରଦେଶରେ ୬୯ ଜଣଙ୍କ ଜୀବନ କରୋନା ଭାଇରସ ନେଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ୧,୩୧୦ ଜଣ । ରାଜଧାନୀ ଦିଲ୍ଲୀରେ ୪୨, ଗୁଜରାଟରେ ୪୧, ତେଲଙ୍ଗାନାରେ ୧୮, ତାମିଲନାଡୁରେ ୧୫ ଓ ପଞ୍ଜାବରେ ୧୩ ଜଣଙ୍କ ମୃତ୍ୟୁ ହେଲାଣି ।

ସାରା ବିଶ୍ବରେ କିଲର କରୋନା ଭାଇରସର ଆତଙ୍କ ଜାରି ଅଛି । ବିଶ୍ବରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ପାର କରିଛି । ବିଶ୍ବରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୫୧ ହଜାର ଟପିଛି । କେବଳ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୭ ହଜାର ଉପରେ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୧୦ ଉପରେ ପାର କରିଛି । ଆମେରିକା ପଛକୁ ରହିଛି ଇଟାଲୀ । ଏଠାରେ ୨୨ ହଜାର ୭୦୦ ଲୋକ ପ୍ରାଣ ହରାଇଥିବା ବେଳେ ସ୍ପେନରେ ୨୦ ହଜାରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଫ୍ରାନ୍ସରେ ୧୮ ହଜାର ୬୦୦, ବ୍ରିଟେନରେ ୧୪ ହଜାର ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
First published: April 18, 2020, 9:36 PM IST
corona virus btn
corona virus btn
Loading