ରାଜ୍ୟରେ କରୋନା ଭାଇରସ୍ ନେଲା ଆଉ ଏକ ଜୀବନ; ଆହୁରି ୫୧ ଆକ୍ରାନ୍ତ ଚିହ୍ନଟ ହେଲେ

ଏହି ମୃତ୍ୟୁ ସହ ରାଜ୍ୟରେ କରୋନାର ମୋଟ ଶିକାର ସଂଖ୍ୟା ୭ ହୋଇଛି । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩କୁ ବୃଦ୍ଧି ପାଇଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ଏକ ଜୀବନ ଯାଇଛି । ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥି ସହ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩ ଓ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ ୭୫୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୩୪୩ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୫୧ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩କୁ ବୃଦ୍ଧି ପାଇଛି । କଳାହାଣ୍ଡିରେ ଆଜି ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ନୟାଗଡ଼ରେ ୧୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କଟକରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି ।

ଗଞ୍ଜାମରେ ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୩୧୭କୁ ବୃଦ୍ଧି ପାଇଛି । ଯାଜପୁରରେ ଆଜି ମଧ୍ୟ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି । ଜଗତସିଂହପୁରରେ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ପୁରୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ପୁରୀରେ ମୋଟ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି ।

ଓଡ଼ିଶାର କରୋନାର ତାଜା ସ୍ଥିତିର ମ୍ୟାପ୍


ମୟୂରଭଞ୍ଜରେ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଅନୁଗୁଳରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଅନୁଗୁଳରେ ମୋଟ ସଂଖ୍ୟା ୧୯ରେ ପହଞ୍ଚିଛି । ମାଲକାନଗିରିରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିପରି ସମ୍ବଲପୁରରେ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: