ରାଜ୍ୟରେ କରୋନା ଆଉ ଜଣଙ୍କ ଜୀବନ ନେଲା; ଆଜି ଆହୁରି ୭୪ ନୂଆ ପଜିଟିଭ୍ ଚିହ୍ନଟ

ମାଲକାନଗିରିରେ ପ୍ରଥମ ଥର ପାଇଁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୭୪ ଜଣଙ୍କ ମଧ୍ୟରୁ ୭୨ ଜଣ କ୍ବାରେଣ୍ଟାଇନରେ ଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ମହାମାରୀରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଖୋର୍ଦ୍ଧାର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଫଳରେ ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟରେ ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫୨କୁ ବୃଦ୍ଧି ପାଇଛି । ଆଜି ବୌଦ୍ଧରେ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ପୁରୀରେ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । କଟକରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ୩୬କୁ ବୃଦ୍ଧି ପାଇଛି ଆକ୍ରାନ୍ତ ସଂଖ୍ୟା ।

ଖୋର୍ଦ୍ଧାରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଖୋର୍ଦ୍ଧାରେ ୭୧କୁ ବୃଦ୍ଧି ପାଇଛି ସଂକ୍ରମିତ ସଂଖ୍ୟା । ଗଞ୍ଜାମରେ ଆଜି ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଞ୍ଜାମରେ ୩୧୩ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା । ଯାଜପୁରରେ ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ୧୭୪କୁ ବୃଦ୍ଧି ପାଇଛି ଆକ୍ରାନ୍ତ ସଂଖ୍ୟା । କେନ୍ଦ୍ରାପଡ଼ାରେ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ୪୦କୁ ବୃଦ୍ଧି ପାଇଛି ସଂଖ୍ୟା ।

ଗଞ୍ଜାମରେ ଜଣେ ପ୍ରବାସୀଙ୍କ ତାପମାତ୍ରା ମାପ କରୁଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।


ବାଲେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ୧୨୨କୁ ବୃଦ୍ଧି ପାଇଛି ସଂଖ୍ୟା । ଢେଙ୍କାନାଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ୨କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । କନ୍ଧମାଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ୩କୁ ବୃଦ୍ଧି ପାଇଛି ସଂଖ୍ୟା ।

ମାଲକାନଗିରିରେ ପ୍ରଥମ ଥର ପାଇଁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୭୪ ଜଣଙ୍କ ମଧ୍ୟରୁ ୭୨ ଜଣ କ୍ବାରେଣ୍ଟାଇନରେ ଥିଲେ । ସେହିପରି ଅନ୍ୟ ୨ ଜଣ ଆକ୍ରାନ୍ତ ସ୍ଥାନୀୟ ଲୋକ ହୋଇଥିବା ସୂଚନା ମିଳିଛି ।
Published by:Anand Shankar Thankur Das
First published: