Yoga Day 2020: କରୋନା କାଳରେ ଯୋଗ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବ, କହିଲେ ମୋଦି; ଦେଖନ୍ତୁ

କରୋନା ଭାଇରସ୍ ମହାମାରୀ ପରେ ଯୋଗର ଆବଶ୍ୟକତା ବିଶ୍ୱ ପୂର୍ବ ଅପେକ୍ଷା ଅଧିକ ଅନୁଭବ କରୁଛି ବୋଲି କହିଛନ୍ତି ମୋଦି । ନିଜ ୧୫ ମିନିଟର ସମ୍ବୋଧନରେ ଏକ ସଂସ୍କୃତ ଶ୍ଳୋକ ଉଦ୍ଧୃତ କରି ସେ କହିଛନ୍ତି ଯେ ଯୋଗର ଅର୍ଥ ହେଉଛି ନିଜ କାର୍ଯ୍ୟକୁ ଠିକ୍ ଢଙ୍ଗରେ କରିବା ।

Yoga Day 2020: କରୋନା କାଳରେ ଯୋଗ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବ, କହିଲେ ମୋଦି; ଦେଖନ୍ତୁ
ମୋଦି ଯୋଗ ଦିବସର ବାର୍ତ୍ତା ଦେଇଛନ୍ତି; (ଡାହାଣ) ସେ ଯୋଗ କରୁଥିବାର ଏକ ଫାଇଲ୍ ଫଟୋ
  • News18 Odia
  • Last Updated: June 21, 2020, 11:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୋଭିଡ୍-୧୯ ମହାମାରୀକୁ (Covid-19 Pandemic) ଦୃଷ୍ଟିରେ ରଖି ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୦  (International Yoga Day 2020) ବହୁ ସଂଖ୍ୟାରେ ଲୋକଙ୍କ ଏକାଠି ହୋଇ ପାଳନ ନ ହୋଇ ବିନା ଉତ୍ସବରେ ଓ ଡିଜିଟାଲ୍ ମିଡିଆ ଫୋରମରେ ପାଳିତ ହେଉଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏକ ବାର୍ତ୍ତା ଦେଇଛନ୍ତି । ଆଜି ସକାଳେ ନିଜ ଉଦବୋଧନରେ ମୋଦି କହିଛନ୍ତି ଯେ ବର୍ତ୍ତମାନର କରୋନା ମହାମାରୀ ସମୟରେ ସମସ୍ତେ ଯୋଗ ଓ ପ୍ରାଣାୟାମ କରିବା ଜରୁରୀ କାରଣ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ । ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଏ ଥରର ଯୋଗ ଦିବସ ଭାବନାତ୍ମକ ଯୋଗର ଦିନ ।

ଯୋଗ ଦିବସ ୨୧ ଜୁନ୍ ୨୦୧୫ରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷର ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ଘରେ ଯୋଗ, ପରିବାର ସହିତ ଯୋଗ’ । ଆୟୁଷ ମନ୍ତ୍ରଣାଳୟ (Ayush Ministry) ଯୋଗ ଦିବସ ଅବସରରେ ଲେହ (Leh)ରେ ଏକ ବଡ଼ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ତାହା ବାତିଲ କରାଯାଇଥିଲା ।

ପ୍ରଧାନ ମନ୍ତ୍ରୀ ମୋଦି ଏକ ସଂସ୍କୃତ ଶ୍ଳୋକ ଉଦ୍ଧୃତ କରି ଯୋଗର ଅର୍ଥ ନିଜ କାର୍ଯ୍ୟକୁ ଠିକ୍‌ ଢଙ୍ଗରେ କରିବା ବୋଲି କହିଛନ୍ତି । ‘‘ଆମ ଦେଶରେ କୁହାଯାଏ ‘ୟୁକ୍ତ ଆହାର ବିହାରସ୍ୟ ୟୁକ୍ତ ଚେଷ୍ଟସ୍ୟ କର୍ମସୁ, ୟୁକ୍ତ ସ୍ୱପ୍ନା-ୱ-ବୋଧସ୍ୟ, ଯୋଗ ଭବତି ଦୁଃଖହା’, ଅର୍ଥାତ୍‌ ଠିକରେ ଖିଆପିଆ କରିବା, ଠିକ୍‌ ଢଙ୍ଗରେ ଖେଳକୁଦ କରିବା, ଶୋଇବା ଓ ଉଠିବାର ଠିକ୍‌ ଅଭ୍ୟାସ କରିବା, ଆଉ ନିଜ କାମକୁ ଠିକ୍‌ ଢଙ୍ଗରେ କରିବା ହିଁ ହେଉଛି ଯୋଗ,’’ କହିଥିଲେ ମୋଦି ।

ମୋଦି ନିଜେ ପ୍ରତ୍ୟହ ଯୋଗାଭ୍ୟାସ କରନ୍ତି ।


‘‘ଆମ ଗ୍ରହକୁ ସୁସ୍ଥ ରଖିବା ପାଇଁ ଆମର ପ୍ରୟାସକୁ ଯୋଗ ବଢ଼ାଇଥାଏ । ଏହା ଏକତା ପାଇଁ ଏକ ଶକ୍ତି ଭାବରେ ଉଭା ହୋଇଛି । ଏହା ମାନବିକତାର ବନ୍ଧନକୁ ଆହୁରି ଗଭୀର କରେ । ଯୋଗ ଭେଦଭାବ କରେ ନାହିଁ । ଏହା ଜାତି, ରଙ୍ଗ, ଲିଙ୍ଗ, ବିଶ୍ୱାସ ଓ ରାଷ୍ଟ୍ରର ଉର୍ଦ୍ଧ୍ୱରେ । ଯେକୌଣସି ବ୍ୟକ୍ତି ଯୋଗ କରିପାରନ୍ତି,’’ କହିଛନ୍ତି ମୋଦି।

ରବିବାର ସକାଳେ ତାଙ୍କର ପ୍ରାୟ ୧୫ ମିନିଟର ସମ୍ବୋଧନରେ ମୋଦି କହିଛନ୍ତି ଯେ କରୋନା ଭାଇରସ୍ ମହାମାରୀ ପରେ ବିଶ୍ୱ ପୂର୍ବ ଅପେକ୍ଷା ଯୋଗର ଆବଶ୍ୟକତା ଅଧିକ ଅନୁଭବ କରୁଛି ।

ତାଙ୍କର ପୂରା ଭାଷଣ ଏଇଠି ଦେଖନ୍ତୁ ଓ ଶୁଣନ୍ତୁ:



‘‘ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ଥାଏ, ତେବେ ତାହା ଆପଣଙ୍କୁ ଏହି ରୋଗକୁ (କୋଭିଡ-୧୯କୁ) ହରାଇବାରେ ବହୁତ ସାହାଯ୍ୟ କରିବ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଯୋଗରେ ଅନେକ ପଦ୍ଧତି ଅଛି, ବିଭିନ୍ନ ଆସନ ରହିଛି । ଏହି ଆସନଗୁଡ଼ିକ ଏପରି ଯେ ସେମାନେ ଶରୀରର ଶକ୍ତି ବଢ଼ାନ୍ତି ଓ ଆମର ମେଟାବୋଲିଜିମକୁ (ଶରୀରର ଭିତରି ପ୍ରକ୍ରିୟା ସବୁ) ବି ସୁଦୃଢ଼ କରନ୍ତି,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 21, 2020, 11:44 AM IST
corona virus btn
corona virus btn
Loading