ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହେଲା; ପୁଣି ୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ

ଆଜିର ନୂଆ ୧୦୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ବାରେଣ୍ଟାଇନ୍‌ରେ ଥିବା ବେଳେ ୫ ଜଣ ସ୍ଥାନୀୟ ଲୋକ ଅଛନ୍ତି ।

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହେଲା; ପୁଣି ୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ
କେରଳର କୋଚିରେ ଓଡ଼ିଶା ଫେରିବାକୁ ଟ୍ରେନ୍ ଚଢ଼ୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ । (ରୟଟର୍ସ୍)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କରୋନାରେ କଟକର ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଉ ୧୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ୧୦୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୯୭ ଜଣ କ୍ବାରେଣ୍ଟାଇନ୍‌ରେ ଥିବା ବେଳେ ୫ ଜଣ ସ୍ଥାନୀୟ ଲୋକ । ଆଜି ଯାଜପୁରରେ ଆଉ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଛି ।

ଜଗତସିଂହପୁରରେ ଆଉ ୨୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ସଂଖ୍ୟା ୨୮ରେ ପହଞ୍ଚିଛି । ସେହି ପରି ଭଦ୍ରକରେ ଆଉ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଭଦ୍ରକରେ ମୋଟ୍‌ ସଂଖ୍ୟା ୯୫ରେ ପହଞ୍ଚିଛି । କେନ୍ଦ୍ରାପଡ଼ାରେ ଆଜି ୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ସଂଖ୍ୟା ୩୮ରେ ପହଞ୍ଚିଛି ।

ଭଦ୍ରକ ରେଳ ଷ୍ଟେସନରେ ପ୍ରବାସୀମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି । (ଫାଇଲ୍‌ ଫଟୋ)


ଖୋର୍ଦ୍ଧାରେ ଆଉ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଜିଲ୍ଲାରେ ଏବେ ୬୪ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । କଟକରେ ଆଉ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍‌ ସଂଖ୍ୟା ୨୭ରେ ପହଞ୍ଚିଛି । ପୁରୀରେ ଆଉ ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ସଂଖ୍ୟା ୩୩ରେ ପହଞ୍ଚିଛି ।

ଅନୁଗୁଳରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ସଂଖ୍ୟା ୧୭ରେ ପହଞ୍ଚିଛି । ବାଲେଶ୍ବରରେ ମଧ୍ୟ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ୍‌ ସଂଖ୍ୟା ୧୨୧ରେ ପହଞ୍ଚିଛି । ସମ୍ବଲପୁରରେ ଆଉ ୨ ଆକ୍ରାନ୍ତ ହେବା ପରେ ମୋଟ୍‌ ସଂଖ୍ୟା ୩ରେ ପହଞ୍ଚିଛି । ନୟାଗଡ଼ରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍‌ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ଦେଶରେ ଇତି ମଧ୍ୟରେ ଲକ୍ଷେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ପର୍ଯ୍ୟନ୍ତ ୧ ଲକ୍ଷ ୧ ହଜାର ୧୩୯ ଲୋକ କୋରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୧୬୩କୁ ବୃଦ୍ଧି ପାଇଛି । ଗଚ ୨୪ ଘଣ୍ଟା ମଧ୍ୟରେ ୪,୯୭୦ଟି ନୂଆ ମାମଲା ସାମନାକୁ ଆସିଛି । କରୋନାରେ ମହାରାଷ୍ଟ୍ରରେ ସର୍ବାଧିକ ୧,୨୪୯ ଜଣ ଲୋକଙ୍କ ଜୀବନ ଗଲାଣି ।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 2:12 PM IST
corona virus btn
corona virus btn
Loading