News18 Odia Digital
ଭୁବନେଶ୍ୱର: ରାଜ୍ୟ ପାଇଁ ଏକ ପୁଣି ଏକ ଦୁଃଖଦ ସମାଚାର ଆସିଛି । ଆଜି କରୋନା ଭାଇରସ୍ ସଂକ୍ରମଣରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର । ତାଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି ।
ଆଜି ସକାଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଓ ମୋଟ ମୃତ୍ୟୁ ସଂଖ୍ୟା ୫ ବୋଲି ସୂଚନା ଦେଇଥିଲା । କିନ୍ତୁ ଗଞ୍ଜାମରେ ଦୁଇ ଜଣ ମତକଙ୍କ ମଧ୍ୟରୁ ଜଣଙ୍କର କରୋନା ପରୀକ୍ଷା ରିପୋର୍ଟ ନିଗେଟିଭ୍ ଆସିଛି ।
ରାଜ୍ୟରେ ଆଉ ୯୧ ଜଣ କରୋନା ଆକ୍ରାନ୍ତ ବି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଅଛନ୍ତି ଜଣେ ସରପଞ୍ଚ । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରେ ୨୮ ଜଣ ଅଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ସମ୍ବଲପୁର ଜିଲ୍ଲାକୁ ପ୍ରଥମ ଥର ପାଇଁ ଛୁଇଁଛି କରୋନା । ସମ୍ବଲପୁରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ୧୮ ବର୍ଷୀୟ ଯୁବକ ଓ ସେ ଅହମଦାବାଦୁରୁ ୧୫ ତାରିଖରେ ଆସିଥିଲେ । ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ପାଠାଯାଇଛି । ତାଙ୍କ ସାଙ୍ଗରେ ଥିବା ଅନ୍ୟମାନଙ୍କର ସ୍ବାବ ଟେଷ୍ଟ ପାଇଁ ପଠାଯାଇଛି ।

ରାଜ୍ୟରେ ଜିଲ୍ଲାମାନଙ୍କର ତାଜା କରୋନା ସଂକ୍ରମଣ ତଥ୍ୟ ମ୍ୟାପ୍
ଗଞ୍ଜାମରେ ଆଉ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୯୨ ହୋଇଛି । ଭଦ୍ରକରେ ୨୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୭୪ ହୋଇଛି। କଟକରେ ଆଉ ୧୨ ଆକ୍ରାନ୍ତ ଚିହ୍ନଟହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହୋଇଛି ।
କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଜଣ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ତିଗିରିଆ ବ୍ଲକ୍ର । ଏମାନଙ୍କ ମଧ୍ୟରୁ ୮ ଜଣ ଅହମଦାବାଦ ଫେରନ୍ତା ହୋଇଥିବା ବେଳେ ଦୁଇ ଜଣ ସୁରତ ଫେରନ୍ତା । ବାଙ୍କୀ ବ୍ଲକ୍ର ଆକ୍ରାନ୍ତ ଜଣଙ୍କ ପଶ୍ଚିମ ବଙ୍ଗରୁ ଫେରିଥିଲେ । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ତିଗିରିଆ ବ୍ଲକ୍ର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ବେଳେ ଜଣେ ୪ ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି । ଅନ୍ୟ ସମସ୍ତଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ । ଆଜିର ଦଶ ଜଣଙ୍କୁ ମିଶାଇଲେ ତିଗିରିଆ ବ୍ଲକ୍ରୁ ଆଜିଯାଏଁ ମୋଟ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭଦ୍ରକ ରେଳ ଷ୍ଟେସନରେ ପ୍ରବାସୀମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି ।
ଖୋର୍ଦ୍ଧାରେ ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମୋଟ ସଂଖ୍ୟା ୫୯ ହୋଇଛି । ପୁରୀରେ ଆଉ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ପୁରୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହୋଇଛି । ବାଲେଶ୍ବରରେ ଆଉ ୧୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ହୋଇଛି ।
କେନ୍ଦୁଝରରେ ଆଉ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି । ସୁନ୍ଦରଗଡ଼ରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଠାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହେଲା । କେନ୍ଦ୍ରାପଡ଼ାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ବଲାଙ୍ଗିରରେ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ କେନ୍ଦୁଝର ଓ ବଲାଙ୍ଗିରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥା କ୍ରମେ ୨୭ ଓ ୪ରେ ପହଞ୍ଚିଛି ।
ଏହା ବି ପଢ଼ନ୍ତୁ: ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ଫନ; ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେଏହା ବି ଦେଖନ୍ତୁ: ‘ଜୀତା ରହେଗା ମେରା ଇଣ୍ଡିଆ’: କରୋନା ବିରୋଧରେ ଲଢ଼େଇ ଉପରେ ରିଲାଏନ୍ସର ଭିଡିଓ ଗୀତ ଦେଖନ୍ତୁଏହା ବି ପଢ଼ନ୍ତୁ: ଚାକିରିଜୀବୀଙ୍କ ପାଇଁ ବଡ଼ ଖବର: ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବଏହା ବି ପଢ଼ନ୍ତୁ: କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।